ଶ୍ରୀଜୀଉଙ୍କର ଆଉ ଏକ ସ୍ୱର୍ଣ୍ଣ ଅଳଙ୍କାର ସେଟ୍‌ ତିଆରି ହେବ

ପୁରୀ ରାଜ୍ୟ
Spread the love

ପୁରୀ, ୨୧/୧୦: ଶ୍ରୀମନ୍ଦିରେ ରତ୍ନ ଭଣ୍ଡାରରେ ଥିବା ସମସ୍ତ ସୁନା ଗହଣା ରତ୍ନ ଏବଂ ଅନ୍ୟାନ୍ୟ ମୂଲ୍ୟବାନ ବସ୍ତୁର ଗଣତି ମଣତି ହେବ । ଏହା ପର୍ଯ୍ୟାୟ କ୍ରମେ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକ ଅରବିନ୍ଦ ପାଢୀ ପରିଚାଳନା କମିଟିର ବୈଠକ ପରେ ଏହି ସୂଚନା ଦେଇଛନ୍ତି ।

ଶ୍ରୀମନ୍ଦିରର ନୀତିକାନ୍ତି ଅଧିକ ନଥିବା ସମୟରେ ଏହି ଗଣତି ମଣତି କାର୍ଯ୍ୟକ୍ରମ କରାଯିବ । ଶ୍ରୀଜୀଉମାନଙ୍କର ନୀତିକାନ୍ତି ଏବଂ ଶ୍ରଦ୍ଧାଳୁମାନଙ୍କର ଦର୍ଶନରେ ଯେପରି ବାଧା ନ ଉପୁଜିବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ମୁଖ୍ୟପ୍ରଶାସକ ପ୍ରକାଶ କରିଛନ୍ତି । ଏ ନେଇ ଆଉ ଏକ ଏସ୍‌ଓପି ଆସିବ । ପର୍ଯ୍ୟାୟ କ୍ରମେ ଏହି ଗଣତିମଣତି କରାଯିବ । ଏଥିପାଇଁ କୌଣସି ସମୟସୀମା ଧାର୍ଯ୍ୟ କରାଯାଇ ନାହିଁ । ଗଣତିମଣତି ତ୍ରୁଟି ଶୂନ୍ୟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଶ୍ରୀଜୀଉମାନଙ୍କର ଆଉ ଏକ ସେଟ୍‌ ସ୍ୱର୍ଣ୍ଣ ଅଳଙ୍କାର କରାଯିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି । ଏହା ସହ ସେବାୟତଙ୍କ ପେନସନ୍‌ ବୃଦ୍ଧି କରାଯାଇଛି

Leave a Reply

Your email address will not be published. Required fields are marked *