ମାହାଙ୍ଗା, ୦୯/୧୧ (ଆପ୍ର): କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର ବିଶିଷ୍ଟ ସଂକୀର୍ତ୍ତନ ପ୍ରେମୀ, ଆଧ୍ୟାତ୍ମିକବାଦୀ ତଥା ଶତାୟୁ ଗ୍ରାମ୍ୟ ମୁରବୀ ଚନ୍ଦ୍ରଶେଖର ସାହୁଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ଏକଶହ ବର୍ଷରୁ ଊର୍ଦ୍ଧ୍ୱ ବୟସ ହୋଇଥିଲା। ସେ ଜଣେ ପରୋପକାରୀ, ମିଷ୍ଟଭାଷୀ ଓ ଧର୍ମପ୍ରାଣ ବ୍ୟକ୍ତି ଭାବେ ସମଗ୍ର ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ ତଥା ସର୍ବଜନ ଆଦୃତ ଥିଲେ। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି।
ସ୍ୱର୍ଗତ ଚନ୍ଦ୍ରଶେଖରଙ୍କ ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ନିକଟସ୍ଥ ବିରୂପା ନଦୀ ତଟସ୍ଥ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଏହି ଅବସରରେ ତାଙ୍କର ମଧ୍ୟମ ପୁତ୍ର ଅଦ୍ୱୈତ ସାହୁ ମୁଖାଗ୍ନି ପ୍ରଦାନ କରିଥିଲେ। ତାଙ୍କ ଅନ୍ତିମ ଯାତ୍ରାରେ ଅନ୍ୟ ପୁତ୍ର ଗଦାଧର, ପ୍ରଶାନ୍ତ, ଗୌରାଙ୍ଗଙ୍କ ସମେତ ମାୟାଧର, ଭାଗ୍ୟଧର, ତ୍ରିଲୋଚନ, କାର୍ତ୍ତିକ, ଘନଶ୍ୟାମ, ଦୀନବନ୍ଧୁ, ମହେଶ୍ୱର, ସୁନୀତ ପ୍ରମୁଖ ପରିବାର ବର୍ଗ, ଗ୍ରାମବାସୀ ତଥା ବହୁ ଆତ୍ମୀୟସ୍ୱଜନ ସାମିଲ ହୋଇ ଅଶ୍ରୁଳ ବିଦାୟ ଜଣାଇଥିଲେ।
ଏହି ଦୁଃଖଦ ଖବର ପାଇ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ବ୍ଲକ ଅଧ୍ୟକ୍ଷା (ଚେୟାରମ୍ୟାନ) ଦୀପା ମଲ୍ଲିକ, ଉପାଧ୍ୟକ୍ଷ (ଭାଇସ ଚେୟାରମ୍ୟାନ) ସତ୍ୟନାରାୟଣ ମହାନ୍ତି, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, କାର୍ଯ୍ୟକାରୀ ସଭାପତି ହୃଷୀକେଶ ସ୍ୱାଇଁ, ସରପଞ୍ଚ ନଳିନୀପ୍ରଭା ପ୍ରଧାନ, ସମିତିସଭ୍ୟା ସୁପ୍ରଭା ସାମଲ, ବରିଷ୍ଠ ନାଗରିକ ଚନ୍ଦ୍ରମଣି ଦାଶ, ରଘୁନାଥ ମହାନ୍ତି, ରବୀନ୍ଦ୍ରନାଥ ଦାସ, ସମାଜସେବୀ ଅଖିଳେଶ ମହାନ୍ତି, ନିମାଇଁ ଚରଣ ବେହେରା, ଚକ୍ରଧର ବେହେରା, ବିଜୟ କୁମାର ଦାଶ, ଭାରତ ଭୂଷଣ ଦାସ, ବିଭୂତି ଭୂଷଣ ଦାସ, ଦିଲ୍ଲୀପ କୁମାର ବାରିକ, ହେମନ୍ତ କୁମାର ପ୍ରଧାନ, ନବ କିଶୋର ବେହେରା, ମନୋଜ କୁମାର ଦାସ, ସୁଧୀର ମହାନ୍ତି, ସୁଦାମ ପଲେଇ, ଅଫସର ତୁଲ୍ଲା, ଦାମୋଦର ପଲେଇ, ଅପର୍ତ୍ତି ବେହେରା, ପ୍ରଭାକର ବେହେରା, ସୁଶାନ୍ତ ଦାସ, ଗଣେଶ ବେହେରା, ଲକ୍ଷ୍ମୀଧର ବେହେରା ଓ ଅଶୋକ ଦାଶ ପ୍ରମୁଖ ସ୍ୱର୍ଗତ ସାହୁଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ ଦିବଙ୍ଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି।
