ଝଙ୍କଡ଼ : ପ୍ରସିଦ୍ଧ ଝଙ୍କଡ଼ ସାରଳା ପୀଠରେ, ଆସନ୍ତା ରଜପର୍ବ, ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ, ମନ୍ଦିର ବେଢାରେ ଥିବା ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି l ଗତ ଶୁକ୍ରବାରଦିନ ଅପରାହ୍ନ ରେ ଜଗତସିଂହପୁର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ବୈଠକ ରେ ତିନିଦିନ ବ୍ୟାପି ଜନବହୁଳ ରଜପର୍ବ ରେ ମାଆଙ୍କ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ, ଯାନବାହାନ ନିୟନ୍ତ୍ରଣ ଠାରୁ ଆରମ୍ଭକରି ସ୍ୱାସ୍ଥ୍ୟସେବା ଆଦି ଅତ୍ୟାବଶ୍ୟକୀୟ ସେବାଯୋଗାଇଦେବା ସହିତ, ଜ୍ୟେଷ୍ଠପୂର୍ଣ୍ଣିମା ରେ ସ୍ନାନଯାତ୍ରା ଓ ଗୁଣ୍ଡିଚା ବାହୁଡା଼ ରେ ରଥଯାତ୍ରା ର ସୁପରିଚାଳନା ବିଷୟରେ ସବିଶେଷ ଆଲୋଚନା କରାଯାଇ, ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା l
ସାରଳାମନ୍ଦିର ପ୍ରଶାସନ ର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟରଞ୍ଜନ ପରିଜା, ତିର୍ତ୍ତୋଲ ତହସିଲଦାର ନୃସିଂହଚରଣ ବେହେରା, ତିର୍ତ୍ତୋଲ ଥାନା ଏସ ଡି ପି ଓ ଅଜୟ କୁମାର ଦାସ, ଆଇ ଆଇ ସି ବଂଶୀଧର ପ୍ରଧାନ, କନକପୁର ପୋଲିସ ଫାଣ୍ଡି ଅଧିକାରୀ ରଘୁନାଥ ଟୁଡୁ, ମନ୍ଦିର ଫାଣ୍ଡି ଅଧିକାରୀ ସଂଜୀବ ରାଉତ, ମନ୍ଦିର ପ୍ରଶାସନିକ ଅଧିକାରୀ ବରଦାପ୍ରସାଦ ମହାନ୍ତି, ମଣିଜଙ୍ଗା ମେଡିକାଲ ପ୍ରତିନିଧି ଙ୍କ ସମେତ, ମାଆଙ୍କ ପରିଛା ଦୁର୍ଗାଚରଣ ପଣ୍ଡା, ବରିଷ୍ଠସେବାୟତ ଲକ୍ଷ୍ମୀଧର ମହାପାତ୍ର, ଦେବୀପ୍ରସାଦ ରାଉଳ, ଜିତେନ୍ଦ୍ର ରାଉଳ, ନୃସିଂହ ଚରଣ ନାୟକ, ହରେକୃଷ୍ଣ ନାୟକ, ତ୍ରିଲୋଚନ ରାଉଳ ପ୍ରମ୍ମୁଖ ପଣ୍ଡାସେବକ ମାନେ, ଏହି ବୈଠକ ରେ ଉପସ୍ଥିତ ରହି ନିଜନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ l ସିଂହଦ୍ୱାର ସମ୍ମୁଖରେ ଏକ ଅସ୍ଥାୟୀ, ଦେୟମୁକ୍ତ ଜୋତାଷ୍ଟାଣ୍ଡ ଓ ମୋବାଇଲ ଷ୍ଟାଣ୍ଡ କରାଯିବବୋଲି, ପ୍ରଶାସନିକ ଅଧିକାରୀ ମାନେ ସ୍ଥାନନିରୂପଣ ମଧ୍ୟ କରିଥିବାର ଦେଖିବାକୁ ମିଳିଥିଲା l
