ଯାତ୍ରା ମଞ୍ଚରେ ଅଭିନୟ କରିବେ ପୀୟୂଷ ତ୍ରିପାଠୀ, ଅନୁମତି ଦେଲେ ଭୁବନେଶ୍ବର ସିଭିଲ ଜଜ୍

ରାଜ୍ୟ
Spread the love

ଭୁବନେଶ୍ବର: ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପକୁ ନେଇ ଉପୁଜିଥବା ବିବାଦରେ ପଡ଼ିଲା ବିବାଦ। ଏହି ମାମଲାରେ ରାୟ ଶୁଣାଇ ଭୁବନେଶ୍ବର ସିଭିଲ କୋର୍ଟ ପୀୟୂଷଙ୍କୁ ଯାତ୍ରା ‘ସିଂହବାହିନୀ’ରୁ ମଞ୍ଚ ଚଢ଼ିବାକୁ ଅନୁମତି ଦେଇଛନ୍ତି।  ଆଉ କୋର୍ଟଙ୍କ ଏହି ରାୟ ପରେ ପୀୟୂଷଙ୍କର ଖଣ୍ଡଗିରିରେ ମଞ୍ଚ ଚଢ଼ିବା ପଥ ପରିଷ୍କାର ହୋଇଛି। ସେପଟେ ଏଖବର ଆସିବା ପରେ ପୀୟୂଷଙ୍କ ଫ୍ୟାନ୍‌ଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି।

ସୂଚନାଥାଉକି, ଚୁକ୍ତି ଖିଲାପକୁ ନେଇ ଅପେରା ସୂର୍ଯ୍ୟ ମନ୍ଦିର ପକ୍ଷରୁ କୋର୍ଟରେ ମାମଲା ଦାୟର ହୋଇଥିଲା । ସୂର୍ଯ୍ୟ ମନ୍ଦିର ପକ୍ଷରୁ ଅଭିଯୋଗ ହୋଇଥିଲା ଯେ, ପୀୟୂଷ ଚୁକ୍ତି ଅନୁଯାୟୀ ସର୍ତ୍ତ ପୂରଣ ନକରି ଅନ୍ୟ ପାର୍ଟିକୁ ଯାଇଛନ୍ତି। ଏମିତିରେ କୋର୍ଟ ଏହି ମାମଲାର ଶୁଣାଣି ନସରିବା ପର୍ଯ୍ୟନ୍ତ ପୀୟୂଷଙ୍କ ମଞ୍ଚ ଚଢ଼ିବା ଉପର କଟକଣା ଲଗାଇଥିଲେ। ତେବେ ବର୍ତ୍ତମାନ ମାମଲାର ରାୟ ଆସିବା ପରେ ଖଣ୍ଡଗିରିର ଯାତ୍ରା ମଞ୍ଚରେ ପୀୟୂଷ ଚଢ଼ିପାରିବେ କି ନାହିଁ ? ସେଥିରେ ଯବନିକା ପଡ଼ିଛି।

ଏହା ପୂର୍ବରୁ ସୋମବାର ପୀୟୂଷ ନିଜେ ମଧ୍ୟ ପୁରୀ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ। ଏହି ସମୟରେ ପୀୟୂଷ କହିଥିଲେ, ‘ମୋତେ ନେଇ ଯେଉଁ ବିବାଦ ଉପୁଜିଛି ତାହା ମହାପ୍ରଭୁ ବିଚାର କରିବେ। ମୁଁ ଧୈର୍ଯ୍ୟ ଧରି ଅପେକ୍ଷା କରିଛି। ଦର୍ଶକଙ୍କ ଭଲପାଇବା ଓ ଆଶୀର୍ବାଦ ରହିବ ଓ ମହାପ୍ରଭୁଙ୍କ ଆଶୀର୍ବାଦ ରହିବ ମୁଁ ନିଶ୍ଚୟ ମଞ୍ଚ ଚଢ଼ିବି।ଯେଉଁମାନେ ମୋ ବିରୁଦ୍ଧରେ ଯାଇଛନ୍ତି ସେମାନଙ୍କର ବହୁତ ଅହଙ୍କାର ହୋଇଛି ଓ ନିଜକୁ ମୁଁ ବୋଲି ଭାବୁଛନ୍ତି।’’ ତେଣୁ ଆଶା ଅଛି ଖଣ୍ଡଗିରି ମେଳାରେ ମୁଁ ନିଶ୍ଚିତ ଯାତ୍ରା ପରିବେଷଣ କରିବି ବୋଲି ମହାପ୍ରଭୁଙ୍କ ଦର୍ଶନ ପରେ ପୀୟୂଷ ପ୍ରତିକ୍ରିୟା ରଖିଛନ୍ତି ।

Leave a Reply

Your email address will not be published. Required fields are marked *