ଝଙ୍କଡ଼ : ତିର୍ତ୍ତୋଲ ବ୍ଲକ, ତୁଳଙ୍ଗ ପଞ୍ଚାୟତ ର ଓରବା ସ୍ଥିତ ଶ୍ରୀ ଶ୍ରୀ ନୀଳମାଧଵଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି l ସଂଘର ସ୍ଥାୟୀ ସଭାପତି ଧୁନଚନ୍ଦ୍ର ସେନାପତି ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ଉପଲକ୍ଷେ ଆଲୋଚନାଚକ୍ରରେ, ସାଙ୍ଗଠନିକ ଦକ୍ଷତାବିକାଶ, ଅଧିକ ରୁ ଅଧିକ ଦରିଦ୍ରନାରାୟଣ, ଅସହାୟ, ଅସମର୍ଥ ଓ ବିପନ୍ନ ଅବସ୍ଥାରେ ଦୁଃଖକଷ୍ଟ ରେ ଜୀବନ ଅତିବାହିତ କରୁଥିବା, ଲୋକମାନଙ୍କୁ ସଂଘୀୟ ସାହାଯ୍ୟ ଯୋଗାଇ ଦେବା ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇ, ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା l ସମ୍ପାଦକ ଦିଗମ୍ବର ରାଉତ, ବିଗତ ଅଧିବେଶନ ର ବିବରଣୀ ପାଠ କରିଥିଲେ l ଏହି ଆଲୋଚନା ରେ କୁଜଙ୍ଗବ୍ଲକ ର ବାବୁରାମ ଚୌଧୁରୀ, ନବୀନ ପ୍ରଧାନ,ଯଦୁମଣି ଦାସ, ଲୋକନାଥ ତରାଇ, ବିଜୟ କୁମାର ଖଟେଇ ପ୍ରମୁଖ ଉପସ୍ଥିତ ଥିଲାବେଳେ, ସଂଘର କାର୍ଯ୍ୟକାରୀ ସଦସ୍ୟ ତଥା ଗରାମ ପଞ୍ଚାୟତ ସରପଞ୍ଚ ପ୍ରଦ୍ୟୁମ୍ନ କିଶୋର ଚଇନି,ଦେବେନ୍ଦ୍ର ନାୟକ, ପ୍ରାକ୍ତନ ଶିକ୍ଷକ ନିରଞ୍ଜନ ବେଉରା, ସେବାନିବୃତ୍ତ ଲୋକସମ୍ପର୍କ ଅଧିକାରୀ ଡଃ ସଚ୍ଚିଦାନନ୍ଦ ବେହେରା, କୁମରବର ସେନାପତି, ଅନ୍ନଦା ବିଶ୍ୱାଳ, କ୍ଷୀରୋଦ ଚନ୍ଦ୍ର ମହାନ୍ତି, ସୁଦର୍ଶନ ନାୟକ, ଧ୍ରୁବଚରଣ ଦତ୍ତ, ସାରଦା ନାୟକ, ବାସୁଦେବ ମହାନ୍ତି, କୃଷ୍ଣଚନ୍ଦ୍ର ବାରିକ, ବାସୁଦେବ ମହାନ୍ତି, କୃଷ୍ଣଚନ୍ଦ୍ର ବାରିକ, ଗଜେନ୍ଦ୍ରନାଥ ସ୍ୱାଇଁ,ପ୍ରାକ୍ତନଶିକ୍ଷକ ପ୍ରହଲ୍ଲାଦ ନାୟକ ପ୍ରମୁଖ ଅନୁଷ୍ଠାନ ର କାର୍ଯ୍ୟକ୍ରମ କୁ ସୁଦୂରପ୍ରସାର କରିବା ପାଇଁ, ନିଜନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ l ଶେଷରେ ବରିଷ୍ଠ ଶିକ୍ଷକ ହାଡିବନ୍ଧୁ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
