Nfrgemsxk6aseinexudq

ନର୍ସିଙ୍ଗ ଛାତ୍ରଙ୍କ ରାଗିଙ୍ଗ: ନିବସ୍ତ୍ର କରିବା ସହ ଦେଲେ ଅକଥନୀୟ ନିର୍ଯାତନା

ଦେଶବିଦେଶ
Share

କୋଟାୟାମ: କେରଳରୁ ରାଗିଙ୍ଗର ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ | ବାସ୍ତବରେ, ପାଞ୍ଚ ଜଣ ସିନିୟର ଛାତ୍ର, ତିନିଜଣ ଜୁନିୟର ଛାତ୍ରଙ୍କ ପ୍ରତି ରାଗିଙ୍ଗ କରିଥିବାର ସାମ୍ନାକୁ ଆସିଛି | ସିନିୟର ଛାତ୍ରମାନେ ଜୁନିୟର ଛାତ୍ରମାନଙ୍କୁ ନିବସ୍ତ୍ର କରିବା ସହ ସେମାନଙ୍କ ଯୌନାଙ୍ଗରେ ଡମ୍ବୁଲ୍ ଓହଳାଇଦେଇଥିଲେ | ଏହି ସମୟରେ ପୀଡିତ ଛାତ୍ରମାନେ ଯନ୍ତ୍ରଣାରେ ଛଟପଟ ହୋଇ ଛାଡିଦେବାକୁ ନେହୁରା ହୋଇଥିଲେ ବି କେହି ତାଙ୍କ କଥା ଶୁଣିନଥିଲେ |
ଏବାବଦରେ ଅଭିଯୋଗ ହେବା ପରେ ବର୍ତ୍ତମାନ ପୁଲିସ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ନର୍ସିଂ କଲେଜର ପାଞ୍ଚ ଜଣ ଛାତ୍ରଙ୍କୁ ଗିରଫ କରିଛି। ଏହି ରାଗିଂ ମାମଲା କେରଳର କୋଟାୟାମ ଜିଲ୍ଲାରୁ ଆସିଛି। ରିପୋର୍ଟ ଅନୁଯାୟୀ, ଏହି ତିନିଜଣ ପୀଡିତ କୋଟାୟାମ ଜିଲ୍ଲାର ସରକାରୀ ନର୍ସିଂ କଲେଜର ପ୍ରଥମ ବର୍ଷର ଛାତ୍ର ଏବଂ ଥିରୁବନନ୍ତପୁରମର ବାସିନ୍ଦା। ପୀଡିତ ଛାତ୍ରମାନେ ଗାନ୍ଧିନଗର ପୁଲିସ ନିକଟରେ ଅଭିଯୋଗ କରିବା ପରେ ଏହି ରାଗିଂ ମାମଲା ସାମ୍ନାକୁ ଆସିଛି।
ପୁଲିସ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସରକାରୀ ନର୍ସିଂ କଲେଜର ତୃତୀୟ ବର୍ଷର ୫ ଛାତ୍ରଙ୍କୁ ଗିରଫ କରିଥିଲା। ପୁଲିସ ଦ୍ୱାରା ଗିରଫ ହୋଇଥିବା ଛାତ୍ରମାନେ ହେଉଛନ୍ତି ସାମୁଏଲ ଜନସନ, ଏନଏସ ଜୀଭା, କେ.ପି ରାହୁଲ ରାଜ, ସି ରିଜିଲ ଜୀଥ ଏବଂ ବିବେକ ଏନ.ପି | ପୀଡିତ ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ଉଲଗ୍ନ ଅବସ୍ଥାରେ ଠିଆ ହେବାକୁ ବାଧ୍ୟ କରାଯାଇଥିଲା | ସିନିୟର ଛାତ୍ରମାନେ ନିୟମିତ ଭାବେ ମଦ କିଣିବା ପାଇଁ ଜୁନିଅର ଛାତ୍ରମାନଙ୍କଠାରୁ ଟଙ୍କା ନେଉଥିଲେ ଏବଂ ସେମାନଙ୍କୁ ବାରମ୍ବାର ଆକ୍ରମଣ କରୁଥିଲେ।

Leave a Reply

Your email address will not be published. Required fields are marked *