୨୦ଜଣଙ୍କୁ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ଦେଶବିଦେଶ
Spread the love

ନୂଆଦିଲ୍ଲୀ, ୨୬/୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଧାନମନ୍ତ୍ରୀଙ୍କ ଜାତୀୟ ବୀର ବାଳ ପୁରସ୍କାର ପ୍ରଦାନ କରିଛନ୍ତି। ଦଶମ ଏବଂ ଶେଷ ଶିଖ ଗୁରୁ ଶ୍ରୀ ଗୋବିନ୍ଦ ସିଂହଙ୍କ ଚାରି ପୁତ୍ରଙ୍କ ସହିଦତାକୁ ସମ୍ମାନ ଜଣାଇ ପ୍ରତିବର୍ଷ ଡିସେମ୍ବର ୨୬କୁ ବୀର ବାଳ ଦିବସ ଭାବରେ ପାଳନ କରାଯାଏ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ୨୦୨୨ରେ ଏହି ଦିବସ ପାଳନ କରିବାକୁ ଘୋଷଣା କରିଥିଲେ ।ଆଜି ବୀର ବାଳ ଦିବସ ଅବସରରେ, ଦେଶର ୧୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଚୟନ ହୋଇଥିବା ପ୍ରାୟ ୨୦ ଜଣ ପିଲାଙ୍କୁ ରାଷ୍ଟ୍ରୀୟ ବୀର ବାଳ ପୁରସ୍କାର ପ୍ରଦାନ କରାଯାଇଥିଲା। ଛଅଟି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଥିଲା: ସାହସିକତା, କଳା, ସଂସ୍କୃତି, ବିଜ୍ଞାନ, ପରିବେଶ, ସମାଜସେବା ଏବଂ କ୍ରୀଡା। ୨୦ ଜଣ ପିଲାଙ୍କ ମଧ୍ୟରୁ ଦୁଇଜଣଙ୍କୁ ମରଣୋତ୍ତର ବୀର ବାଳ ପୁରସ୍କାର ମିଳିଛି। ବୀର ବାଳ ପୁରସ୍କାର ପାଇଥିବା ୨୦ ଜଣ ପିଲାଙ୍କ ମଧ୍ୟରେ ୧୪ ବର୍ଷୀୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ଅଛନ୍ତି।

Leave a Reply

Your email address will not be published. Required fields are marked *