ଝଙ୍କଡ଼ : ସମଗ୍ର ବିଶ୍ୱରେ ଖାଉଟିମାନେ ପ୍ରତିଦିନ ବ୍ୟବସାୟୀ ମାନଙ୍କ ଦ୍ଵାରା ଶୋଷିତ ଓ ଠକେଇ ର ଶୀକାର ହେଉଥିବାରୁ, ଏହାର ନିରାକରଣ ପାଇଁ , ବିଶ୍ବ ଉପଭୋକ୍ତା ଦିବସ ପାଳନ କରାଯାଇ, ସଚେତନତା ସୃଷ୍ଟି କରଯାଇଥାଏ । ଏହି ପରିପ୍ରେକ୍ଷୀରେ ଗତ ମଙ୍ଗଳବାର ଦିନ ତିର୍ତ୍ତୋଲ ସାରଳା ବିହାର ସ୍ଥିତ ଆଦିକବି ସାରଳା ଦାସ ମହାବିଦ୍ୟାଳୟର ସଭାଗୃହ ରେ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ରାଜ୍ୟ ସଭାପତି ସ୍ନେହମୟୀ ଆଚାର୍ଯ୍ୟ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ, କଲେଜର ଅଧ୍ୟକ୍ଷl ମମତା ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ, ଆଜିର ସଭାରେ ବିଶେଷଜ୍ଞ ମାନଙ୍କ ପରାମର୍ଶ ଓ ମାର୍ଗଦର୍ଶନର ବାର୍ତ୍ତା କୁ ଏଠାରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନେ ନିଜେ ଅନୁପ୍ରାଣିତ ହେବା ସହିତ, ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇବାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି କହିଥିଲେ।

ଯୁବ ସମାଜସେବୀ ତଥା ରାଜ୍ୟ କନଭେନର ବିବେକାନନ୍ଦ ହୋତା ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ଵାଗତ କରିବା ସଙ୍ଗେ ସଙ୍ଗେ କାର୍ଯକ୍ରମ ସମ୍ପର୍କରେ ତଥ୍ୟଭିତ୍ତିକ ସୂଚନା ପ୍ରଦାନ କରିଥିଲେ। ଡି ସି, ଡି ଆର୍ ସି ସଭାପତି ପ୍ରଭାତ କୁମାର ପାଢ଼ୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଇନଜୀବି ଧୀରେନ୍ଦ୍ର ନାଥ ଆଚାର୍ଯ୍ୟ , ଆଇନଜୀଵି ସଂଗ୍ରାମ କେଶରୀ ନାୟକ, ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ରାଜ୍ୟ ଉପସଭାପତି ପଣ୍ତିତ ଶରତ କୁମାର ଦାଶ ପ୍ରମୁଖ ଯୋଗଦେଇ ଉପଭୋକ୍ତା ମାନଙ୍କ ଦାଇତ୍ୱବୋଧ ଓ ସଚେତନତା ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ! ପରିଶେଷରେ, ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବାର ଜଣାଯାଇଛି।
