ମାହାଙ୍ଗା,୨/୧୧: କହୁଣ୍ଡା ପଞ୍ଚାୟତ ଗୁଡ଼ିଆଡିହ ଗ୍ରାମର ଧର୍ମପ୍ରାଣ ମହିଳା ସର ଖୁଣ୍ଟିଆଙ୍କ ଏକାଦଶାହ ତିଥିରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସ୍ବର୍ଗୀୟା ସର ଖୁଣ୍ଟିଆଙ୍କ ଅମର ଅମୃତ ଆତ୍ମାର ସଦଗତି ପାଇଁ ବ୍ରାହ୍ମଣ ଓ ବୈଷ୍ଣବ ମାନଙ୍କୁ ତାଙ୍କ ପରିବାର ପକ୍ଷରୁ ଆମନ୍ତ୍ରଣ ପୂର୍ବକ ଆଶୀର୍ବାଦ ଭିକ୍ଷା କରାଯାଇଥିଲା l ପ୍ରେମାନନ୍ଦ ଖୁଣ୍ଟିଆଙ୍କ ସହଧର୍ମିଣୀ ଦିବଂଗତ ସର ଖୁଣ୍ଟିଆଙ୍କ ସ୍ମୁତିରେ ବହୁ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଏହି ସ୍ମୁତି ଉତ୍ସବରେ ସାମାଜିକକର୍ମୀ ଅଖିଳେଶ ପଦ ମହାନ୍ତି,ପୂର୍ବତନ ନାୟବ ସରପଞ୍ଚ ବଟକୃଷ୍ଣ ଦାଶ,ପୂର୍ବତନ ୱାର୍ଡସଭ୍ୟ କେଦାରେଶ୍ୱର ପୁହାଣ, ସଂଗଠକ ନିରଞ୍ଜନ ମୁଦୁଲି,ପୂର୍ବତନ ସମିତିସଭ୍ୟ ଲକ୍ଷ୍ମୀଧର ବେହେରା, ରବୀନ୍ଦ୍ର ପୃଷ୍ଟି, ପୂର୍ବତନ ୱାର୍ଡସଭ୍ୟ ଘନଶ୍ୟାମ ବେହେରା,ରାଜେଶ ବେହେରା, ମାନସ ବେହେରା, ସୂର୍ଯ୍ୟମଣି ଧଳ,ରତିକାନ୍ତ ପୃଷ୍ଟି,କ୍ଷୀରୋଦ ଦାଶ, ମହେଶ୍ୱର ସାହୁ, ଗୌରୀଶଙ୍କର ମହାପାତ୍ର, ବିକ୍ରମ ରାଉତ, ପ୍ରଭାତ ଘଡେଇ, ଚୈତନ୍ୟ ବେହେରା, ରାକେଶ ବିଶ୍ୱାଳ, ପ୍ରମୁଖ ଯୋଗଦେଇ ସ୍ବର୍ଗୀୟା ସର ଦେବୀଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l
