ଝଙ୍କଡ଼ : ପ୍ରସିଦ୍ଧ ଝଙ୍କଡ଼ ସାରଳାପୀଠରେ ଗତ ଗୁରୁବାର ସନ୍ଧ୍ୟାରେ, ତ୍ରୟୋଦଶବାର୍ଷିକ, ଶ୍ରୀମଦ ଭାଗବତ ପାରାୟଣ – ପ୍ରବଚନ ମହୋତ୍ସବ ବିପୁଳଆନନ୍ଦଉଲ୍ଲାସ ମଧ୍ୟରେ ଉଦଘାଟିତ ହୋଇଯାଇଛି l ମା ସାରଳା ଠାକୁରାଣୀ ଙ୍କ ରତ୍ନସିଂହାସନ ପାଖରୁ ଆଜ୍ଞାମାଳ, ଦୀପ ଓ ପୂଜାଥାଳି ଧରି ଘଣ୍ଟଘଣ୍ଟା କାହାଳି ଓ ହରିବୋଲହୁଳହୁଳି ର ଧ୍ଵନିମଧ୍ୟରେ ଏବଂ ଓଡିଶୀ ନୃତ୍ୟଙ୍ଗନା ମାନଙ୍କ ନୃତ୍ୟର ତାଳେତାଳେ ସେବାୟତ ଓ ଭକ୍ତ ବୃନ୍ଦ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ମନ୍ଦିରବେଢା ପରିକ୍ରମା କରିବାପରେ ଭାଗବତ ମଣ୍ଡପ ରେ ପଦାର୍ପଣ କରିଥିଲେ l ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଏହି ସମସ୍ତକାର୍ଯ୍ୟକ୍ରମ ର ମାର୍ଗଦର୍ଶକ ତଥା ଜଗନ୍ନାଥସଂସ୍କୃତି ର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ସହିତ ମାଆଙ୍କ ପରିଛା ଦୁର୍ଗାଚରଣ ପଣ୍ଡା, ସେବାୟତ ବିଶ୍ୱରଞ୍ଜନ ରାଉଳ, ହରେକୃଷ୍ଣ ନାୟକ, ରଶ୍ମୀରଞ୍ଜନ ରାଉଳ, ଆଧ୍ୟାତ୍ମିକଗୁରୁ ମୁନିବାବା, ତିର୍ତ୍ତୋଲ ଥାନା ଏସ ଡି ପି ଓ ଅଜୟ କୁମାର ଦାସ, ଆଇ ଆଇ ସି ବଂଶୀଧର ପ୍ରଧାନ, କୁଜଙ୍ଗଥାନା ଆଇ ଆଇ ସି ଶିବାଶିଷ ଦାସ, ବରିଷ୍ଠସେବାୟତ ଲକ୍ଷ୍ମୀଧର ମହାପାତ୍ର, ରମେଶଚନ୍ଦ୍ର ରାଉଳ, ବିଳାସଚନ୍ଦ୍ର ବେହେରା, ପରେଶ ଚନ୍ଦ୍ର ସାହୁ, ଡଃ ସୁରେନ୍ଦ୍ରନାଥ ତ୍ରିପାଠୀ ପ୍ରମ୍ମୁଖ ମଞ୍ଚାସିନ ହୋଇ, ପ୍ରଦୀପପ୍ରଜ୍ବଳନ ଓ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ l ଅନୁଷ୍ଠାନର ସଭାପତି ଇଂ ବିଷ୍ଣୁଚରଣ ସ୍ୱାଇଁ ସ୍ୱାଗତଭାଷଣ ଦେବାସହିତ ଏହି କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l
ପଣ୍ଡିତ ବିଷ୍ଣୁଚରଣ ପାଢ଼ୀ ଓ ପଣ୍ଡିତ ଦେବବ୍ରତ ଦାଶ ଆଳତୀ ଓ ପୂଜାର୍ଚ୍ଚନା କରିଥିବାବେଳେ, ସଙ୍ଗୀତଜ୍ଞ ଅନନ୍ତଚରଣ ରଥ, ରଞ୍ଜିତ ପ୍ରଧାନ ଓ ଗୌତମ ଜେନା ସଙ୍ଗୀତପରିଚାଳନା କରି ଅପୂର୍ବ ସୁରଝଙ୍କାର ସୃଷ୍ଟି କରିଥିଲେ l ରାଜ୍ୟର ବିଭିନ୍ନସ୍ଥାନରୁ ଜଗନ୍ନାଥଭକ୍ତସମାଜ ର କର୍ମକର୍ତ୍ତାମାନେ ମଧ୍ୟ ସକ୍ରିୟଅଂଶ ଗ୍ରହଣ କରିଥିବାର ଦେଖିବାକୁ ମିଳିଥିଲା l ଧାରାବାହିକ ପ୍ରବକ୍ତା ବାବାଜୀ ସତ୍ୟାନନ୍ଦ ଦାସ ଜୀ, ପରମଶାସ୍ତ୍ର ଭାଗବତ ର ଉତ୍ତପତି ସହିତ ଭାଗବତର ଶ୍ରବଣ, ପଠନ ଓ ଅନୁଶୀଳନ ଦ୍ୱାରା ମନୁଷ୍ୟ ଭଗବତପ୍ରାପ୍ତି ହେବାସହିତ ଚତୁଃବର୍ଗ ର ଫଳଲାଭ କରି ମୋକ୍ଷଲାଭ ହୋଇଥାଏ ବୋଲି ଆହ୍ୱାନ ଦେବାସହିତ ବହୁ ଆଧ୍ୟାତ୍ମିକ ସାମାଜିକ, ପୁରାଣଶାସ୍ତ୍ର ଆଦିର ଉଦାହରଣ ଦେଇ ନିଜର ବକ୍ତବ୍ୟ ପ୍ରଦାନ କରି, ସମବେତ ଶ୍ରୋତାମାନଙ୍କ ମଧ୍ୟରେ ଭକ୍ତିଭାବର କଲ୍ଲୋଳ ସୃଷ୍ଟି କରିଥିଲେ l ବିଳମ୍ଭିତ ରାତ୍ରୀରେ ଦଶଅବତାର ଆରତୀ ପରେ କାର୍ଯ୍ୟକ୍ରମ ଶେଷହୋଇଥିଲା l
