ଚନ୍ଦନଯାତ୍ରା ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଭକ୍ତିକୈବଲ୍ୟର ଭଜନ ମଞ୍ଚ

ରାଜ୍ୟ
Spread the love

ଝଙ୍କଡ଼  : ବାଣୀକ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ପୀଠରେ, ଚନ୍ଦନଯାତ୍ରା ମହୋତ୍ସବ 2026 ର ଚତୁର୍ଥସନ୍ଧ୍ୟା ରେ କଟକ ଝାଞ୍ଜିରମଙ୍ଗଳା ର ଭକ୍ତିକୈବଲ୍ୟ, ଭଜନ ମଞ୍ଚ, ପ୍ରଯୋଜକ ପୀତବାସ କର ଓ ପ୍ରଶାନ୍ତ କୁମାର ସାହୁ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଆୟୋଜିତ ଏହି ଭକ୍ତିସଙ୍ଗୀତ ଆସର ରେ ହୃଷିକେଶ ପୃଷ୍ଟି ଉପସ୍ଥାପନା କରିଥିବାବେଳେ, ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଅରୁଣ କୁମାର ପଣ୍ଡା, ସନ୍ଧ୍ୟାରାଣୀ ଶତପଥୀ, କୁମାର ପିଙ୍କୁ, ଲକ୍ଷ୍ମୀପ୍ରିୟା ନନ୍ଦ, ନରହରି ରାଉତ ଓ କୁମାର ପପୁ ପ୍ରମୁଖ ଭଜନ ପରିବେଷଣ କରିଥିଲେ l ଅନାଦି ଚରଣ ମଲ୍ଲିକ, ଅଶ୍ୱିନୀ କୁମାର ଧଳ, ଅଲେଖ ଚରଣ ସାହୁ ଓ ପରିଆ ଭାଇ ବାଦ୍ୟଯନ୍ତ୍ର ପରିଚାଳନା କରି ସୁରଝଙ୍କାର ସୃଷ୍ଟିକରିଥିଲେ l

ଏହି ଅବସରରେ ସପ୍ତମଶ୍ରେଣୀ ଛାତ୍ରୀ କ୍ରିଷ୍ଣାପ୍ରୀତି ସାହୁ ନବଦୁର୍ଗା ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିଥିଲେ l ମହୋତ୍ସବ କମିଟି ର ବିଶ୍ୱରଞ୍ଜନ ରାଉଳ, ଦେବୀପ୍ରସାଦ ରାଉଳ, ଅନନ୍ତ ଚରଣ ରାଉଳ, ଧୀରେନ୍ଦ୍ର କୁମାର ସାହୁ ଓ ସାରଳା ସଂସ୍କୃତିଗବେଷକ କଳାକାର ମାନଙ୍କୁ ମାଆଙ୍କ ଫଟୋଚିତ୍ର, ପଣତକାନି ଓ ଆଶୀର୍ବାଦର ମାଲ୍ୟାର୍ପଣ କରି ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ l ତେବେ ଚାପଖେଳ ଓ ପଟୁଆର ସରିବା ପର୍ଯ୍ୟନ୍ତ ଏହି ଭକ୍ତିଭାବପୂର୍ଣ୍ଣ ଉପସ୍ଥିତ ଶ୍ରଦ୍ଧାଳୁଭକ୍ତ ଓ ସମସ୍ତଙ୍କ ପାଇଁ ଉପଭୋଗ୍ୟ ଓ ଆନନ୍ଦଦାୟକ ହୋଇଥିଲା l

Leave a Reply

Your email address will not be published. Required fields are marked *