ଜଗତସିଂହପୁର/ଝଙ୍କଡ଼ : ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲା଼ ତିର୍ତ୍ତୋଲ ବ୍ଲକ ମୁଳୀସିଂହ ପଞ୍ଚାୟତ ଅନ୍ତର୍ଗତ କାବଲପୁର, ବାଘୁଆବାରି ନିକଟସ୍ଥ ବିଧାର ଗୋସେଇଁ ମଠ ରେ, ପବିତ୍ର ମକର ସଂକ୍ରାନ୍ତି ଦିନ ୧୯୬୪ ମସିହାରେ ସ୍ଥାପିତ ହୋଇଥିବା ପ୍ରଜ୍ଞା ଶିରୋମଣି ପ୍ରତିଷ୍ଠାନ ର ୬୦ ତମ ବାର୍ଷିକ ଉତ୍ସବ ପ୍ରତିଷ୍ଠାନର ସଭାପତି ଡଃ ସୁଧାକର ଦାସ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ, ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।
ଏହି ଉପଲକ୍ଷେ ଆୟୋଜିତ ସଭାରେ ବିଶିଷ୍ଟ୍ ସାରସ୍ୱତ ସାଧକ ତଥା କବି ଅଲେଖ ଚନ୍ଦ୍ର ବେହେରା ସଭାପତିତ୍ବ କରିଥିବା ବେଳେ ଆତ୍ମତ୍ୟାଗ ରେ ଶାନ୍ତି ଅଛି , ଆତ୍ମହତ୍ୟା ରେ ନାହିଁ , ଶୀର୍ଷକ ବିଷୟବସ୍ତୁ ଉପରେ, ସାହିତ୍ୟିକ ନିରଞ୍ଜନ ପଣ୍ଡା, ବାବାଜୀ ଚରଣ ସାହୁ, ଆରତୀ ତ୍ରିପାଠୀ , ରମାରଞ୍ଜନ ସ୍ୱାଇଁ , ପ୍ରଭାକର ସାହୁ , କବି କୈଳାଶ ଚନ୍ଦ୍ର ସ୍ୱାଇଁ , ସରୋଜ ତ୍ରିପାଠୀ , ବଂଶୀଧର ବେହେରା, ଦେବେନ୍ଦ୍ର ଦାସ ପ୍ରମୁଖ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରି କହିଲେଯେ, ଶିଶୁ ଅସହାୟ ନୁହେଁ, ଅବଳା ଦୁର୍ବଳା ନୁହେଁ କି ଯୁବକ ମାନେ ମଧ୍ୟ ନିରୁତ୍ସାହିତ ହେବା ଉଚିତ ନୁହେଁ। ଆତ୍ମହତ୍ୟା ତ ମଣିଷ ପ୍ରତିମୁହୂର୍ତ୍ତରେ କରିଚାଲିଚି, ମାତ୍ର ଯେଉଁଦିନ ମଣିଷ ଆତ୍ମ ତ୍ୟାଗ କରିବ, ସେଦିନ ଆମ ବିଶ୍ଵରେ ଶାନ୍ତି ମୈତ୍ରୀ ସଂହତି ପ୍ରତିଷ୍ଠା ହେବ ସୁଖ ସମୃଦ୍ଧି ଭରିଯିବ।
ଏହି ଅବସରରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ଗନାଇଲୋ ର ଅଧ୍ୟକ୍ଷା ସ୍ୱାଧୀ ନିରୁପମା ଚଇନି ଓ ସୁନ୍ଦରଗଡ଼ ରଙ୍ଗଢିପା ର ସମିମା ବେଗମ୍ ଙ୍କୁ ସ୍ବର୍ଗତ ଡଃ କୁନୁମୁନୁ ପଟ୍ଟନାୟକ ସ୍ମୃତିସମ୍ମାନ ଓ କେନ୍ଦ୍ରାପଡ଼ା ମଣ୍ଡଳ ର କୃତିବାସ ସ୍ୱାଇଁ ଙ୍କ ସହିତ ଶିବପ୍ରସାଦ ଦଳାଇ ଙ୍କୁ ସ୍ବର୍ଗତ ସୋମନାଥ ପଟ୍ଟନାୟକ ସ୍ମୁତିସମ୍ମାନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।
ତର୍କ ପ୍ରତିଯୋଗିତା ରେ କୃତିତ୍ବ ଅର୍ଜନ କରିଥିବା ଛପଡା ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ରୀ କାଦମ୍ବିନୀ ମଲ୍ଲ , ଗନାଇଲୋ ହାଇ ସ୍କୁଲ ର ସାଇ ପ୍ରିତମ୍ ଦାଶ ଓ ପ୍ରଜ୍ଞାସିନୀ ବିଶ୍ବାଳ ଙ୍କୁ ମଧ୍ୟ, ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନପାଇଁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ବିଶେଷ କରି ବିଧାର ଗୋସେଇଁ ଙ୍କ ଜନ୍ମୋତ୍ସବ ପାଳନ ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମର ପରିଶେଷରେ ସମ୍ପାଦକ ଦିଲ୍ଲୀପ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
