ବ୍ରହ୍ମପୁର: :ଗଞ୍ଜାମଜିଲ୍ଲାକବିସୂର୍ଯ୍ୟନଗର ଥାନା ହାଜତରେ ପୁଲିସର ନିର୍ଘାତ ମାଡ଼ରେ ଜଣେ ଦିବ୍ୟାଙ୍ଗ ଯୁବକଙ୍କ ମୃତ୍ୟୁ ମାମଲାରେ ସରକାର କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି। ଏହି ମାମଲାରେ ସରକାର ୩ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେ ଏବେ ଥାନାର ସମସ୍ତ କର୍ମଚାରୀଙ୍କୁ ବଦଳି କରାଯାଇଛି। ବାଲିଛାଇ ଫାଣ୍ଡିର ସବୁ କର୍ମଚାରୀ ବି ବଦଳିଲେ। ୨୬ କର୍ମଚାରୀଙ୍କୁ ଅନ୍ୟ ଉପଖଣ୍ଡକୁ ବଦଳି କରାଯାଇଛି। ୨ ଏସଆଇ ଓ ୩ ଏଏସଆଇ ବି ବଦଳିଲେ। ହୋମଗାର୍ଡ, କନେଷ୍ଟବଳଙ୍କୁ ବି ବଦଳି । ବେଲଗୁଣ୍ଠା, ଖଲ୍ଲିକୋଟ, କୋଟିନଡା ଥାନାକୁ ବଦଳି।
ଶେରଗଡ଼, ଛତ୍ରପୁର, ଆଡପଡା ଥାନାକୁ ବଦଳି । ରମ୍ଭା, ବୁଗୁଡ଼ା, ଜଗନ୍ନାଥପ୍ରସାଦକୁ ବଦଳି । ଗଞ୍ଜାମ,ବାଲିପଦର, ହିଞ୍ଜିଳିକୁ ବଦଳି। ଭଞ୍ଜନଗର, ବଡ଼ଗଡ଼ ଥାନାକୁ ବଦଳି। ପୂର୍ବରୁ ଆଇପିଏସଙ୍କୁ ମୁଖ୍ୟାଳୟ ବଦଳି ହୋଇଛି । ଏସଆଇ, ଏଏସଆଇଙ୍କୁ ନିଲମ୍ବନ କରାଯାଇଛି। କନେଷ୍ଟବଳ ନିଲମ୍ବିତ, ହୋମଗାର୍ଡ ବହିଷ୍କୃତ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ଆଇପିଏସ୍ ନିତିଶ କୁମାର ମିଶ୍ରଙ୍କୁ ଗଞ୍ଜାମ ମୁଖ୍ୟାଳୟକୁ ବଦଳି କରିଛନ୍ତି ସରକାର। ସବ୍ ଇନ୍ସପେକ୍ଟର ସମୀର କୁମାର ରାଉତ, ବାଲିଛାଇ ଫାଣ୍ଡି ଏଏସ୍ଆଇ ବୈକୁଣ୍ଠ ଜେନା ଏବଂ କନେଷ୍ଟବଳ ସୁମନ କୁମାର ସାହୁଙ୍କୁ ନିଲମ୍ବନ କରିଛନ୍ତି। ସେହିପରି ଡ୍ରାଇଭର କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ ବହିଷ୍କାର କରିଛନ୍ତି। କବିସୂର୍ଯ୍ୟନଗର ଥାନା ଏବଂ ବାଲିଛାଇ ଫାଣ୍ଡିର ସବୁ ପୁଲିସ କର୍ମଚାରୀଙ୍କ ବଦଳି ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି।
ସୂଚନାଯୋଗ୍ୟ, ବେଆଇନ ପଥର ଫଟା ମାମଲାରେ ସୁବଳୟା ଗ୍ରାମର ସୁଶାନ୍ତ ସାହୁଙ୍କୁ ଥାନାକୁ ଆଣି ପୁଲିସ ଅଟକ ରଖି ପଚରାଉଚରା କରୁଥିଲା। ଏହାପୂର୍ବରୁ ଏହି ମାମଲାରେ ୨ ଜଣ ଗିରଫ ହୋଇଥିଲେ। ତେବେ ସୁଶାନ୍ତଙ୍କ ସଂପୃକ୍ତି ପ୍ରମାଣିତ ହୋଇ ନଥିଲା। ୭ ଦିନ କାଳ ଥାନା ହାଜତରେ ସୁଶାନ୍ତଙ୍କୁ ଥାର୍ଡ ଡିଗ୍ରି ଚାର୍ଜ ଦିଆଯାଇଥିଲା। ଗତକାଲି ତାଙ୍କୁ ଗୁରୁତର ଅବସ୍ଥାରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଆସିକା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣ କରିଥିଲେ।
