କଟକ ସଦର: କଟକ ବିଜେପି ସାଂଗଠନିକ ଜିଲ୍ଲା ଅନ୍ତର୍ଗତ ୫ ଗୋଟି ନିର୍ବାଚନ ମଣ୍ଡଳୀ ପାଇଁ ନୂତନ ପ୍ରଭାରୀ ଓ ସହ-ପ୍ରଭାରୀଙ୍କ ନାମ ଘୋଷଣା କରାଯାଇଛି। ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳଙ୍କ ସୁପାରିଶ ଏବଂ ଜିଲ୍ଲା ପ୍ରଭାରୀ ଇଂ ଜ୍ଞାନ ଦେବ ବେଉରାଙ୍କ ଅନୁମୋଦନ କ୍ରମେ ଏହି ନାମ ଘୋଷଣା ହୋଇଛି।
ଏହି କ୍ରମରେ, କଟକ ସଦର ନିର୍ବାଚନ ମଣ୍ଡଳୀ ପାଇଁ ଗୀତାରାଣୀ ଦାସ ପ୍ରଭରୀ ଏବଂ ସହ ପ୍ରଭାବରୀ ଭାବରେ ଜଗଦାନନ୍ଦ ତ୍ରିପାଠୀଙ୍କୁ ନିଯୁକ୍ତି ମିଳିଛି | ସେହିପରି ନିଆଳି ନିର୍ବାଚନ ମଣ୍ଡଳୀ ପାଇଁ କଟକ ସଦରର ବରିଷ୍ଠ ବିଜେପି ନେତା ତଥା ପରମହଂସ ପଞ୍ଚାୟତର ପୂର୍ବତନ ସରପଞ୍ଚ ଆଡଭୋକେଟ୍ ନିର୍ମଳ ଦାସ (ହରି)ଙ୍କୁ ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି। ଶ୍ରୀ ଦାସ ପୂର୍ବରୁ ଜିଲ୍ଲା ବିଜେପିର ଉପ-ସଭାପତି ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇଛନ୍ତି। ଅନ୍ୟପକ୍ଷରେ କଟକ ସଦରର ଜଣାଶୁଣା ନେତା ତଥା ବୈୟାଳିଶ ମୌଜା ମଣ୍ଡଳର ପୂର୍ବତନ ସଭାପତି ପିୟୁଷ ପରିଡ଼ାଙ୍କୁ ଉକ୍ତ ନିର୍ବାଚନ ମଣ୍ଡଳୀର ସହ-ପ୍ରଭାରୀ ଭାବେ ମନୋନୀତ କରାଯାଇଛି।
ଚୌଦ୍ବାର କଟକ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଭାରୀ ଭାବରେ ଆଲୋକ ମହାନ୍ତି ଏବଂ ସହ ପ୍ରଭାବରୀ ଭାବରେ ବୁଲୁ ସ୍ବାଇଁଙ୍କୁ ନିଯୁକ୍ତି ମିଳିଥିବାବେଳେ ବାରବାଟୀ କଟକ ପାଇଁ ପ୍ରଭାରୀ ଭାବେ ପ୍ରକାଶ ବଡ଼ଜେନା ଏବଂ ସହ ପ୍ରଭାରୀ ଭାବେ ସଂଗ୍ରାମ ସ୍ବାଇଁ, ବାଙ୍କୀ ନିର୍ବାଚନ ମଣ୍ଡଳୀ ପାଇଁ ସନ୍ତୋଷ କୁମାର ବିଶ୍ବାଳଙ୍କୁ ପ୍ରଭାରୀ ଓ ଶିଶିର ଦାସଙ୍କୁ ସହ ପ୍ରଭାରୀ ଭାବେ ଦାୟିତ୍ବ ମିଳିଛି |
ଏହି ନୂତନ ନିଯୁକ୍ତି ପାଇଁ କଟକ ସଦର ବିଜେପି ପକ୍ଷରୁ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି।
