ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ଵର, ୩/୧୨: ଫେବୃଆରୀ ୧୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ଫେବୃଆରୀ ୧୮ ତାରିଖରୁ ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କକ ପକ୍ଷରୁ ସୂଚନା ମିଳିଛି। ସବୁ ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୨ଟାରେ ସରିବ। ଚଳିତବର୍ଷ ମୋଟ ୪ ଲକ୍ଷ ୭ ହଜାର ୩୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ପରୀକ୍ଷା କେନ୍ଦ୍ର ବଢ଼ାଯାଇଛି।

ମୋଟ୍ ୧୩୫୦ଟି କେନ୍ଦ୍ରରେ ପରୀକ୍ଷା ହେବ। ଡିସେମ୍ବର ୧୫ ତାରିଖ ସୁଦ୍ଧା ଆଡମିଟ୍ କାର୍ଡ ପ୍ରଦାନ କରାଯିବ। ସମସ୍ତ ୨୧୦ଟି ହବ୍ ଏଆଇ କ୍ୟାମେରା ସର୍ଭେଲାନ୍ସରେ ରହିବ। ଜାନୁଆରୀ ୨ ତାରିଖରୁ ୧୫ ତାରିଖ ମଧ୍ୟରେ ପ୍ରାକ୍ଟିକାଲ୍‌ ପରୀକ୍ଷା ହେବ। ପ୍ରଥମଥର ପ୍ରାକ୍ଟିକାଲ ପରୀକ୍ଷାରେ ଓ୍ବେବ୍‌ କାଷ୍ଟ , ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା ହେବ। ୪୦ ଦିନରେ ଫଳାଫଳ ପ୍ରକାଶ ପାଇବ। କପି ରୋକିବାକୁ ଏଆଇ ସହାୟତା ନିଆଯିବ।

Leave a Reply

Your email address will not be published. Required fields are marked *