ରସୁଲପୁରରେ ମହମ୍ମଦଙ୍କ ଷୋଡଶତମ ଜନ୍ମ ଉତ୍ସବ ପାଳନ

ରାଜ୍ୟ
Spread the love

ଜଗତସିଂହପୁର/ ଝଙ୍କଡ଼ :  ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ, ବିରିତୋଳ ପଞ୍ଚାୟତର ରସୁଲପୁର ସ୍ଥିତ ଜାମିଆ ଅଲ୍ ହବିବ୍ ଟ୍ରଷ୍ଟ ପକ୍ଷରୁ ଗତ ଗୁରୁବାର ଦିନ ପ୍ରୋଫେକ୍ଟ ମହମ୍ମଦ ଙ୍କ ଜନ୍ମଉତ୍ସବ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସମ୍ମୀଳନୀରେ ଧାମନଗରରୁ ସୟଦ ଗୋଲାମ ମହମ୍ମଦ ହବିବ୍। , ମଧ୍ୟପ୍ରଦେଶ ରୁ ମୁଫ୍ତିତି ଆଖତର , ହୋସେନ ଆଲିମ। , କାନପୁର ରୁ ମୁଫ୍ତିତି ସେହବାଜ୍ ଅନଓୟେର , କୋଲକତା ରୁ ଡଃ ସଜାଦ ଆଲମ୍ ମିସିବାହୀ। , ଧାମନଗର ରୁ ସୟଦ ମଞ୍ଜର ହୋସେନ୍ ହବିବ୍ , ଜଗତସିଂହପୁର ମୌଲାନା ଅଖତର ରଜା ଯିଆଇ , କଟକରୁ ମୌଲାନା ଜାଫର ବର୍ କାତି ଓ ଦୁବାଇର ପ୍ରମୁଖ ଧର୍ମଗୁରୁ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ଇସଲାମିକ ଧର୍ମଗୁରୁ ତଥା ମହାପୁରୁଷ ମହମ୍ମଦ ଙ୍କ ବିଷୟରେ ବହୁ ତଥ୍ଯ ଭିତ୍ତିକ ମାର୍ଗ ଦର୍ଶନ ଦେଇ, ଉପସ୍ଥିତ ଶ୍ରୋତା ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ।

Abe6a8b1 C7bf 49bc 9014 2a67f7c9540f

ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶେଖ୍ ରିୟାଜତ୍ ହୋସେନ୍ ଅଜହରି ଓ ଟ୍ରଷ୍ଟିର ବରିଷ୍ଠ ଟ୍ରଷ୍ଟି ଶେକ୍ ତମିଜ୍ ଉଦ୍ଦିନ୍ ଙ୍କ ସମେତ ସମସ୍ତ ଶିକ୍ଷକ, ଛାତ୍ରମାନଙ୍କ ସମେତ ସମସ୍ତ କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର , ଦେଖିବାକୁ ମିଳିଥିଲା। ଏହି ଅବସରରେ କୃତି ଛାତ୍ର ମାନଙ୍କୁ ମାନଙ୍କୁ ମଧ୍ୟ ଶିଲ୍ , ଟ୍ରଫି, ସାଟିଫିକେଟ୍ ଓ ଉପଢ଼ୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଉଥିଲା। ପରିଶେଷରେ କାଜି ମୌଲାନା ଆସିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *