ଜଗତସିଂହପୁର/ଝଙ୍କଡ଼ : ଆଜକୁ ପ୍ରାୟ ଛଅମାସ ପୁର୍ବରୁ ଆମପୁଅ କେଉଁଆଡେ ନିଖୋଜ ହୋଇଯାଇଛି ବୋଲି, ତିର୍ତ୍ତୋଲଥାନାରେ ଯେଉଁ ପରିବାର ତରଫରୁ ଲିଖିତ ଅଭିଯୋଗ ହୋଇଥିଲା । ସେହି ପିଲାର ଗଳିତ ଶବ ଦିର୍ଘ ଛଅଦିନ ପରେ ତାମିଲନାଡୁ ଓଟିର ବି ଆଇ ପୋଲିସ ଷ୍ଟେସନ ର ପୋଲିସ ଉଦ୍ଧାର କରି, ଶବ ବ୍ୟବଚ୍ଛେଦ କରିବା ସହିତ, ସି ସି ଟିଭି ଫୁଟେଜ ଯାଞ୍ଚ କରିବା ସହିତ ତଦନ୍ତ ଜାରି ରଖିଛି । ଖବର ଅନୁଯାଇ ତିର୍ତ୍ତୋଲଥାନା , କୋଷ୍ଟୀ ମଲ୍ଲିକାପୁର ପଞ୍ଚାୟତ ଅଧିନ, ହମିରପୁର ଗ୍ରାମର ଭିନ୍ନକ୍ଷମ ରମେଶ ଚନ୍ଦ୍ର ନାୟକ (ଗେଣ୍ଡୁ)ର ଏକମାତ୍ର ପୁଅ ଆଶୁତୋଷ ନାୟକ (୨୦ବର୍ଷ) ଓରଫ ସିକୁନ, କଟରା ପଞ୍ଚାୟତ ଅନ୍ତର୍ଗତ ବେଗୁନିଆ ଗ୍ରାମର ଗୁରୁବାରି ମଲ୍ଲିକଙ୍କ ପୁଅ କାର୍ତ୍ତିକ ମଲ୍ଲିକ ଙ୍କ ସହିତ ଏକ ଗାଡ଼ିରେ ହେଲପର କାମ କରୁଥିଲା ।
ଫିଲିମ୍ ସୁଟିଙ୍ଗ ସେଟ ନେଇ ବାଙ୍ଗା ଲୋର୍ ରୁ ବାହାରି ଉଭୟ ଗତ ଗୁରୁବାର ରାତିରେ ତାମିଲନାଡୁ ଓଟିର ହୋଟେଲ ବ୍ଲୁ ହିଲ୍ ଇଣ୍ଟରନ୍ୟାସନାଲ ରେ ପହଞ୍ଚି ୪ ଦିନ ରହିବା ପରେ, ରବିବାର ଦିନ ରାତି ୧୦ ଟା ବେଳେ ସିକୁନ ନିଜ ଘର ଲୋକଙ୍କ ସହିତ ଫୋନ ରେ କଥା ହୋଇଥଲା। ମାତ୍ର ରାତି,୧୧ ଟା ସେ ଆଉ ଫୋନ ଉଠାଇନଥିଲା । ବାରମ୍ବାର ଫୋନ କରିବାରୁ ତାକୁ ସାଙ୍ଗରେ ନେଇଥିବା ଡ୍ରାଇଭର କାର୍ତ୍ତିକ ମଲ୍ଲିକ , ତା ଫୋନ ଉଠାଇ କହିଲା ଯେ, ସେ ଶୋଇ ପଡିଲାଣି, କାଲି ସକାଳେ ଫୋନ୍ କଲେ ସେ କଥାହେବ । ମାତ୍ର ସୋମବାର ଦିନ ମୃତ ସିକୁନ୍ ର ଭଉଣୀ, ଡ୍ରାଇଭର କାର୍ତ୍ତିକ କୁ ଫୋନ କରିବାରୁ, ସେ କହିଲା ସେ ଶୋଇପଡ଼ିଲାଣି ବୋଲି ମୁଁ ମିଛରେ କହିଥିଲି। ସତ କଥା ହେଉଛି ଯେ, ସେ କାଲିରାତିରୁ ଏଯାଏ ରୁମକୁ ଫେରିନି। ତେବେ କାର୍ତ୍ତିକ ଓ ସିକୁନ ହୋଟେଲ ରେ ଏକାଠି ଖାଇଲା ବେଳେ, ମାତ୍ରାଧିକ ମଦ୍ୟପାନ କରି, ପରଷ୍ପର ମଧ୍ୟରେ ପାଟିତୁଣ୍ଡ କରିଥିଲେ। ହୋଟେଲ ଠାରୁ ମାତ୍ର ୫୦୦ ମିଟର ଦୂରରେ, ଏକ ୧୫ ଫୁଟ ଗଭୀର ଖାଲରେ ହେଲପର ସିକୁନ ର ଶବ ଦୁର୍ଗନ୍ଧ ହେବାରୁ, ନିକଟରେ ବସବାସ କରୁଥିବା ଲୋକମାନେ ପୋଲିସ କୁ ଖବର ଦେଇଥିଲେ । ପରେ ପରେ ପୋଲିସ ସେଠାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିବା ସହିତ, ଅନୁସନ୍ଧାନ ଆରମ୍ଭ କରିଛି।
ଇତି ମଧ୍ୟରେ ଏକମାତ୍ର ରୋଜଗାରିଆ ପୁଅ କୁ ହରାଇ, ସିକୁନ ର ମାଆ ରେଣୁବାଳା ନାୟକ ତିର୍ତ୍ତୋଲ ଥାନା କୁ ଯାଇ, ମୋର ପୁଅ କୁ ସେଠାରେ ଷଡ଼ଯନ୍ତ୍ର କରି ମାରିଦିଆଯାଇଛି ବୋଲି, ଲିଖିତ ଅଭିଯୋଗ କରିବାକୁ ଥାନା ଅଧିକାରୀ ଙ୍କୁ ଗୁହାରୀ କରିଥଲେ ମଧ୍ୟ, ତିର୍ତ୍ତୋଲ ପୋଲିସ, ତାହା ଗ୍ରହଣ ନକରି, ଯେଉଁଠି ଘଟଣା ଘଟିଛି, ସେଠାରେ ଯାଇ, ଏତେଲା ଦିଆନ୍ତୁ ବୋଲି ପରାମର୍ଶ ଦେଇଥିଲେ। ତେବେ ଏକମାତ୍ର ରୋଜଗାରିଆ ପୁଅ କୁ ହରାଇ, ବପ ମାଆ ଓ ଭଉଣୀ ମାନେ ବେସାହାରା ହୋଇପଡ଼ିଥିବା ବେଳେ, ଏବେ ବି ଓଡ଼ିଆ ଯୁବଶ୍ରମିକ ଆଶୁତୋଷ ନାୟକ ( ସିକୁନ୍) ର ଆକସ୍ମିକ ମୃତ୍ୟ ସ୍ଵାଭାବିକ ନା ସୁପରିକଳ୍ପିତ ତାହା ରହସ୍ୟାବୃତ୍ତ ରହିଛି। ଇତି ମଧ୍ୟରେ ବାଙ୍ଗାଲୋର ରେ ରହୁଥିବl ସିକୁନ୍ ର ପଡ଼ୋଶୀ ଓ ସାଙ୍ଗସାଥୀ ମାନେ, ତାମିଲନାଡୁ ଓଟି ରେ ପହଞ୍ଚି, ଘଟଣାର ପର୍ଦ୍ଦାଫାଶ କରିବା ପାଇଁ, ସେଠାକାର ପୋଲିସ ଅଧିକାରୀ ମାନଙ୍କୁ ନିବେଦନ କରିଅଛନ୍ତି। ଶବ ବ୍ୟବଚ୍ଛେଦ ପରେ,ସେମାନଙ୍କୁ ହସ୍ତାନ୍ତର କରିବା ପରେ ସେମାନେ ସାଙ୍ଗର ଅନ୍ତେଷ୍ଟି କ୍ରିୟା ସାରି, ବାଙ୍ଗାଲୋର ଫେରିଯିବେ ବୋଲି ସୂଚନା ପ୍ରଦାନ କରିଅଛନ୍ତି ।