ସ୍ୱଚ୍ଛ ସବୁଜ ମାହାଙ୍ଗାର ସ୍ଵପ୍ନଦର୍ଶୀ — ଡ଼. ଅମରେନ୍ଦ୍ର ମହାନ୍ତି

ରାଜ୍ୟ
Spread the love

ମାହାଙ୍ଗା(ଅଜୟ ମହାନ୍ତି) :  ସମାଜସେବା ହେଉଛି ଭାରତୀୟ ଦର୍ଶନର ଅଭିନ୍ନ ଅଂଶ। ମନୁଷ୍ୟତା ଓ ନିଷ୍ଠାର ସଜୀବ ପ୍ରତିକ। ଏହି ମୂଲ୍ୟବୋଧକୁ ଜୀବନରେ ଅଙ୍ଗୀକାର କରି, ଯୁବପିଢ଼ୀ ପାଇଁ ଏକ ନୂତନ ଆଦର୍ଶ ଗଢ଼ି ତୋଳିଛନ୍ତି ମାହାଙ୍ଗାର ସୁଯୋଗ୍ୟ ସନ୍ତାନ ଡ଼. ଅମରେନ୍ଦ୍ର ମହାନ୍ତି। ଜଣେ ପ୍ରତିଷ୍ଠିତ ଶିକ୍ଷାବିଦ୍, ଲେଖକ, ଗବେଷକ ଓ ସମାଜସେବୀ।
୧୯୭୯ ମସିହାରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକର ନାହଙ୍ଗ ଗ୍ରାମରେ ପିତା ଅକ୍ଷୟ କୁମାର ମହାନ୍ତି ଓ ମାତା ରେଣୁବାଳା ମହାନ୍ତିଙ୍କ କୋଳମଣ୍ଡନ କରିଥିଲେ ଏହି ପ୍ରତିଭାଶାଳୀ ବ୍ୟକ୍ତିତ୍ୱ। ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଡ଼. ମହାନ୍ତିଙ୍କ ଯାତ୍ରା ଅତ୍ୟନ୍ତ ପ୍ରେରଣାଦାୟକ। ସେ ଚାରିଟି ମାଷ୍ଟର୍ସ ଡିଗ୍ରୀ ଲାଭ କରିଛନ୍ତି |

