ପୀତବାସ ପଣ୍ଡା ହତ୍ୟା ମାମଲା: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜେରା କରୁଛି ପୁଲିସ

ଅପରାଧ ଜିଲା ଖବର ବ୍ରହ୍ମପୁର ରାଜ୍ୟ
Spread the love

ବ୍ରହ୍ମପୁର, ୨୨/୧୦: ବ୍ରହ୍ମପୁରର ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜେରା କରୁଛି ପୁଲିସ । ବ୍ରହ୍ମପୁରର ପୂର୍ବତନ ବିଜେଡି ବିଧାୟକ ତଥା ଜିଲା ସଭାପତି ବିକ୍ରମ ପଣ୍ଡାଙ୍କୁ ମଙ୍ଗଳବାର ରାତିରେ ପୁଲିସ ଉଠାଇ ନେଇ ପଚରାଉଚରା କରୁଥିବା ସୂଚନା ମିଳିଛି । ପୂର୍ବରୁ ବିଜେଡି କର୍ପୋରେଟର ମଳୟ ବିଷୋୟୀ, ବିଜେଡି ସଦସ୍ୟ ମଦନ ଦଳେଇ ଓ ପୂର୍ବତନ ମେୟର ଶିବ ଶଙ୍କର ଦାଶଙ୍କୁ ପୁଲିସ ପଚରାଉଚରା କରିବାକୁ ଡାକିଥିଲା । ସେପଟେ ପୂର୍ବତନ ମେୟରଙ୍କ ସହଯୋଗୀ କୁହାଯାଉଥିବା ଦୁଇ ଜଣଙ୍କୁ ମଧ୍ୟ ପୁଲିସ ଉଠାଇ ନେଇ ଜେରା କରୁଛି । ଏହି ମାମଲାରେ ଏବେ ୪ଜଣ ରାଜନେତାଙ୍କୁ ପଚରାଉଚରା କରୁଛି ପୁଲିସ ।ପୁଲିସ ଏହି ଘଟଣାର ତଦନ୍ତରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଦକ୍ଷିଣାଞ୍ଚଳ ଆଇଜି ପୂର୍ବରୁ କହିଛନ୍ତି । ଦିନେ ଦୁଇଦିନ ମଧ୍ୟରେ ଏହି ବହୁଚର୍ଚ୍ଚିତ ହତ୍ୟା ମାମଲାର ରହସ୍ୟ ଉନ୍ମୋଚନ ହେବ ବୋଲି ଦକ୍ଷିଣାଞ୍ଚଳ ପୁଲିସ ଆଇଜି ନୀତିଶେଖର ମଙ୍ଗଳବାର କହିଛନ୍ତି। ପୀତବାସଙ୍କୁ କିଏ ଓ କାହିଁକି ହତ୍ୟା କରିଥିଲା ସେ ବିଷୟରେ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଶୀଘ୍ର ସୂଚନା ଦେବେ ବୋଲି ସେ କହିଛନ୍ତି

Leave a Reply

Your email address will not be published. Required fields are marked *