ଝଙ୍କଡ଼ ସାରଳାପୀଠରୁ ଗୋବର୍ଦ୍ଧନପୀଠ ଗାରୋଇ ଆଶ୍ରମ ପର୍ଯ୍ୟନ୍ତ ସଂକୀର୍ତ୍ତନ ଶୋଭାଯାତ୍ରା

ରାଜ୍ୟ
Spread the love

ଝଙ୍କଡ଼  : ତିର୍ତ୍ତୋଲ ବ୍ଲକ, ସଅଁରା ପଞ୍ଚାୟତ ଅଧିନ ବରୁଣପଡା ଗ୍ରାମବାସୀ ମାନେ ପ୍ରତିବର୍ଷ, ବିଶ୍ୱରେ ଶାନ୍ତି ମୈତ୍ରୀ, ସଂହତି ଓ ଆଧ୍ୟାତ୍ମିକ ଭାବଧାରା ର ପ୍ରତିଷ୍ଠା ନିମନ୍ତେ ଗ୍ରାମର ଭଗବତପ୍ରେମୀ ମାନଙ୍କୁ ନେଇ ଗଠିତ ନାମସଂକୀର୍ତ୍ତନ ମଣ୍ଡଳୀ ବିଭିନ୍ନ ଧର୍ମପୀଠ ପରିକ୍ରମା କରିଆସୁଥିବା ବେଳେ, ଚଳିତବର୍ଷ ଗତ ଶନିବାରଦିନ ପ୍ରତ୍ୟୁଷ ରୁ, ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ମନ୍ଦିରବେଢା ପରିକ୍ରମା କରି ଏହି ସଂକୀର୍ତ୍ତନ ଶୋଭାଯାତ୍ରା, ପ୍ରଥମେ ଚାନ୍ଦପୁର ସ୍ଥିତ ଶ୍ରୀରାମ ମନ୍ଦିର, ଦ୍ୱିତୀୟ ରେ ସିଦ୍ଧଳ ଶ୍ରୀ ଜଗନ୍ନାଥ ମନ୍ଦିର ଓ ଶେଷରେ ନାଉଗାଁ ଗୋବର୍ଦ୍ଧନ ପୀଠ, ଆଶ୍ରମ ଓ ହସ୍ତପାଦ ଥିବା ଶ୍ରୀଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯାତ୍ରା କରିଥିଲା l

ଏହି କାର୍ଯ୍ୟକ୍ରମ ରେ,ଶ୍ରୀନିବାସ ମିଶ୍ର, ମଧୁସୂଦନ ନାୟକ, ସଞ୍ଜୟ କୁମାର ବାରିକ, ସମୀର କୁମାର ସାହୁ, ବିବେକାନନ୍ଦ ସ୍ୱାଇଁ,ନବକିଶୋର ପରିଡା, ଦିବ୍ୟ ରଞ୍ଜନ ପାତ୍ର, ସନ୍ତୋଷ ଦାସ, ସମୀର ସ୍ୱାଇଁ,ବିପିନ ଲେଙ୍କା, ଇନ୍ଦ୍ରମଣି ବାରିକ, ମଙ୍ଗଳ ଦୀପ ବେହେରା, ପ୍ରାଣନାଥ ମିଶ୍ର ଓ ନରୋତ୍ତମ ଭୂୟାଁ ପ୍ରମ୍ମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l ତେବେ ଏହି ନାମସଂକୀର୍ତ୍ତନ ଶୋଭାଯାତ୍ରା କୁ ବିଭିନ୍ନ ଜନବସତି ରେ ଲୋକମାନେ ଵପୁଳ ସ୍ୱାଗତ କରିଥିବାର ଦେଖିବାକୁ ମିଳିଥିଲା l

Leave a Reply

Your email address will not be published. Required fields are marked *