ଜଗତସିଂହପୁର/ ଝଙ୍କଡ଼ : ପ୍ରସିଦ୍ଧ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠର ରୁପାନ୍ତ କରଣ ପାଇଁ, ଓଡିଶା ସରକାରଙ୍କ ତରଫରୁ ଗତ ୨୦୨୨ ଜୁନ ଦୁଇତାରିଖ ରେ ୪୨ କୋଟି ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରାଯାଇ, ମାତ୍ର ୧୮ ମାସ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ ହେବ ବୋଲି ଘୋଷଣା କରାଯାଇଥିଲା । ହେଲେ ଦୀର୍ଘ ୨ବର୍ଷ ୭ ମାସ ବିତି ଯାଇଥିଲେ ମଧ୍ୟ କୌଣସି ଗୋଟିଏ ହେଲେ କାର୍ଯ୍ୟ ସମ୍ପୂର୍ଣ ହୋଇ ପାରିନାହିଁ। ବିଶେଷ କରି ଏହାର ବହୁବର୍ଷ ପୁର୍ବରୁ ରାଜ୍ୟ ସରକାରଙ୍କ ତରଫରୁ ଏଠାରେ ନିର୍ମାଣ ସରିଥିବା ଓ ଟି ଡି ସି ପାନ୍ଥନିବାସ ଓ ଜଳସମ୍ପଦ ବିଭାଗର ଝଙ୍କଡ଼ ବିଶ୍ରାମାଗାର ( ଶୀତ ତାପ ନିୟନ୍ତ୍ରିତ) ସହିତ ଏହାର ତଳ ମହଲାରେ ଥିବା, ପାଠାଗାର ଓ ସୁଚନାକେନ୍ଦ୍ରର, ଭରଚୁଆଲ ଉଦଘାଟନ ସରିଥିଲେ ମଧ୍ୟ ଏ ଦୁଇଟି ବି କୌଣସି କାମରେ ଲାଗୁନି। ନବୀକରଣ କାର୍ଯ୍ୟ ପାଇଁ ଏଠାରେ ଥିବା କରୁଣାନିବାସ ଧର୍ମଶାଳା ଓ ମନ୍ଦିର ସିଂହଦ୍ବାର ସମ୍ମୁଖରେ ଥିବା କୁବେରପୁତ୍ର ଧର୍ମଶାଳା କୁ ବୁଲଡୋଜର ଲଗାଇ ଭାଙ୍ଗି ଦିଆ ଯାଇଥିଲା। ତେଣୁ ପ୍ରତିଦିନ ଆସୁଥିବା ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ, ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମାନେ ରାତ୍ରିଯାପନ ଓ ସାମୟିକ ବିଶ୍ରାମ ନିମନ୍ତେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଠିକ୍ ସେହିପରି ପୂର୍ବତନ ଜଳସମ୍ପଦ ମନ୍ତ୍ରୀ ବିଜୟ ମହାପାତ୍ର, ସାରଳା ଦାସ ଙ୍କ ଶ୍ରାଦ୍ଧଉତ୍ସବ ରେ ମୁଖ୍ୟଅତିଥି ଭାବେ ଯୋଗଦେବାକୁ ଆସିଥିବା ଅବସରରେ, ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନଙ୍କ ଆପତ୍ତି ଅଭିଯୋଗ କୁ ଭିତ୍ତି କରି, ଜଳସମ୍ପଦ ବିଭାଗ ପକ୍ଷରୁ ୯ ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରିଥିଲେ। ସେହି ଅର୍ଥରେ ଏଠାରେ ଏକ ଝଙ୍କଡ଼ ବିଶ୍ରାମ। ଗାର , ନିର୍ମାଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ତରଫରୁ ଏହାର ତଳତାଲା ରେ ଏକ ପାଠାଗାର ଓ ସୂଚନାକେନ୍ଦ୍ର ଖୋଲାଯାଇଥିଲା, ହେଲେ, କାଳକ୍ରମେ ଏହା ଜରାଜୀର୍ଣ୍ଣ ହୋଇ ଯିବାରୁ ଏହାର ମରାମତି ଓ ନବନିର୍ମାଣ କରାଯାଇ, ବିଶ୍ରାମl ଗାର କୁ ଶୀତ ତାପ ନିୟନ୍ତ୍ରିତ ପ୍ରକୋଷ୍ଠ ରେ ପରିଣତ କରାଯାଇଛି ।

