ଝଙ୍କଡ଼ : ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠ ରେ ଓଡ଼ିଆ ନୂଆବର୍ଷ, ମହାବିଷୁବ ପଣାସଂକ୍ରାନ୍ତି, ଝାମୁଯାତ୍ରା ଦିନ ସନ୍ଧ୍ୟାରେ କନକପୁର ବଜାର ପଡିଆରେ, ପ୍ରାର୍ଥନା ଟିଭିର ଭକ୍ତିର ସ୍ୱର କାର୍ଯ୍ୟକ୍ରମର ଖ୍ୟାତନାମା କଳାକାର ମାନଙ୍କୁ ନେଇ ଗୀତିକାର ଦେବୀଦତ୍ତ ମହାନ୍ତି ଙ୍କ ରଚିତ ଓ ମାସାରଳା, ହନୁମାନଜୀଉ ଙ୍କ ଉପରେ ଆଧାରିତ ନଅଗୋଟି ନୂଆ ଭକ୍ତିଗୀତି ର ଉନ୍ମୋଚନ ବିପୁଳ ଜନସମାବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l
ପ୍ରାର୍ଥନା ଚ୍ୟାନେଲ ର ମୁଖ୍ୟସଂଯୋଜକ ଅଭୟ ଗଡ଼ନାୟକ ଙ୍କ ସଂଯୋଜନା ରେ ଓ ଉପସ୍ଥାପକ ଡ଼ ନିରଞ୍ଜନ ମହାପାତ୍ର ଙ୍କ ଉପସ୍ଥାପନା ରେ କଣ୍ଠଶିଳ୍ପୀ ଅନ୍ତର୍ଯ୍ୟାମୀ ପୁହାଣ, ଅହନ ବିକ୍ରମ, ରୀତିପର୍ଣ୍ଣା ନାୟକ, ବନସ୍ମିତା ରଣା, ରାଜଶ୍ରୀ ଦାଶ, ଜୟପ୍ରକାଶ ମହାନ୍ତି ଓ ଶୁଭଦାନନ୍ଦ ଦାଶ ପ୍ରମ୍ମୁଖ ସୁଲଳିତ ଭକ୍ତିସଙ୍ଗୀତ ପରିବେଷଣ କରି ଉପସ୍ଥିତ ଶ୍ରୋତା ଓ ଦର୍ଶକ ମାନଙ୍କୁ ଅଭିଭୂତ କରିଥିଲେ l
ତେବେ ଏହି ସମସ୍ତକାର୍ଯ୍ୟକ୍ରମ କନକପୁର ରବୀନ୍ଦ୍ର ପାଠାଗାର ଆନୁକୂଲ୍ୟରେ ଓ ନାରାୟଣ ପ୍ରସାଦ ଜେନା, ସତ୍ୟଭୂଷଣ ମହାନ୍ତି, ପ୍ରଦୀପ୍ତ ଲେଙ୍କା, ସଞ୍ଜୟ ମହାନ୍ତି, ଅଶୋକ ସାହୁ, ଅରୁଣ ଜେନା, ଦେବୀ ପ୍ରସାଦ ରାଉଳ, ଚନ୍ଦ୍ରଶେଖର ସାହୁ, ଦେବୀ ପ୍ରସାଦ ରାଉଳ, ଇଂ ସୁମିତ ଦାସ ଙ୍କ ପ୍ରତକ୍ଷ୍ୟତତ୍ତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିବାବେଳେ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ନିମନ୍ତ୍ରିତ କଳାକାର ମାନଙ୍କୁ ମଞ୍ଚକୁ ସ୍ୱାଗତ କରିଥିଲେ l ପ୍ରାରମ୍ଭରେ ବରିଷ୍ଠସେବାୟତ ରମେଶ ଚନ୍ଦ୍ର ରାଉଳ ଓ ତ୍ରିଲୋଚନ ରାଉଳ କଳାକାର ମାନଙ୍କୁ ମାଆଙ୍କ ଅଙ୍ଗବସ୍ତ୍ର ଓ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଏହି ଭକ୍ତିଗୀତିର ଆସର ସ୍ଥାନୀୟ ଅଞ୍ଚଳରେ ଏକ ଭକ୍ତିଭାବମୟ ପରିବେଶ ସୃଷ୍ଟି କରିଥିଲା l
