Baramunda Bus Stand 1627039638

ତୈଳ ସଙ୍କଟ ଲାଗିରହିଲେ ବସ୍ ଚଳାଚଳ ବନ୍ଦ ହେବ, ସରକାରଙ୍କ ସହ ଆଲୋଚନା ପରେ ସଂଘ ନେବ ନିଷ୍ପତ୍ତି

ରାଜ୍ୟ
Spread the love

ଭୁବନେଶ୍ବର ୧୪।୫: ସାରା ରାଜ୍ୟରେ ଦେଖାଦେଲାଣି ପେଟ୍ରୋଲ ଓ ଡିଜେଲ ସଙ୍କଟ ଏବେ । ଯାହାକୁ ନେଇ ବେଶୀ ଚିନ୍ତାରେ ପଡିଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ସାରା ରାଜ୍ୟରେ ତେଲର ଉତ୍କଟ ସମସ୍ୟା ଦେଖାଦେଇଥିବା ବେଳେ ବାଧ୍ୟ ହୋଇ ଘରୋଇ ବସ୍ ଚଳାଚଳ ବନ୍ଦ କରିବ ବୋଲି ଘରୋଇ ବସ୍ ମାଲିକ ସଂଘ କହୁଛି ।
ଯଦି ଏମିତି ସ୍ଥିତି ଆଗାମୀ ୭ ଦିନ ପର୍ଯ୍ୟନ୍ତ ଜାରି ରୁହେ ତେବେ ବାଧ୍ୟ ହୋଇ ବସ୍ ଚଳାଚଳ ଉପରେ ଅଙ୍କୁଶ ଲଗାଇବୁ ବୋଲି ଭୁବନେଶ୍ୱର ବସ୍ ମାଲିକ ସଂଘ ଉପ ସଭାପତି ଉପେନ୍ଦ୍ର ପ୍ରଧାନ କହିଛନ୍ତି । ଯେତିକି ବସ୍ ଚାଲୁଛି ସେଥିରୁ ଆମେ ଅଳ୍ପ ସଂଖ୍ୟକ ଚଲାଇବୁ ବାକି ବନ୍ଦ କରିବାକୁ ବାଧ୍ୟ ହେବୁ । ବର୍ତ୍ତମାନ ପାଇଁ ଏହା ଗୋଟିଏ ଗମ୍ଭୀର ସମସ୍ୟା ।
ଯଦି ପେଟ୍ରୋଲ-ଡିଜେଲ ସମସ୍ୟା ସ୍ୱାଭାବିକ ନ ହୁଏ ତେବେ ଅପରାହ୍ନ ସମୟରେ ଚାଲୁଥିବା ବସ୍ ସବୁକୁ ବନ୍ଦ କରିପାରୁ । ବସ୍ ସବୁ ତେଲ ପକାଇବା ପାଇଁ ଘଣ୍ଟା ଘଣ୍ଟା ଲାଇନରେ ଛିଡ଼ା ହେଉଛନ୍ତି । ଏ ନେଇ ଅଲ୍ ଓଡ଼ିଶା ବସ୍ ମାଲିକ ସଂଘର ସଭାପତିଙ୍କ ନେତୃତ୍ୱରେ ଆମେ ସରକାରଙ୍କ ସହ ଆଲୋଚନା କରିବୁ । ନିବେଦନ କରିବୁ ଏହି ସମସ୍ୟାକୁ ସୁଧାରିବା ପାଇଁ ବୋଲି ଉପେନ୍ଦ୍ର ପ୍ରଧାନ କହିଛନ୍ତି ।

Leave a Reply

Your email address will not be published. Required fields are marked *