8bc6cfea 9793 46d7 8f78 83cd9980f1cf

ଶ୍ରୀଜଗନ୍ନାଥ ମହୋତ୍ସବରେ ଜଗନ୍ନାଥଙ୍କ ଉପାସନା, ପୂଜାବିଧିର ପ୍ରଶିକ୍ଷଣ ଶିବିର

ରାଜ୍ୟ
Share

ଝଙ୍କଡ଼ :  ଅଖିଳ ବ୍ରହ୍ମାଣ୍ଡପତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଉପାସନା ଓ ପୂଜାବିଧି ସମ୍ପର୍କରେ ତତ୍ତ୍ଵ ଓ ତଥ୍ଯ ଭିତ୍ତିକ ପ୍ରଶିକ୍ଷଣ ପ୍ରଦାନ କରିବା ନିମନ୍ତେ, ଜଗନ୍ନାଥ ମହୋତ୍ସବ – ୨୦୨୫ ର ମାର୍ଗଦର୍ଶକ ତଥା ଶ୍ରୀ ଜଗନ୍ନାଥ ସଂସ୍କୃତି ର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଗତ ରବିବାର ଦିନ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ, ଶ୍ରୀକ୍ଷେତ୍ର ପୁରୀ ଆନୁକୁଲ୍ୟରେ ଆୟୋଜିତ ଏହି ତାଲିମ ଶିବିରରେ, ପ୍ରତିଷ୍ଠାନର ମହାସଚିବ, ଗବେଷକ ଡଃ ନରେଶ ଚନ୍ଦ୍ର ଦାସ, ରାଜ୍ୟ ସଭାପତି ତଥା ପ୍ରାକ୍ତନ ଆଇ ଏ ଏସ ସୁଦର୍ଶନ ନାୟକ, ବଡଦେଉଳର ମୁଖ୍ୟ ପୁରୋହିତ ଡଃ ସିଦ୍ଧେଶ୍ୱର ମହାପାତ୍ର , ପ୍ରସାଶନିକ ସଚୀବ , ଗୋଛିକାର, ଗବେଷକ ପୂର୍ଣ୍ଣଚନ୍ଦ୍ର ଗୋଛିକାର , ପ୍ରକାଶନ ସଚୀବ ଡଃ ଅସିତ୍ ମହାନ୍ତି, କେନ୍ଦ୍ରୀୟ ସଙ୍ଗଠନ ସଚୀବ ଡଃ କରୁଣାକର ପ୍ରଧାନ, ଓ ପୂର୍ବାଞ୍ଚଳ ସମ୍ପାଦକ ଅଶୋକ କୁମାର ବଳ ପ୍ରମୁଖ ଯୋଗଦେଇ, ମହାପ୍ରଭୁ ଜଗନ୍ନାଥଙ୍କ ଦୈନିକ ନୀତି କାନ୍ତି, ଯାନିଯାତ୍ରା, ପର୍ବପର୍ବାଣୀ, ଶ୍ରୀଅଙ୍ଗ ସେବା , ୨୪ ବେଶର ଇତିବୃତ୍ତି, ଛପନ ଭୋଗ ର ମାହାତ୍ମ୍ୟ, ପାକପ୍ରସ୍ତୁତି ଓ ପୁଷ୍ପ ବେଶ, ଅଳଙ୍କାର ଲାଗି ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି, ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ତେବେ ଏହି ଶିବିରରେ, ସିଦ୍ଧଳ ,କୋଷ୍ଠିମଲ୍ଲିକାପୁର କୁରାଢ଼ , ଗୋବିନ୍ଦପୁର ସାହଁସ , ପୁରୁଣାବସନ୍ତ, ଆନନ୍ଦ ପୁର , ନାଉଗାଁ ତିହୁଡା ବାଲିସାହି, ଜଗତସିଂହପୁର କେନ୍ଦାଲ , ପାଟେନୀ ଗାଁ ବଟ ଶ୍ରୀକ୍ଷେତ୍ର , ଅଢ଼ଙ୍ଗା ଓ ନନ୍ଦନ ଆଦି ଶତାଧିକ ଜଗନ୍ନାଥ ଓ ପତିତ ପାବନ ମନ୍ଦିରର ପ୍ରମୂଖ ପୁରୋଧା ଓ ପୂଜକ ମାନେ ଉପସ୍ଥିତ ରହି ଶିକ୍ଷା ଗ୍ରହଣ କରିଥିଲେ।ବିଶେଷ କରି ମହାପ୍ରଭୂ ଜଗନ୍ନାଥଙ୍କର ନିତ୍ୟ ସେବକ ମାନଙ୍କର, ପୂଜା ଉପାସନା ବିଧି ବିଧାନ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ର ଯଥାର୍ଥ ଉତ୍ତର ପ୍ରଦାନ କରି, ଏହାର ଆଶୁ ସମାଧାନର ମାର୍ଗ ଦର୍ଶନ କରିଥିଲେ। ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଇଂ ବିଷ୍ଣୁ ଚରଣ ସ୍ୱାଇଁ, ମହୋତ୍ସବ କମିଟି ର ସମସ୍ତ କର୍ମକର୍ତ୍ତା ଓ ସାରଳା ମନ୍ଦିର ର ସେବାୟତ ମାନେ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା |

Leave a Reply

Your email address will not be published. Required fields are marked *