ବେଦାନ୍ତ ପାୱାର ପ୍ଲାଣ୍ଟ ବିସ୍ଫୋରଣ: ମୃତ୍ୟୁସଂଖ୍ୟା ୧୬କୁ ବୃଦ୍ଧି, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ଦେଶବିଦେଶ
Spread the love

ରାୟପୁର: ଛତିଶଗଡ଼ର ଶକ୍ତି ଜିଲ୍ଲାସ୍ଥିତ ବେଦାନ୍ତ ଥର୍ମାଲ ପାୱାର ପ୍ଲାଣ୍ଟରେ ଏକ ଉଚ୍ଚ-ଚାପ ବିଶିଷ୍ଟ ଗ୍ୟାସ୍‌ ପାଇପ୍‌ଲାଇନ ବିସ୍ଫୋରଣ ଘଟି ପ୍ରାଣ ହରାଇଥିବା ଶ୍ରମିକଙ୍କ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଅନେକ ଶ୍ରମିକ ଗୁରୁତର ଭାବେ ପୋଡ଼ି ଯାଇଥିବା ବେଳେ ପ୍ରାୟ ପ୍ରାୟ ୩୦ ଜଣ ଚିକିତ୍ସାଧୀନ ଅଛନ୍ତି।
ସଙ୍କଟାପନ୍ନ ଥିବା ଶ୍ରମିକଙ୍କୁ ରାୟପୁରକୁ ସ୍ଥାନାନ୍ତର କରାଯାଇଛି। ବେଦାନ୍ତ କମ୍ପାନି ମୃତକଙ୍କ ପରିବାର ପାଇଁ ୩୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଓ ପରିବାରର ଜଣକୁ ଚାକିରି ଦେବାକୁ ଘୋଷଣା କରିଥିବା ବେଳେ ଆହତଙ୍କୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଦରମା ଓ କାଉନସେଲିଂ ପ୍ରଦାନ କରାଯିବ ବୋଲି କହିଛି।
କେନ୍ଦ୍ର ସରକାର ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ଦେବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବୈଷୟିକ ତ୍ରୁଟି କିମ୍ବା ମାନବୀୟ ଅବହେଳା ଯୋଗୁଁ ଏହି ବିସ୍ଫୋରଣ ଘଟିଛି କି ନାହିଁ, ତାହାର ଯାଞ୍ଚ କରାଯାଉଛି। ଅନ୍ୟପଟେ କଂଗ୍ରେସ ପକ୍ଷରୁ ଏହି ଘଟଣା ପାଇଁ ବେଦାନ୍ତ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଦାୟୀ କରାଯାଇଛି ଏବଂ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ସହ ପରିଚାଳନା କମିଟି ବିରୋଧରେ ଏଫଆଇଆର୍ ରୁଜୁ କରିବାକୁ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *