Kv Singhdeo Thumb

ବାରବାଟୀରେ ଫ୍ଲଡଲାଇଟ ଅଚଳ ଘଟଣା; ଓସିଏକୁ ପରୋକ୍ଷରେ ଦୋଷ ଲଦିଲେ ଶକ୍ତି ମନ୍ତ୍ରୀ

ରାଜ୍ୟ
Share

ଭୁବନେଶ୍ୱର: କଟକ ବାରବାଟି ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ମ୍ୟାଚ ଚାଲିଥିବା ବେଳେ ହଠାତ୍ ଲାଇଟ୍ ଲିଭିଯିବା ରୁ ମ୍ୟାଚ୍ କିଛି ସମୟ ପାଇଁ ବନ୍ଦ ରହିଥିଲା । ଏହି ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।

ଶକ୍ତି ମନ୍ତ୍ରୀ ଶ୍ରୀ ସିଂଦେଓ ପରୋକ୍ଷରେ ଓସିଏ ଉପରେ ଦୋଷ ଲଦି ଦେଇଛନ୍ତି । ସେ କହିଛନ୍ତି ଯେ, କ୍ରିକେଟ ମ୍ୟାଚରେ ଯେଉଁ ଲାଇଟ୍ କଟିଲା, ସେଥିରେ ଶକ୍ତି ବିଭାଗର କିଛି ଭୁଲ ନାହିଁ । ଷ୍ଟାଡିୟମ୍ ର ଫ୍ଲଡ୍ ଲାଇଟ୍ ତ ଜେନେରେଟରରୁ ଚାଲୁଥିଲା । ବିଦ୍ୟୁତ କାଟ୍ ହୋଇଥିଲେ ତ ପୁରା ଷ୍ଟାଡିଅମ ଅନ୍ଧାର ହୋଇଯାଇଥାନ୍ତା ।

ଷ୍ଟାଡିଅମ ଜେନେରେଟର ପୋଡି ଯିବାରୁ ଲାଇଟ୍ କଟିଗଲା । ଯେଉଁଥିପାଇଁ ଅଧ ଘଣ୍ଟା ଖେଳ ବନ୍ଦ ରହିଲା । ଏହି ଜେନେରେଟର ଓସିଏର ଥିଲ ବୋଲି ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ।

Leave a Reply

Your email address will not be published. Required fields are marked *