ପ୍ରକୃତି ବନ୍ଧୁ – ପ୍ରଦ୍ୟୁମ୍ନ ରଥଙ୍କ ଆଦର୍ଶ ବିବାହକୁ ନେଇ ଚର୍ଚ୍ଚା

ରାଜ୍ୟ
Spread the love

ଝଙ୍କଡ଼ :  ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ବ୍ଲକ ଅଞ୍ଚଳ ରେ ଏକ ଆଦର୍ଶ ବିବାହ ଉତ୍ସବ ଦେଖିବାକୁ ମିଳିଥିଲା। ବର ପ୍ରକୃତି ବନ୍ଧୁ ପ୍ରଦ୍ୟୁମ୍ନ ରଥ ଙ୍କ ସହିତ କନ୍ୟା ଶୁଭସ୍ମିତା ଦାସ ଙ୍କର ନିମକଣା କଲ୍ୟାଣ ମଣ୍ଡପ ର ବିବାହ ଉତ୍ସବ ରେ ବର କନ୍ୟା ଙ୍କ ପକ୍ଷରୁ କୌଣସି ପ୍ରକାର ବାଜା, ବାଣ ଓ ରୋସଣୀ ବ୍ୟବସ୍ଥା କରାଯାଇ ନ ଥିଲା ଏବଂ କନ୍ୟା ଘର ପକ୍ଷରୁ ସମ୍ପୂର୍ଣ୍ଣ ସ୍ୱାତ୍ତିକ ଖାଦ୍ୟର ସୁ ବନ୍ଦୋବସ୍ତ କରାଯାଇଥିଲା ।

ସମସ୍ତ ଅତିଥି ମାନଙ୍କୁ ଫୁଲ ଚନ୍ଦନ ସହିତ ବୟସ୍କ ମାନଙ୍କୁ ଉତ୍ତରୀ ପ୍ରଦାନ କରାଯାଇ ହିନ୍ଦୁ ପରମ୍ପରା ର ସାଆନ୍ତ କୁଣିଆ ର ଝଲକ ଦେଖାଯାଇଥିଲା।ଏହି ଆଦର୍ଶ ବିବାହ ଉତ୍ସବ ରେ ବିଶିଷ୍ଟ ସାଧୁ ସନ୍ଥ ମାନେ ଉପସ୍ଥିତ ରହି ବରକନ୍ୟା ଙ୍କୁ ଆର୍ଶୀବାଦ ପ୍ରଦାନ କରିଥିଲେ। ତତପରେ ବନ୍ଧୁ ବାନ୍ଧବ ଏବଂ ରାସ୍ତାରେ ଯାଉଥିବା ବାଟୋଇ ମାନଙ୍କୁ ଏକ ହଜାର ବୃକ୍ଷ ବଣ୍ଟନ କରାଯାଇଥିଲା ।

ଜଗତସିଂହପୁର ବ୍ଲଡ଼ ବ୍ୟାଙ୍କ ଦ୍ୱାରା ବ୍ଲଡ଼ ଡୋନେସନ କ୍ୟାମ୍ପ ର ବ୍ୟବସ୍ଥା କରାଯାଇଥିଲା । ରଘୁନାଥପୁର ରେ ଥିବା ” ମୋ ଘର ” ଵୃଦ୍ଧାଶ୍ରମ ର ଅନ୍ତେବାସୀ ମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ର ସୁ ବନ୍ଦୋବସ୍ତ କରାଯାଇଥିଲା ଏବଂ ସର୍ବ ଶେଷରେ ନବ ଦମ୍ପତ୍ତି ଗୋରେଖନାଥ ଗୋଶାଳା କୁ ଯାଇ ଗୋ ମାତା ଙ୍କର ସେବା କରି ଗୋ ଆର୍ଶୀବାଦ ଲାଭକରି ଗୃହ କୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ଏହି ବିବାହ ଉତ୍ସବ ରେ ବିଭିନ୍ନ ସାମାଜିକ ଓ ଧାର୍ମିକ ସଂଗଠନ ର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସାହାଯ୍ୟ ସହଯୋଗ କରିଥିଲେ। ଜାତିବିହୀନ, ଯୌତୁକମୁକ୍ତ,ନିଶାମୁକ୍ତ, ଶବ୍ଦ ପ୍ରଦୂଷଣ ମୁକ୍ତ, ଆଲୋକ ପ୍ରଦୂଷଣ ମୁକ୍ତ ଏବଂ ପରିବେଶ ବନ୍ଧୁତ୍ୱ ପୂର୍ଣ୍ଣ ବିବାହ ଉତ୍ସବ ଏକ ” ଆଦର୍ଶ ବିବାହ ” ର ଧରା ସୃଷ୍ଟି କରି ଜଗତସିଂହପୁର ଅଞ୍ଚଳ ରେ ଏକ ଚର୍ଚ୍ଚା ର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *