ନୂଆଦିଲ୍ଲୀ,୨୯/୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ହତ୍ୟା ରହସ୍ୟକୁ ନେଇ ପାକିସ୍ତାନରେ ଏବେ ଶୀତଳଯୁଦ୍ଧ ଆରମ୍ଭ ହୋଇଯାଇଛି। ଜେଲ ଭିତରେ ଇମ୍ରାନଙ୍କୁ ହତ୍ୟା କରାଯାଇଥିବା ନେଇ ଆଫଗାନିସ୍ତାନ ଗଣମାଧ୍ୟମ ଦାବି କରିବା ପରଠାରୁ ଦେଶରେ ଅପ୍ରୀତିକର ପରିସ୍ଥିତି ଉପୁଜିଛି। ସେପଟେ ଜେଲ୍ କର୍ତ୍ତୃପକ୍ଷ ଇମ୍ରାନଙ୍କ ପରିବାରକୁ ତାଙ୍କ ସହିତ ଭେଟିବାକୁ ସୁଯୋଗ ଦେଉ ନ ଥିବାରୁ ଏହାକୁ ନେଇ ସସପେନ୍ସ ବଢ଼ିଯାଇଛି। ଗତ ନଭେମ୍ବର ୫ରେ ଇମ୍ରାନ ସାମାଜିକ ଗଣମାଧ୍ୟମରେ ଶେଷ ଥର ଲାଗି କରିଥିବା ଏକ ପୋଷ୍ଟରେ ତାଙ୍କର କୌଣସି କ୍ଷତି ହେଲେ ସେଥିପାଇଁ ମୁନିର ଦାୟୀ ରହିବେ ବୋଲି ଲେଖିଥିଲେ। ତେଣୁ ବର୍ତ୍ତମାନ ତାଙ୍କ ହତ୍ୟା ଖବର ପ୍ରଚାରିତ ହେବା ପରେ ମୁନିରଙ୍କ ଆଡକୁ ଅଙ୍ଗୁଳି ନିର୍ଦେଶ ହେଉଛି। ଏହାକୁ କେନ୍ଦ୍ର କରି ଇମ୍ରାନଙ୍କ ୩ ଭଉଣୀ ଏବଂ ପୁଅ ମୁନିର ବିରୋଦରେ ବିଦ୍ରୋହ ଆରମ୍ଭ କରିଦେଇଛନ୍ତି। ଯାହାକୁ ସମର୍ଥନ କରି ରାସ୍ତାକୁ ଓହାଇଛନ୍ତି ଦେଶର ଜନସାଧାରଣ ଏବଂ ଇମ୍ରାନଙ୍କ ରାଜନୈତିକ ଦଳ ପିଟିଆଇ।
ଇମ୍ରାନଙ୍କୁ ଅଡିୟାଲା ଜେଲରେ ବନ୍ଦୀ କରି ରଖାଯାଇଥିଲା। ଏବେ ତାଙ୍କର ୩ ଭଉଣୀ ଇମ୍ରାନଙ୍କୁ ଭେଟିବାକୁ ଜିଦରେ ଅଟଳ ରହିଛନ୍ତି। ସେପଟେ ପିଟିଆଇ ନେତା, କର୍ମୀ ଏବଂ ଜନସାଧାରଣ ଜେଲ ବାହାରେ ଧାରଣା ଦେଇଛନ୍ତି। ଇମ୍ରାନଙ୍କ ପୁଅ କାସିମ ଇମ୍ରାନ ଜୀବିତ ଥିବା ନେଇ ପ୍ରମାଣ ମାଗିଛନ୍ତି।
ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନୀର ସ୍ଥଳସେନା, ନୌସେନା, ବାୟୁସେନା ଏବଂ ପରମାଣୁ ଅସ୍ତ୍ର ଉପରେ ନିଜର ନିୟନ୍ତ୍ରଣ ରଖିଥିବା ପ୍ରଥମ ପ୍ରତିରକ୍ଷା ମୁଖ୍ୟ ପାଲଟିଯାଇଛନ୍ତି। ପାକିସ୍ତାନର ସାମ୍ବିଧାନିକ ସଂଶୋଧନ ତାଙ୍କୁ ମୁସରଫଙ୍କ ପରେ ସବୁଠୁ ୨ୟ ଶକ୍ତିଶାଳୀ ଜେନେରାଲ ଭାବେ ଦାୟିତ୍ଵ ଦେଇଛି। ମୁନିର ପାକିସ୍ତାନର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ହେବା ପରଠାରୁ ତାଙ୍କ ବିରୋଦରେ ସବୁଠୁ ବଡ଼ ବିଦ୍ରୋହ ବି ଆରମ୍ଭ ହୋଇଯାଇଛି।
