ଜଗତସିଂହପୁର/ତିର୍ତ୍ତୋଲ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ତିରଣ, ସ୍ଵପ୍ନେଶ୍ୱର ମହାଦେବଙ୍କ ମନ୍ଦିର ସମ୍ମୁଖରେ, ଅବସରପ୍ରାପ୍ତ କର୍ମଚାରୀ ସଂଘର ସାଙ୍ଗଠନିକ ବୈଠକ, ସଂଘର ସଭାପତି ହରେକୃଷ୍ଣ ସେଣ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ, ସ୍ଥାନୀୟ ଅଞ୍ଚଳର ସରପଞ୍ଚ ସୁଶାନ୍ତ କୁମାର ନାୟକ, ଯୋଗଦେଇ କହିଲେ ଯେ, ଅବସର ଗ୍ରହଣ କରିବା ପରେ ମଧ୍ୟ ଏହି ସଂଘର କର୍ମକର୍ତ୍ତା ଓ ସଦସ୍ୟ ମାନେ, ଦୀର୍ଘ ବର୍ଷ ବର୍ଷ ଧରି ବହୁ ଅସହାୟ ଗରିବ ଶ୍ରେଣୀୟ ଲୋକମାନଙ୍କ ସେବାରେ ନିଜ ନିଜକୁ ନିୟୋଜିତ କରି ଆସିଛନ୍ତି । ଏପରି ସାମାଜିକ ସେବା କାର୍ଯ୍ୟ ପାଇଁ, ସେମାନେ ବାସ୍ତବିକ ଶତତ ପ୍ରଶଂସନୀୟ ଓ ସର୍ବତ୍ର ଅଭିନନ୍ଦନିୟ। ଆସନ୍ତା ଏପ୍ରିଲ ମାସରେ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ ଓ ଏଥି ପାଇଁ ଆସନ୍ତା ମାର୍ଚ୍ଚ ମାସରେ ଚୁଡାନ୍ତ ପ୍ରସ୍ତୁତି ବୈଠକ ହେବ ବୋଲି ଏହି ବୈଠକରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ବୈଠକ ରେ ସମ୍ପାଦକ ଶରତ କୁମାର ତାରେନିଆଙ୍କ ସମେତ ବାବାଜୀ ମଲ୍ଲିକ , ବିଷ୍ଣୁ ଚରଣ ନାୟକ, ବୈଷ୍ଣବ ନାୟକ, ବାବାଜୀ ନାୟକ, ନିମାଇଁ ବିଶ୍ବାଳ, ଶତ୍ରୁଘ୍ନ ସ୍ୱାଇଁ , ବିଜୟ ପରିଡା, ବିଷ୍ଣୁ ସାହୁ , ପ୍ରଫୁଲ୍ଲ ଦାସ, ଲୋକନାଥ ବଡ଼ପଣ୍ଡା , ନିତ୍ୟାନନ୍ଦ ନାୟକ , ମଦନ ଖଣ୍ଡୁଆଳ , ସଞ୍ଜୁବାଳl ଲେଙ୍କା , ସୁଲୋଚନା ନାୟକ ଓ ବାସୁଦେବ ସ୍ଵାଇଁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରି ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ଏହି ଅବସରରେ କେତେକ ଅସହାୟ ଗରିବ ମହିଳା ମାନଙ୍କୁ ଖାଦ୍ୟ ଓ ବସ୍ତ୍ର ମଧ୍ୟ ବଣ୍ଟନ କରାଯାଇଥିବାର ଦେଖିବାକୁ ମିଳିଥିଲା ।
