Screenshot 2025 04 17 100257 750

ଗୋଷ୍ଠୀ ସଙ୍ଘର୍ଷରୁ ବୋମା ମାଡ଼, ଘଟଣାସ୍ଥଳରେ ୭ ଗୁରୁତର

ରାଜ୍ୟ
Spread the love

ଭଦ୍ରକ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ। ତିହିଡ଼ି ଥାନାର କାଁପଡ଼ା ଗାଁରେ ଗୋଷ୍ଠୀ ସଙ୍ଘର୍ଷକୁ ନେଇ ବୋମା ମାଡ଼। ବୋମା ମାଡ଼ରେ ଗୁରୁତର ହୋଇଛନ୍ତି ୭ ଜଣ। ଦୁଇ ରାଜନୈତିକ ଦଳ ବିବାଦରୁ ହାତ ତିଆରି ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି।

ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ମୁତୟନ ହୋଇଛନ୍ତି । ଆହତ ମାନଙ୍କୁ ତିହିଡି ଓ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ବୁଧବାର ରାତିରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଗାଁ ଦାଣ୍ଡରେ ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି। ଗାଁ ଦାଣ୍ଡରେ ବସିଥିବା ଲୋକଙ୍କୁ ଲକ୍ଷ କରି କିଛି ହାତ ତିଆରି ବୋମା ଫିଙ୍ଗିଥିଲେ ଦୁର୍ବୃତ୍ତ। ଏଥିରେ ୭ଜଣ ଗୁରୁତର ହୋଇଛନ୍ତି।

ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ସମସ୍ତଙ୍କୁ ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ତିହିଡ଼ି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ଗାଁରେ ପୋଲିସ ମୁତୟନ ହୋଇଥିବା ତିହିଡ଼ି ଥାନା ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *