ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ଦାଶଙ୍କୁ ସେବାନିବୃତ୍ତ ସମ୍ବର୍ଦ୍ଧନା

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼  :  ତିର୍ତ୍ତୋଲବ୍ଲକ ସଅଁରା ସଅଁରା, ସରକାରୀ ଉଚ୍ଚବିଦ୍ୟାଳୟ ର ଆଦର୍ଶ ଶିକ୍ଷୟତ୍ରୀ ଅନ୍ନପୂର୍ଣ୍ଣା ଦାଶ ଙ୍କୁ ଗତ ଶନିବାରଦିନ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l ପ୍ରଧାନଶିକ୍ଷୟତ୍ରୀ ମହାମାୟା ବିଶ୍ୱାଳ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସଭାରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ଶିକ୍ଷାମଣ୍ଡଳାଧୀଶ ପବିତ୍ରକୁମାର କର ଓ ମୁଖ୍ୟବକ୍ତା ଭାବରେ ଶିକ୍ଷକସଂଘର ସମ୍ପାଦକ ସୁରେନ୍ଦ୍ର କୁମାର ମହାପାତ୍ର ଯୋଗଦେଇଥିବା ବେଳେ, ସ୍ୱତନ୍ତ୍ର ଅତିଥି ଭାବରେ ସଅଁରା ପଞ୍ଚାୟତ ର ସରପଞ୍ଚ ବିକ୍ରମକେଶରୀ ସ୍ୱାଇଁ ଓ ବିଶିଷ୍ଟଅତିଥି ପରିଚାଳନାକମିଟି ସଭାପତି ସିଦ୍ଧେଶ୍ୱର ଦାସ ମଞ୍ଚମଣ୍ଡନ କରିଥିଲେ l ବରିଷ୍ଠଶିକ୍ଷକ ବାବୁଲି ସ୍ୱାଇଁ ନିମନ୍ତ୍ରିତ ଅତିଥିମାନଙ୍କୁ ମଞ୍ଚକୁ ସ୍ୱାଗତ କରିବାସହିତ ସମସ୍ତ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ l

ଅନ୍ୟମାନଙ୍କ ମଧ୍ୟରେ ଝୁଲାରାମ ଦାସ, ବିଜୟ କୁମାର ସ୍ୱାଇଁ, ଅକ୍ଷୟ କୁମାର ନାୟକ, ପ୍ରାକ୍ତନ ଅଧ୍ୟକ୍ଷ ରବିନାରାୟଣ ରଥ, ବିଜୟ କୁମାର ନାୟକ, ପ୍ରାକ୍ତନ ପ୍ରଧାନଶିକ୍ଷକ ନରୋତ୍ତମ ଭୂୟାଁ, ଗିରିଜା ଶଙ୍କର ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ, ବିଦୟୀ ଅନ୍ନପୂର୍ଣ୍ଣା ଦାଶ ଙ୍କ ଦିବ୍ୟଗୁଣାବଳି ବିଷୟରେ ନିଜନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ l ତେବେ ଏହି ସମସ୍ତ କାର୍ଯ୍ୟକ୍ରମ କୁ ଲକ୍ଷ୍ମୀପ୍ରିୟା ସ୍ୱାଇଁ, ଜୟନ୍ତୀପ୍ରଭା ଦାସ,ନୟନାମଞ୍ଜରୀ ପାଳ, ସୁପ୍ରଭା ମହାନ୍ତି, ରତ୍ନପ୍ରଭା ସ୍ୱାଇଁ, ଗୀତାଞ୍ଜଳି ବାରିକ, ପୁଷ୍ପାଞ୍ଜଳି ମହାରଣା, ପ୍ରଜ୍ଞ୍ୟାପ୍ରିୟଦର୍ଶିନୀ, ଲକ୍ଷ୍ମୀପ୍ରିୟା ସ୍ୱାଇଁ, ଜୟଶ୍ରୀ ନାୟକ, ଅନ୍ନପୂର୍ଣ୍ଣା ଓଝା ଙ୍କ ସମେତ କମିଟିର ପଦାଧିକାରୀ ବିଦ୍ୟୁତ କୁମାର ନାୟକ, ଗୌରୀକାନ୍ତ ସ୍ୱାଇଁ,ଓ ପ୍ରାକ୍ତନ କର୍ମଚାରୀ ରବୀନ୍ଦ୍ରନାଥ ସାହୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ l ଶିକ୍ଷକ ଟୁଟୁ ଦାଶ ସ୍ୱାଗତ ଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ l ଶେଷରେ ଶିକ୍ଷୟତ୍ରୀ ପଦ୍ମିନୀ ପ୍ରିୟଦର୍ଶିନୀ ଦାଶ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l

Leave a Reply

Your email address will not be published. Required fields are marked *