ଝଙ୍କଡ଼ ସାହିତ୍ୟ ସଂସଦ ସଦସ୍ୟା ପଦ୍ମାବତୀ ମିଶ୍ର ଙ୍କ ସଂସ୍କୃତି ସୁମନ ଉନ୍ମୋଚନ

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼, ୭/୧: ରାଜଧାନୀ ଭୁବନେଶ୍ୱର ସପ୍ତମ ରାଜ୍ୟସ୍ତରୀୟ ପୁସ୍ତକ ମହୋତ୍ସବ ରେ ବାଜିରାଉତ ମଞ୍ଚରେ ଝଙ୍କଡ଼ ସାହିତ୍ୟ ସଂସଦ ର ବରିଷ୍ଠ ସଦସ୍ୟା ପଦ୍ମାବତୀ ମିଶ୍ର ଙ୍କ ପ୍ରବନ୍ଧ ପୁସ୍ତକ ସଂସ୍କୃତିସୁମନ ର ଉନ୍ମୋଚନ ହୋଇଯାଇଛି l ଅବକ୍ଷୟ ମୁଖୀ ସମାଜର ସଂସ୍କାର ଆଣିବା ସହିତ ସଂସ୍କୃତିର ସୁରକ୍ଷା ନିମନ୍ତେ ସଚେତନତା ସୃଷ୍ଟି କରିବାପାଇଁ ଏହି ପୁସ୍ତକ ରେ ବହୁ ଉପାଦେୟ କଥାବସ୍ତୁ ର ଆଲୋଚନା କରାଯାଇଛି ବୋଲି ଆୟୋଜିତ କାର୍ଯ୍ୟକ୍ରମର ନିମନ୍ତ୍ରିତ ଅତିଥିମାନେ ମତବ୍ୟକ୍ତ କରିଥିଲେ l ଏଥିରେ ଉଦଘାଟକ ଭାବେ ଭାଷାସଂସ୍କୃତି ବିଭାଗର ସଚୀବ ଡଃ ଦେବପ୍ରସାଦ ଦାଶ, ସାହିତ୍ୟଏକାଡେମୀ ର ସଚୀବ ଡଃ ଚନ୍ଦ୍ରଶେଖର ହୋତା ମୁଖ୍ୟଅତିଥି, ସାରଳାସାହିତ୍ୟ ପୁରସ୍କାର ପ୍ରାପ୍ତ ବନଜା ଦେବୀ ସାହିତ୍ୟିକା ପ୍ରଫେସର ସଂଘମିତ୍ରା ମିଶ୍ର, ଓ ଗାଳ୍ପିକ ତରୁଣକାନ୍ତ ମିଶ୍ର ପ୍ରମ୍ମୁଖ ସମ୍ମାନିତଅତିଥି ଭାବେ ଯୋଗଦେଇ ଥିବାବେଳେ ରମାଦେବୀ ବିଶ୍ୱବିଦ୍ୟାଳୟ ର ଅଧ୍ୟାପିକା ଡ଼ ସରୋଜିନୀ ପାଣି ମଞ୍ଚପରିଚାଳନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଝଙ୍କଡ଼ ସାହିତ୍ୟସଂସଦ ର ସମ୍ପାଦକ ଗୋଲକବିହାରୀ ପଲାଇ, ଝୁଲରାମ ଦାସ, ସବିତା ନାୟକ, ପ୍ରଭାତ ପରିଜା, ଅଞ୍ଜନା ଦାସ, ଆଶିଷ ପରିଜା ଓ ପଣ୍ଡିତ ବାସବ ନନ୍ଦ ପ୍ରମ୍ମୁଖ ଉପସ୍ଥିତ ରହି ଏହି ସାରସ୍ୱତ କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶଗ୍ରହଣ କରିଥିଲେ l

Leave a Reply

Your email address will not be published. Required fields are marked *