ଏନଏମଏମଏସ (NMMS) ପରୀକ୍ଷାରେ ବୀଣାପାଣି ଷ୍ଟଡି ସର୍କଲର ୩ ଜଣ ମେଧାବୀ ଛାତ୍ରୀଙ୍କ ସଫଳତା

ରାଜ୍ୟ
Spread the love

କଟକ  : କଟକ ସଦର ୪୨ ମୌଜା ଅନ୍ତର୍ଗତ କୂଳସରିଚୁଆଁର ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ବୀଣାପାଣି ଷ୍ଟଡି ସର୍କଲ’ର ତିନି ଜଣ ମେଧାବୀ ଛାତ୍ରୀ ଚଳିତ ବର୍ଷର ଜାତୀୟ ଆୟ ଭିତ୍ତିକ ମେଧା ବୃତ୍ତି (NMMS) ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି।

ସଫଳତା ପାଇଥିବା ଏହି ତିନି ଜଣ ଛାତ୍ରୀ ହେଉଛନ୍ତି ଜୟନ୍ତୀଦେବୀ ବିଦ୍ୟାପୀଠର ନବମ ଶ୍ରେଣୀର ଛାତ୍ରୀ ଶ୍ରଦ୍ଧା ସୁମନ ପୃଷ୍ଠି, ଆରକ୍ଷୀ ବେହେରା ଓ ସ୍ନେହାଶ୍ରୀ ମୁଦୁଲି। ସେମାନେ ସମସ୍ତେ ଖଲର୍ଦା ଗ୍ରାମପଞ୍ଚାୟତର ନାରଙ୍ଗପଡ଼ା ଗ୍ରାମର ଅଧିବାସୀ। ଶ୍ରଦ୍ଧା ସୁମନ କାର୍ତ୍ତିକ ଚନ୍ଦ୍ର ପୃଷ୍ଠିଙ୍କ ଝିଅ ହୋଇଥିବା ବେଳେ, ଆରକ୍ଷୀ ନିରୋଦ ବେହେରାଙ୍କ ଝିଅ ଏବଂ ସ୍ନେହାଶ୍ରୀ ଗଣେଶ୍ୱର ମୁଦୁଲିଙ୍କ ଝିଅ ଅଟନ୍ତି।

ଛାତ୍ରୀମାନଙ୍କର ଏହି କୃତିତ୍ୱ ପାଇଁ ବିଦ୍ୟାଳୟ ଏବଂ ଷ୍ଟଡି ସର୍କଲ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ସେମାନଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ସେମାନଙ୍କୁ ଉଚ୍ଚ ପ୍ରଶଂସା କରାଯିବା ସହ ଶୁଭେଚ୍ଛାର ସୁଅ ଛୁଟିଛି। ଛାତ୍ରୀମାନେ ନିଜର ପରିଶ୍ରମ ଏବଂ ଶିକ୍ଷକମାନଙ୍କ ସଠିକ୍ ମାର୍ଗଦର୍ଶନ ଯୋଗୁଁ ଏହି ସଫଳତା ପାଇଥିବା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *