Subhadra Rs 1 750x370

ବ୍ରହ୍ମପୁରରେ ମିଳିବ ସୁଭଦ୍ରାର ଦ୍ଵିତୀୟ କିସ୍ତି

ରାଜ୍ୟ
Share

ଭୁବନେଶ୍ଵର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ଼ ସୂଚନା । ମାର୍ଚ୍ଚ ୮ ରେ ଏକା ଥରକେ କୋଟିଏ ମହିଳାଙ୍କୁ କରାଯିବ ଆର୍ଥିକ ସ୍ୱାବଲମ୍ବୀ । ବ୍ରହ୍ମପୁର ଠାରେ କୋଟିଏ ମହିଳାଙ୍କୁ ସୁଭଦ୍ରାର ଦ୍ଵୀତିୟ କିସ୍ତି ପ୍ରଦାନ କରାଯିବ । ଆନ୍ତର୍ଜାତିୟ ମହିଳା ଦିବସରେ ସଶକ୍ତ ହେବେ ମହିଳା। ଏକ କୋଟିରୁ ଅଧିକ ମହିଳାଙ୍କ ପାଖରେ ପହଞ୍ଚିବ ସୁଭଦ୍ରା ଟଙ୍କା ।

ସୂଚନା ଅନୁସାରେ, ବ୍ରହ୍ମପୁରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ଦିଆଯିବ । ଏଯାବତ୍ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା ଖାତାକୁ ଆସିସାରିଛି। ୪ର୍ଥ ପର୍ୟ୍ୟାୟରେ ୧୮ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ମିଳିଛି ଟଙ୍କା । ଆହୁରି ହିତାଧିକାରୀ ବାକି ରହିଥିବା ବେଳେ ସେମାନଙ୍କୁ ମଧ୍ୟ ମାର୍ଚ୍ଚ ୮ ସୁଦ୍ଧା ସୁଭଦ୍ରା କିସ୍ତି ମିଳିବ। ତେବେ ୨ୟ କିସ୍ତି ଆସିବା ପୂର୍ବରୁ ପ୍ରଥମ କିସ୍ତିର ୫ମ ପର୍ୟ୍ୟାୟ ଟଙ୍କା ମଧ୍ୟ କିଛି କିଛି ମହିଳାଙ୍କ ଖାତାକୁ ଆସୁଛି । ବର୍ତ୍ତମାନ ସୁଦ୍ଧା ୯୮ ଲକ୍ଷ ମହିଳା ସୁଭଦ୍ରା ଟଙ୍କା ପାଇସାରିଥିବା ବେଳେ ଭାଗ୍ୟଶାଳୀ ଆଉ ୨ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

ଯେଉଁ ଯୋଗ୍ୟ ମହିଳାଙ୍କ ଖାତାକୁ ସୁଭଦ୍ରା ଟଙ୍କା ଆସିନାହିଁ ସେମାନେ ବ୍ୟସ୍ତ ନହେବା ପାଇଁ ସରକାର ପରାମର୍ଶ ଦେଇଛନ୍ତି। ବିଭିନ୍ନ କାରଣ ପାଇଁ ଯେଉଁମାନେ ସୁଭଦ୍ରା ଟଙ୍କା ପାଇନାହାଁନ୍ତି, ସେମାନଙ୍କୁ ଏକାବେଳେ ଦୁଇଟି କିସ୍ତି ଟଙ୍କା ମିଳିବ। ଏକାବେଳେ ସେମାନେ ଦୁଇଟି ସୁଭଦ୍ରା କିସ୍ତି ଅର୍ଥାତ ୧୦ ହଜାର ଟଙ୍କା ପାଇବେ। ଯିଏ ଆଦୌ ଆବେଦନ କରିନାହାଁନ୍ତି ସେମାନେ ଯଦି ଏବେ ବି ଆବେଦନ କରନ୍ତି ତେବେ ମାର୍ଚ୍ଚ ୮ ତାରିଖରେ ସେମାନଙ୍କୁ ଦୁଇଟି କିସ୍ତି ଟଙ୍କା ଅର୍ଥାତ ୧୦ ହଜାର ଟଙ୍କା ପାଇବେ।

Leave a Reply

Your email address will not be published. Required fields are marked *