• MCA ମାଷ୍ଟର ଇନ୍ କମ୍ପ୍ୟୁଟର ଆପ୍ଲିକେଶନ୍ସ
• MBA ଇନ୍ ଅପରେସନ୍ ମ୍ୟାନେଜମେଣ୍ଟ
• MBA ଇନ୍ ଜେନେରାଲ୍ ମ୍ୟାନେଜମେଣ୍ଟ
• MSc ଇନ୍ ଯୋଗା ଫର୍ ହ୍ୟୁମାନ୍ ଏକ୍ସେଲେନ୍ସ
ଏହା ସହିତ Ph.D ଇନ୍ ଡାଟା ଆନାଲିଟିକ୍ସ ସମ୍ପୂର୍ଣ୍ଣ କରିଛନ୍ତି।
ତାଙ୍କ ଶିକ୍ଷାଗତ ଗଭୀରତା ଓ ଅନୁଭବ ତାଙ୍କୁ ଜଣେ ଦକ୍ଷ ସଂଗଠକ ଓ ଭଲ ମଣିଷ ଭାବେ ପରିଚିତ କରିଛି। ସେ SRM, VIT, Hindustan University ସହ ଅନେକ ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ ଓ କଲେଜରେ ଆମନ୍ତ୍ରିତ ହୋଇ ଛାତ୍ର ଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଛନ୍ତି, ଯେଉଁଠାରେ ସେ ନୂତନ ପିଢ଼ୀକୁ ଗବେଷଣା ଓ ମାନବୀୟ ମୂଲ୍ୟବୋଧ ସହିତ ଅନୁପ୍ରାଣିତ କରିଛନ୍ତି।
ସେ ନିଜ ମାହାଙ୍ଗା ଅଞ୍ଚଳରେ “ଆମ ମାହାଙ୍ଗା” ନାମକ ସାମାଜିକ ସଂଗଠନ ପ୍ରତିଷ୍ଠା କରି, Clean Mahanga, Green Mahanga, Digital Mahanga, Cultural Mahanga ଭିଜନ୍‌ରେ ଗ୍ରାମ ଉନ୍ନତି ଓ ପରିବେଶ ସୁରକ୍ଷା ପାଇଁ ଦୀର୍ଘଦିନ ଧରି ସଫଳ କାର୍ଯ୍ୟ କରୁଛନ୍ତି। ରକ୍ତଦାନ ଶିବିର, ଗାଁ ସଫା ଅଭିଯାନ, ପାଠାଗାର ଉନ୍ନତି, ମନ୍ଦିର ଓ ମସଜିଦ ସଫେଇ କାର୍ଯ୍ୟକ୍ରମ ହାତକୁ ନେଇ ଜନସଚେତନତା ତିଆରି କରିବାରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି । ବିଶେଷକରି କୋଭିଡ୍ ପୂର୍ବରୁ ଲଗାତାର ୨୦ ରବିବାର ଧରି ଚାଲିଥିବା “ସ୍ୱଚ୍ଛ ଗାଁ – ସୁସ୍ଥ ଗାଁ ଅଭିଯାନ” ତାଙ୍କ ସଂଗଠନର ଏକ ଅଭିନ୍ନ ପ୍ରୟାସ ଥିଲା। ବିଭିନ୍ନ ଗ୍ରାମ ଓ ବିଦ୍ୟାଳୟରେ ସଫେଇ ଓ ପରିବେଶ ର ସୁରକ୍ଷା ସଚେତନତା ଓ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରି ସେ ସମାଜରେ ଏକ ସକାରାତ୍ମକ ଭାବନା ସୃଷ୍ଟି କରିଛନ୍ତି।
ସେ ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ “ପଞ୍ଚ S” — ସ୍ୱଚ୍ଛ, ସବୁଜ, ସଂସ୍କୃତି, ସ୍ୱାଭିମାନ ଓ ସ୍ବାବଲମ୍ବୀ ଉପରେ ଆଧାରିତ ଏକ ପଦଯାତ୍ରା ଶହ ଶହ ଯୁବକ,ଯୁବତୀ ମାନଙ୍କୁ ନେଇ କରିଥିଲେ, ଯାହା କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ପଣସପଡ଼ିଆଠାରୁ ମାହାଙ୍ଗା କଈଥା ପର୍ଯ୍ୟନ୍ତ ହୋଇଥିଲା । ଏହି ଅଭିଯାନ ଯୁବପିଢ଼ୀ ମଧ୍ୟରେ ଅପାର ଉତ୍ସାହ ସୃଷ୍ଟି କରିଥିଲା।
ସେ ମାହାପୁରୁଷ ଉପାସନା ଓ ଧାର୍ମିକ ସମ୍ମିଳନରେ ମଧ୍ୟ ଅଗ୍ରଗାମୀ — “ଅଚ୍ୟୁତ ଠୁ ଅରକ୍ଷିତ” ଅର୍ଥାତ୍ ନେମାଳ ଠାରୁ ଲଲିତଗିରି ପର୍ଯ୍ୟନ୍ତ ଶୋଭାଯାତ୍ରା ଆୟୋଜନ କରି ଧାର୍ମିକ ସହଯୋଗ ଓ ଐକ୍ୟର ବାର୍ତ୍ତା ଦେଇଥିଲେ।
ଉଚ୍ଚ ଶିକ୍ଷାରେ ଡ଼. ମହାନ୍ତି ଭାରତ ଓ ବିଦେଶରେ (ଯଥା ଆମେରିକାର କାଲିଫର୍ଣିଆ ଓ ମିଚିଗାନ) କାର୍ଯ୍ୟ କରି, ବର୍ତ୍ତମାନ ଚେନ୍ନାଇରେ ଜାତୀୟ ଓ ଆନ୍ତର୍ଜାତୀୟ ଶିକ୍ଷା-ଗବେଷଣା ମଞ୍ଚରେ ସକ୍ରିୟ ଅଛନ୍ତି। ସେ ଲେଖକ,ଗବେଷକ ଓ ସାମାଜିକ ଚିନ୍ତକ ଭାବେ ପରିଚିତ। ତାଙ୍କ ରଚନା ସମାଜରେ ସଚେତନତା ସୃଷ୍ଟି କରୁଛି।
ତାଙ୍କ ଅଦମ୍ୟ ପରିଶ୍ରମ, ସେବାଭାବ ଓ ନିଷ୍ଠା ପାଇଁ ସେ ଅନେକ ସମ୍ମାନ ଓ ମର୍ଯ୍ୟାଦା ଲାଭ କରିଛନ୍ତି। ମାହାଙ୍ଗା ମାଟିର ଏହି ସୁପୁତ୍ର ଆଜି ଅନେକଙ୍କ ପାଇଁ ପ୍ରେରଣା ଓ ଆଶାର ଦୀପ, ତାଙ୍କ ସେବାଭାବ, ଶିକ୍ଷା ଓ ସଂସ୍କୃତି ପ୍ରତି ନିଷ୍ଠା ତାଙ୍କୁ ଅନେକ ସମ୍ମାନ ଓ ମର୍ଯ୍ୟାଦା ଦେଇଛି। ମାହାଙ୍ଗା ମାଟିର ଏହି ସୁପୁତ୍ର ଆଜି ଯୁବପିଢ଼ୀ ପାଇଁ ଏକ ପ୍ରେରଣା ଓ ଆଶାର ପ୍ରତୀକ।

Leave a Reply

Your email address will not be published. Required fields are marked *