କଟକ : ୪୨ ମୌଜା ଝିଙ୍କିରିଆ ଗ୍ରାମ ନିବାସୀ ଡ଼ଃ.ପ୍ରଶାନ୍ତ କୁମାର ନନ୍ଦଙ୍କ ବାସ ଭବନରେ ଜ୍ୟୋତ୍ସ୍ନା ରାଣୀ ଦାଶଙ୍କ ପୌରୋହିତ୍ୟରେ ଶ୍ରୀ ଅରବିନ୍ଦ ପାଠଚକ୍ର ଅନୁଷ୍ଠିତ ହୋଇ ଯାଇଛି । ମୋନାଲିସା ଦାଶ ମହାପାତ୍ର ଏବଂ ବିକାଶ ରଞ୍ଜନ ପରିଡା ପ୍ରାଣିକ ବିଶ୍ୱାସ,ମାନସିକ ବିଶ୍ୱାସ, ଓ ଚୈତ୍ତିକ ବିକାଶ ବିଷୟରେ ଆଲୋଚନା କରିଥିଲେ । ସଞ୍ଜୟ ମହାପାତ୍ର ପାଠଚକ୍ର ପରିଚାଳନା କରି ଥିଲେ । ଏହି ଅବସରରେ ଡ଼ଃ.ନନ୍ଦଙ୍କୁ ନିଷ୍ଠାପର ମାତୃ ସେବକ ଭାବରେ କାର୍ଯ୍ୟ ସମ୍ପାଦନ କରିଥିବାରୁ ସମ୍ବର୍ଦ୍ଧିତ କର ଯାଇ ଥିଲା ।