ଦୁଃଖ ଓ ପରିତାପର ବିଷୟ ଜଗତସିଂହପୁର ଜିଲ୍ଲାପାଳ ସ୍ଵୟଂ ସାରଳା ମନ୍ଦିର ପ୍ରଶାସନର ମୁଖ୍ୟ ତଥା ଟ୍ରଷ୍ଟବୋର୍ଡର ସଭାପତି ଥିଲେ ମଧ୍ୟ ଏପରି ଅନିୟମିତl ଦୀର୍ଘ ବର୍ଷ ବର୍ଷ ଧରି ଲାଗି ରହିଛି। ତେଣୁ ଏମିତି ଧର୍ମକୁ ଆଖି ଠାର ନୀତି ଆଉ କେତେ ଦିନ ଚାଲିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଚି, ସାରଳାପୀଠର ନବୀକରଣ କାର୍ଯ୍ୟ ପାଇଁ, ପୀଠର ଚତୁଃପାର୍ଶ୍ବରେ ଥିବା କିଛି ବ୍ୟକ୍ିବିଶେଷବିଶେଷ ଙ୍କ ଜମି ଅଧିଗ୍ରହଣ ର ଆବଶ୍ୟକତା ରହିଛି। ଏଥି ନିମନ୍ତେ ସମ୍ପୃକ୍ତ ଜମି ମାଲିକ ମାନଙ୍କୁ ଡକାଯାଇ, କେତେ ଜଣ କ୍ଷତି ପୂରଣ ଦିଆଯିବ, ସେ ବିଷୟରେ ଏକାଧିକ ବାର, ପୁର୍ବରୁ ଥିବା ଜିଲ୍ଲାପାଳ ମାନେ ଆଲୋଚନା କରିଥିଲେ ମଧ୍ୟ ଏହି ଆଲୋଚନା କେବଳ ଆଲୋଚନା ରେ ହିଁ ରହିଯାଇଛି। ଯଦି ଜମି ଅଧିଗ୍ରହଣ କରା ନ ଯାଏ ତେବେ ନବୀକରଣ କାର୍ଯ୍ୟ ନିମନ୍ତେ ପୁର୍ବପ୍ରସ୍ତୁତ ନକ୍ସା ଅନୁଯାଇ କାମ ହୋଇ ପାରିବନାହିଁ। ପୂର୍ବନକ୍ସା ଅନୁଯାଇ ବ୍ରଜବିହାରୀ ମଠ ଠାରୁ ବଢେଇ ଗୋହରି ରାସ୍ତା ଦେଇ, ଯାନବାହାନ ଚଳାଚଳ ହେବାପାଇଁ, ଜମି ଅଧିଗ୍ରହଣ କରିବା ଅତ୍ୟନ୍ତ ଜରୁରୀ। ମାତ୍ର ପ୍ରଶାସନ ପକ୍ଷରୁ ଏଥି ନିମନ୍ତେ କୌଣସି ପଦକ୍ଷେପ ନିଆନଯିବାରୁ, ଦିଅଁ ଗଢ଼ୁ ଗଢ଼ୁ ମାଙ୍କଡ ହେବାର ଆଶଙ୍କା ସ୍ପଷ୍ଟ ହୋଇଯାଇଛି।
ଏସବୁ ଅଭାବ ଅସୁବିଧା ଓ ସମସ୍ୟା ସମ୍ପର୍କରେ ଜିଛିମାସ ପୁର୍ବରୁ ସାରଳା ମନ୍ଦିର ପରିଦର୍ଶନ ରେ ଆସିଥିବା ଅବସରରେ ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ଙ୍କୁ ମାଆଙ୍କ ସେବାୟତ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଅବଗତ କରାଇବା ସହିତ, ଏହାର ଆଶୁ ସମାଧାନ ପାଇଁ ରାଜ୍ୟ ସରକାର ଯଥାର୍ଥ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଆପତ୍ତି ଅଭିଯୋଗ କରିଥିଲେ। ଏଥି ସହିତ ଜିଲ୍ଲାର ସମସ୍ତ ଜନପ୍ରତିନିଧି ମାନଙ୍କର ସକ୍ରିୟ ସହଯୋଗ ପାଇଁ ମଧ୍ୟ ଦାବୀ କରାଯାଇଛି । ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା , ଏହି ନବୀକରଣ ନକ୍ସା ଦେଖି, ଏହାର ସମୀକ୍ଷା କରି, ଏହି କାମ କରୁଥିବା ଠିକାଦାରସଂସ୍ଥାର, ଯନ୍ତ୍ରୀ ଓ ପ୍ରସାଶନିକ ପଦାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାଙ୍କର ନିର୍ଦ୍ଦେଶ ଓ ପରାମର୍ଶ କୁ ମଧ୍ୟ ଠିକାଦାର ସଂସ୍ଥା ବା ପ୍ରସାଶନିକ ପଦାଧିକାରୀ, କେହି ବି ଖାତିର କରୁନାହାଁନ୍ତି କି ଟିକେହେଲେ ଗୁରୁତ୍ଵଦେଉନାହାଁନ୍ତି। ଏ ସବୁ ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳର ସଂସ୍କୃତିପ୍ରେମୀ ମାନଙ୍କ ମଧ୍ୟରେ ଗଭୀର ଉଦବେଗ ପ୍ରକାଶ ପାଇଛି ।
