ରିଲିଜ ହେଲା ଟାଇଗର ଶ୍ରଫଙ୍କ ଆକ୍ସନ ଫିଲ୍ମ୍ “ବାଗୀ ୪”

ଦେଶବିଦେଶ ଭୁବନେଶ୍ୱର ମନୋରଞ୍ଜନ ରାଜ୍ୟ
Spread the love

ମୁମ୍ୱାଇ,୧୭/୧୦:ଓଟିଟିରେ ରିଲିଜ୍ ହେଲା ଟାଇଗର ଶ୍ରଫଙ୍କ ଆକ୍ସନ ଥ୍ରୀଲର ଫିଲ୍ମ “ବାଗୀ ୪” । ଫିଲ୍ମଟି ଗତ ମାସରେ ସିନେମା ହଲରେ ମୁକ୍ତିଲାଭ କରିଥିଲା। ଯଦିଓ ଏହା ବକ୍ସ ଅଫିସରେ ଏତେଟା ଭଲ ପ୍ରଦର୍ଶନ କରିନଥିଲା ହେଲେ ଫ୍ୟାନ୍ୟମାନେ ଏହାର ଓଟିଟି ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ‘ବାଗୀ ୪’ ବର୍ଷର ବହୁ ପ୍ରତୀଯିତ ଫିଲ୍ମ ଥିଲା । ଏହା ସେପ୍ଟେମ୍ବର ୫ ତାରିଖରେ ବଡ଼ ପରଦାରେ ରିଲିଜ୍ ହୋଇଥିଲା। ଫିଲ୍ମର ଟ୍ରେଲରକୁ ଏକ ଜବରଦସ୍ତ ପ୍ରତିକ୍ରିୟା ମିଳିଥିଲା, ଯାହା ଫଳରେ ଏହା ବକ୍ସ ଅଫିସରେ ହିଟ୍ ହେବ ବୋଲି ଆଶା କରାଯାଇଥିଲା। କିନ୍ତୁ ତାହା ହୋଇପାରିଲା ନାହିଁ ଏବଂ ‘ବାଗୀ ୪’ ଦର୍ଶକଙ୍କ ମନ ଜିତିପାରିଲାନି। ସାଜିଦ ନାଡିଆଡୱାଲାଙ୍କ ବାଗୀ ଫ୍ରାଞ୍ଚାଇଜର ପୂର୍ବ ତିନୋଟି ଫିଲ୍ମ ସଫଳ ହୋଇଥିଲା ଏବଂ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା, କିନ୍ତୁ ‘ବାଗୀ ୪’ ଦର୍ଶକଙ୍କ ଆଶା ପୂରଣ କରିପାରି ନଥିଲା।ତେବେ ଏହି ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିଛି । ଯେଉଁମାନେ ଏହାକୁ ସିନେମା ହଲରେ ଦେଖିନାହାଁନ୍ତି, ସେମାନେ ଏହାକୁ ଆଜି ଅର୍ଥାତ ଅକ୍ଟୋବର ୧୭ ଠାରୁ ଓଟିଟି ପ୍ଲାର୍ଟଫର୍ମ ଆମାଜନ ପ୍ରାଇମ୍ ଭିଡ଼ିଓରେ ଦେଖିପାରିବେ । ପ୍ରାଇମ୍ ଭିଡିଓ ୟୁଜରମାନେ ଅକ୍ଟୋବର ୩୧ ଠାରୁ ପ୍ଲାର୍ଟଫର୍ମରେ ଏହାକୁ ମାଗଣାରେ ଦେଖିପାରିବେ । ବାଗୀ ୪ ଦର୍ଶକଙ୍କଠାରୁ ଭଲ ପ୍ରତିକ୍ରିୟା ପାଇ ନଥିଲା ଏବଂ ତେଣୁ ବକ୍ସ ଅଫିସରେ କୌଣସି ସଫଳତା ପାଇପାରିଲା ନାହିଁ। ୮୦କୋଟି ବଜେଟରେ ନିର୍ମିତ ବଲିଉଡ୍ ହଙ୍ଗାମା ଅନୁଯାୟୀ, ବାଗୀ ୪ ଘରୋଇ ବକ୍ସ ଅଫିସରେ ପ୍ରାୟ ୪୭.୪୦ କୋଟି ରୋଜଗାର କରିଥିଲା। ସେହିପରି ଏହା ବିଦେଶରେ କେବଳ ୯.୯୬ କୋଟି ରୋଜଗାର କରିଥିଲା। ସେହିପରି ଏହାର ବିଶ୍ୱବ୍ୟାପୀ ଆୟ ମାତ୍ର ୬୬.୩୯ କୋଟି ଥିଲା। ପ୍ରକାଶ ଥାଉକି, ବାଗୀ ୪ ରେ ଟାଇଗର ଶ୍ରଫଙ୍କ ସହ ହରନାଜ କୌର ସନ୍ଧୁ, ସୋନମ ବାଜୱା ଏବଂ ସଞ୍ଜୟ ଦତ୍ତ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଶ୍ରେୟସ ତଲପଡେ ମଧ୍ୟ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଏହା ଏ. ହର୍ଷଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା।

Leave a Reply

Your email address will not be published. Required fields are marked *