ଅଜଣା ଯୁବକ ଉଦ୍ଧାର ଓ ଥଇଥାନ

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼ : ଚେହେରା ଓ ବେଶ ପୋଷାକରୁ ଜଣା ପଡୁଥିଲା ବ୍ୟକ୍ତିଟି ସାମାନ୍ୟ ମାନସିକ ଭିନ୍ନକ୍ଷମ ବୋଲି | ମୁହଁରେ କୌଣସି ଭାଷା ନଥିଲା ପରିଚୟ ମଧ୍ୟ ଅସ୍ପଷ୍ଟ! ଯାହାକୁ ଦେଖିଲେ ଭୟ ବିବ୍ରତ ଭାବରେ ହସି ଦେଉଥିଲା! ବୟସ ପାଖାପାଖି ୨୦ କୋଡିଏ ବର୍ଷ ଭିତରେ!ସକାଳ ସମୟ!ଚଳ ଚଂଚଳ ତିର୍ତ୍ତୋଲ ଥାନା ଭିତରକୁ ଚାଲି ଆସି ଥିଲା ଯୁବକ ଜଣକ! ଥାନା କର୍ମ ଚାରୀଙ୍କ ମଧ୍ୟରେ ପୋ ଲିସର ସନ୍ଦେହ ମନରେ ଅନେକ ପ୍ରଶ୍ନ୍ନ ବାଚୀ ସୃଷ୍ଟି ହୋଇଥିଲା | ତର୍ଜମା ଓ ଅନୁ ସନ୍ଧାନ ପରେ ଯୁବକଙ୍କ ପାଖରେଥିବା ଛିଣ୍ଡା ବ୍ୟାଗରୁ ପ୍ରାପ୍ତ ଆଧାର କାର୍ଡ଼ରୁ ତାଙ୍କ ପରିଚୟ ଅବଗତ ହେବା ପରେ ସହୃଦୟ ପୋଲିସ ବାହିନୀ ଯୁବକଙ୍କ ଥଇଥାନ ସମ୍ପର୍କରେ ଚିନ୍ତା କରିଥିଲେ |

ସହୃଦୟ ଉପମଣ୍ଡଳ ପୋଲିସ ଅଧିକାରୀ ଅଜୟ କୁମାର ଦାସ ମହୋଦୟ ଏପରି ବ୍ୟକ୍ତି ବିଶେଷଙ୍କୁ ଉଦ୍ଧାର ଓ ଥଇଥାନ କରୁଥିବା ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ ଙ୍କୁ ଯୋଗଯୋଗ କରାଇ ଥିଲେ! ଶ୍ରୀ ମତୀ ଆଚାର୍ଯ୍ୟ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ମମତା ନାୟକ ଙ୍କ ସହ ଯୋଗା ଯୋଗ କରି ତିର୍ତ୍ତୋଲ ପୋଲିସ ତଥା ଦେବଦୁତ ସଡକ ସୁରକ୍ଷା ବହିନୀ ର ସଭାପତି ପଙ୍କଜ ତରାଇ ଙ୍କ ସହାୟତାରେ ଜଗତସିଂହପୁର ସ୍ଥିତ ଆଶ୍ରା ସଂଗଠନ ରେ ଯୁବକଙ୍କୁ ଆସ୍ଥାୟୀ ଭାବେ ଅବସ୍ଥାପିତ କରା ଗଲା!ଅଳ୍ପ ଦିନ ମଧ୍ୟରେ ଯୁବକଙ୍କୁ ନୀଳାଚଳ ସେବା ପ୍ରତିଷ୍ଠାନ କଣାସ ରେ ଅବସ୍ଥାପିତ କରାଯିବ ବୋଲି ଶ୍ରୀ ମତୀ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି! ତିର୍ତ୍ତୋଲ ପୋଲିସ ର ଏପରି ମାନବୋଚିତ କାର୍ଯ୍ୟ କଳାପ କୁ ପ୍ରଶଂସା କରିଛନ୍ତି |

Leave a Reply

Your email address will not be published. Required fields are marked *