1111

ଯୁବକଙ୍କୁ ପିଟିପିଟି ହତ୍ୟା ,ପରେ ଘର ଆଗରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ରାଜ୍ୟ
Share

ବ୍ରହ୍ମଗିରି : ଯୁବକଙ୍କୁ ପିଟିପିଟି ହତ୍ୟା । ହତ୍ୟା ପରେ ଘର ଆଗରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ତିଆରପାରି ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତ ଯୁବକ ହେଲେ ନକୁଳ ସାମଲ । ନକୁଳଙ୍କର ସେହି ଗାଁର ଅନ୍ୟ ଏକ ପରିବାର ସହ ଝଗଡା ହୋଇଥିଲା । ଏହାକୁ କେନ୍ଦ୍ର କରି ନକୁଳଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର । ହତ୍ୟା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଅଭିଯୁକ୍ତକୁ ଗିରଫ ନକରିବା ଯାଏ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ବ୍ରହ୍ମଗିରି ପୋଲିସ ।

Leave a Reply

Your email address will not be published. Required fields are marked *