95b3e004 0ae1 4477 B397 2e5009f4b52f

ଶିକ୍ଷକ ପଦବୀ ପୂରଣ ପାଇଁ ଆନ୍ଦୋଳନ କଲେ ସ୍କୁଲ ଛାତ୍ରଛାତ୍ରୀ ଓ ଅବିଭାବକ !

ରାଜ୍ୟ
Spread the love

ପାରାଦ୍ୱୀପ :  ସରକାରଙ୍କ ଶିକ୍ଷା ବ୍ୟବସ୍ଥାର ଧଜିଆ ଉଡ଼ିଗଲାଣି ତିର୍ତ୍ତୋଲ ଶିକ୍ଷାମଣ୍ଡଳରେ  । ଯୋଉଠି ଶୁଣିବ ସେଠାରେ ଶିକ୍ଷକ ର ଅଭାବ । ସତେ ଯେମିତି ତିର୍ତ୍ତୋଲରେ ଭୁଶୁଡି ପଡିଛି କି ଶିକ୍ଷା ବ୍ୟବସ୍ଥା ? ବିଧାୟକ ଙ୍କ ଠାରୁ ଶିକ୍ଷା ପ୍ରଶାସନଙ୍କ ନଜର ଏସବୁ କ୍ଷେତ୍ରରେ କେବେବି ଦୃଷ୍ଟିରେ ପଡୁନଥିବା ପରି ଲାଗୁଛି । ସରକାରୀ ଶିକ୍ଷା ବ୍ୟବସ୍ଥାରେ ପ୍ରତି ୩୦ ଜଣ ପିଲାରେ ଗୋଟିଏ ଶିକ୍ଷକ ନିଯୁକ୍ତି ରହିବା ପ୍ରକ୍ରିୟାରେ ଚରମ ଅବହେଳା କରିଚାଲିଛନ୍ତି ତିର୍ତ୍ତୋଲ ବ୍ଲକ ଶିକ୍ଷାଧିକାରୀ ଅକ୍ଷୟ କୁମାର ବେହେରା !ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ଙ୍କ ଅଭାବ କୁ ନେଇ ଛାତ୍ରଛାତ୍ରୀ ମାନଙ୍କର ସିଲାବସ ଅଧାପନ୍ତରିଆ ଭାବେ ରହିଯାଉଛି ।

ବହୁ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥାନ ଅନୁସାରେ ଶିକ୍ଷକ ନ ଥିବାରୁ ଶିକ୍ଷଦାନ ବାଧାପ୍ରାପ୍ତ ହେଉଥିବାରୁ ଛାତ୍ରଛାତ୍ରୀ ମାନଙ୍କ ସହିତ ଅବିଭାବକ ମାନେ ଓଲ୍ହାଇଛନ୍ତି ଆନ୍ଦୋଳନକୁ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଶିକ୍ଷାମଣ୍ଡଳ ଅଧିନସ୍ତ ବିଶନପୁର ପଞ୍ଚାୟତର ବିଶନପୁର ଉର୍ଦୁ ପ୍ରାଥମିକ ବିଦ୍ୟାଳୟ ରେ । ବିଦ୍ୟାଳୟ ର ଅଧ୍ୟୟନ ରତ ଛାତ୍ରଛାତ୍ରୀ ଙ୍କ ସଂଖ୍ୟା ୧୩୮ ଥିବାବେଳେ, ଶିକ୍ଷକ ଅଛନ୍ତି ମାତ୍ର ୩ ଜଣ । ସେଥିମଧ୍ୟରୁ ଜଣେ ଶିକ୍ଷକ ଙ୍କ ଶରୀର ଅତିଶୟ ଖରାପ ଥିବାରୁ ୨ଜଣ ଶିକ୍ଷକ ସମ୍ଭାଳୁଛନ୍ତି ୧୩୮ ଜଣ ଛାତ୍ରଛାତ୍ରୀ ଙ୍କୁ । ଶିକ୍ଷାଦାନ ରେ ବହୁତ ବାଧାପ୍ରାପ୍ତ ହେବାରୁ ସ୍କୁଲର ପରିଚାଳନା କମିଟି ସଦସ୍ୟ ସମେତ ଅବିଭାବକ ମାନେ ତିର୍ତ୍ତୋଲ ଶିକ୍ଷାଧିକାରୀ ଙ୍କୁ ବହୁବାର ଭେଟି ସମସ୍ୟା ବିଷୟରେ ଅବଗତ କରାଇଥିଲେ ବି କୌଣସି ସୁଫଳ ମିଳି ପାରିଲା ନାହିଁ । କେବଳ ଆଜି କାଲି ସପ୍ତାହେ ଦିନ ଗଡେଇ ଗଡେଇ ଚାଲିଲେ । ଯାହାଫଳରେ ଆଜି ଛାତ୍ରଛାତ୍ରୀ ଓ ଅବିଭାବକ ଙ୍କୁ ନେଇ ସ୍କୁଲ କମିଟି ମେମ୍ବର ମାନେ ବିଦ୍ୟାଳୟ ଗେଟ ରେ ତାଲା ପକେଇ ସାମ୍ନାରେ ଆନ୍ଦୋଳନ କୁ ଓଲ୍ହାଇ ଥିଲେ । ମଧ୍ୟାନ୍ନ ୧୨ ଘଟିକା ସମୟରେ ଏବିଇଓ ମାଡାମ ବିଷ୍ନୁପ୍ରିୟା ଦେବୀ ପହଞ୍ଚି ଉପସ୍ଥିତ ସମସ୍ତଙ୍କୁ ବୁଝାଇଥିଲେ ଯେ ଚାରିଦିନ ଭିତରେ ସ୍ଥାୟୀ ଶିକ୍ଷକ ନିଯୁକ୍ତି କରିବାକୁ ଲିଖିତ ପ୍ରତିଶୃତି ଦେବାରୁ ଆନ୍ଦୋଳନ ସ୍ଥଗିତ ହୋଇଥିଲା !ସ୍ଥାୟୀ ନିଯୁକ୍ତି ହେଵା ପର୍ଯ୍ୟନ୍ତ ସିଆରସିସି ମୋହନ ଟୁଡୁ ପାଠପଢା ଚାଲୁ ରଖିବେ । ଏଥିରୁ ବ୍ୟତିକ୍ରମ ହେଲେ ବିଶନପୁର ଗ୍ରାମବାସୀ ମାନେ ତିର୍ତ୍ତୋଲ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ଆମରଣ ଆନ୍ଦୋଳନ କରାଯିବବୋଲି ସ୍କୁଲ ପରିଚାଳନା କମିଟି ତରଫରୁ ସୂଚନା ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *