ସାରଳା ପବ୍ଲିକ ସ୍କୁଲ ଅଧ୍ୟକ୍ଷ ବରଦା ପ୍ରସାଦ ମହାନ୍ତିଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

ରାଜ୍ୟ
Spread the love

ଜଗତସିଂହପୁର/ଝଙ୍କଡ଼ :  ପ୍ରସିଦ୍ଧ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ କନକପୁର, ବସନ୍ତବଗିଚା ସ୍ଥିତ ସାରଳା ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷ ବରଦା ପ୍ରସାଦ ମହାନ୍ତି ଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଗତ ସୋମବାର ଦିନ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି।

ସେ ଜଣେ ସରଳ, ମିଷ୍ଟଭାଷୀ, ପରୋପକାରୀ ଓ ଛାତ୍ରବତ୍ସଳ ଆଦର୍ଶ ଶିକ୍ଷକ ଥିବାରୁ, ଏବଂ ମାତ୍ର ୪୫ ବର୍ଷ ବୟସରେ ତାଙ୍କର ଆକସ୍ମିକ ବିୟୋଗ ରେ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲେ। ତେବେ ତାଙ୍କର ଏକାଦଶାହ ରେ ଆୟୋଜିତ ସ୍ମୃତି ସଭାରେ ସାରଦା ପ୍ରସାଦ ମହାନ୍ତି ନିମନ୍ତ୍ରିତ ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିବାପରେ ସମ୍ମାନିତ ଅତିଥି ଭାବରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ ର କୂଳସଚୀବ ଅବିନାଶ ରାଉତ, ଜିଲ୍ଲାପରିଷଦସଭ୍ୟ ସୁନୀଲ କୁମାର ବେହେରା, କନକପୂର୍ ସରପଞ୍ଚ ରେବତୀ ମହାନ୍ତି, କିଶୋର କୁମାର ଖୁଣ୍ଟିଆ , ଭବାନୀ ଶଙ୍କର ଜେନା, ସୁଶାନ୍ତ ସ୍ଵାଇଁ , ବିଜୟଲକ୍ଷ୍ମୀ ମହାନ୍ତି, ରାଜଲକ୍ଷ୍ମୀ ମହାନ୍ତି , ଅରୁଣ ଜେନା, ନୃସିଂହ ଚରଣ ରାଉଳ, ପ୍ରଣୟ ମହାନ୍ତି, ବିନୟ କୁମାର ସାହୁ , ସୌମ୍ୟ ରଞ୍ଜନ ଦାସ , ଶଶୀଭୂଷଣ ଦାସ , ବିଶ୍ୱରଂଜନ ବେହେରା, ଦିଲ୍ଲୀପ ସାହୁ , ନବକିଶୋର ମଲ୍ଲ , ରଶ୍ମୀ ରଞ୍ଜନ ବାରିକ , ବିନୋଦ ନାୟକ, ବିଜୟ ମହାରଣା ଓ ସାମ୍ୱାଦିକ ରମାକାନ୍ତ ରାଉଳ ପ୍ରମୁଖ ଯୋଗଦେଇ, ସ୍ବର୍ଗତ ମହାନ୍ତି ଙ୍କର ଜୀବନଚର୍ଯା ସହିତ ତାଙ୍କ ସହିତ ବିତାଇଥିବା ନିଜ ନିଜର ଅନୁଭୁତି ସମ୍ପର୍କରେ ଆଲୋଚନା କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ତାଙ୍କର ସହଧର୍ମିଣୀ ଓ ଶିଶୁପୁତ୍ର ସାଇସ୍ୱରୂପ ମହାନ୍ତି ଙ୍କ ସମେତ, ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମଧ୍ଯ ସମବେଦନା ଜ୍ଞାପନ କରିଥିବାର ଜଣାଯାଇଛି।

Leave a Reply

Your email address will not be published. Required fields are marked *