କଟକ : ୪୨ମୌଜା ଅଞ୍ଚଳବାସୀଙ୍କ ପକ୍ଷରୁ ତଥା ରାଜ୍ୟ ସରକାରଙ୍କ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଗତ ୨୩ ମେ ୨୦୨୩ରେ ବେଣ୍ଟକାର ଗ୍ରାମ ପଞ୍ଚାୟତ ଅଫିସ୍ ପ୍ରାଙ୍ଗଣରେ ୪୨ମୌଜାରେ ଦମକଳ କେନ୍ଦ୍ର ଖୋଲାଯିବା ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କଟକ ସହରରୁ ୪୨ମୌଜାକୁ ସଂଯୋଗ ହୋଇଥିବା ବ୍ରିଜକୁ ମିଶାଇ ସର୍ବମୋଟ ଚାରିଗୋଟି ବ୍ରିଜ୍ ଚତୁର୍ପାଶ୍ଵକୁ ସଂଯୋଗ ହୋଇଅଛି । ୪୨ ମୌଜାରେ ଦମକଳ କେନ୍ଦ୍ର ପ୍ରତିଷ୍ଠା ହେଲେ ୪୨ ମୌଜାର ୬ ଗୋଟି ପଞ୍ଚାୟତର ୫୦ହଜାରରୁ ଉର୍ଦ୍ଧ୍ଵ ଅଧିବାସୀ ଉପକୃତ ହେବାସହ ଚାରି ଗୋଟି ବ୍ରିଜ ଥିବାରୁ ଚତଃପାଶ୍ୱର୍ରେ ଥିବା ଅଞ୍ଚଳବାସୀ ବିଶେଷ ଉପକୃତ ହେବେବୋଲି ଉପସ୍ଥିତ ଅଧିକାରୀ ମାନେ ହୃଦୟଙ୍ଗମ କରିଥିଲେ।
ବୈଠକରେ କଟକ ଜିଲ୍ଲା ଉପ ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ର, ଚାଉଳିଆଗଞ୍ଜ ଦମକଳ କେନ୍ଦ୍ର ଅଧିକାରୀ ବିକାଶ ଚନ୍ଦ୍ର ସାହୁଙ୍କ ସମେତ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଛଅ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟା,ଛଅ ଗୋଟି ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ, ସମାଜସେବୀ,ବିଭିନ୍ନ ସାମାଜିକ ଅନୁଷ୍ଠାନର ମୁଖ୍ୟ କର୍ମକର୍ତ୍ତା ଓ ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ଥିଲେ।
ଦମକଳ କେନ୍ଦ୍ର ସ୍ଥାନ ନିରୂପଣ ପାଇଁ ବିଭିନ୍ନ କ୍ଷେତ୍ର ପରିଦର୍ଶନ ପରେ ବେଣ୍ଟକାର ଛକର ନିକଟରେ ପ୍ରସ୍ତାବିତ ଦମକଳ କେନ୍ଦ୍ରପାଇଁ ଆବଶ୍ୟକୀୟ ସଂରକ୍ଷିତ ଭିତ୍ତିଭୂମି ଥିବା ସ୍ଥାନକୁ ବିଭାଗୀୟ ଅଧିକାରୀ ମାନେ ବିହିତ ତନଖି କରିବା ପରେ ସନ୍ତୋଷ ପ୍ରକାଶ କରି ଚିହ୍ନଟ କରିଥିଲେ। ତଦନ୍ତ ସମୟରେ ୪୨ମୌଜା ଥାନା ଅଧିକାରୀଙ୍କ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା। ୪୨ ମୌଜା ଅଞ୍ଚଳବାସୀଙ୍କ ବହୁ ପ୍ରତିକ୍ଷିତ ଦମକଳ କେନ୍ଦ୍ର ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ ହେବାପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବ୍ରହ୍ମପୁର ସରପଞ୍ଚ ରବି ନାରାୟଣ ପ୍ରଧାନ,ଦଧିବାମନପୁର ସରପଞ୍ଚ ସୁମିତ୍ରା ଗୋଚ୍ଛାୟତ, ବେଣ୍ଟକାର ସରପଞ୍ଚ ଶିବ ଶଙ୍କର ମଲ୍ଲିକ,ଝାରକଟା ସରପଞ୍ଚ ଶିଶିର ରାଉତ,କଳପଡ଼ା ସରପଞ୍ଚ ସବିତା ମାଝୀ,କୁଳସରିଚୁଆଁ ସରପଞ୍ଚ ବନମାଳି ବିହାରୀ,୬ ନମ୍ୱର୍ ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ମହାର୍ଥା, ୪୨ମୌଜା ବିକାଶ ପରିଷଦ ସଭାପତି ଆଡଭୋକେଟ୍ କେଶବ ଚନ୍ଦ୍ର କର,ଶାନ୍ତି କମିଟି ସଭାପତି ଶରତ ଚନ୍ଦ୍ର ରାୟ,ପୂର୍ବତନ ସରପଞ୍ଚ ବିଦ୍ୟାଧର ପାତ୍ର,ବିକ୍ରମ କେଶରୀ ଆଚାର୍ଯ୍ୟ,ତ୍ରିଲୋଚନ ଦଳାଇ, ପ୍ରବେଶ ରାଉତ,ଯାଦବ ମହାସଭା ସଭାପତି ବରିଷ୍ଠ ସାମ୍ୱାଦିକ ବୁଲେଇ ବେହେରା,ପ୍ରକୃତି ବନ୍ଧୁ ନବ କିଶୋର ପଣ୍ଡା,ପ୍ରାଧ୍ୟାପକ ଡ଼ଃ ସେକ୍ କଲିମୁଲା,ଦଳିତ ମହାସଂଘ ସଭାପତି ରାମଚନ୍ଦ୍ର ଗୋଚ୍ଛାୟତ, ଶିକ୍ଷାବିତ୍ ଗଣେଶ୍ୱର ଦାଶ, ସମାଜସେବୀ ସନ୍ତୋଷ କୁମାର ପତି, ବସନ୍ତ କୁମାର ପଣ୍ଡା, ଅନିଲ କୁମାର ଦାସ, ପୀୟୂଷ ରଞ୍ଜନ ପରିଡ଼ା, ଦୁର୍ଗା ଚରଣ ପ୍ରଧାନ, ସୁଧାଂଶୁ ମୋହନ ଦାସ, ଭଗବତି ପ୍ରସାଦ ପତି, ବିନୋଦ ବେହେରା, ପ୍ରଭାତ କୁମାର ଖଟୁଆ,ବାବାଜୀ ମହାନ୍ତି, ନାରାୟଣ ଚନ୍ଦ୍ର ମହାନ୍ତି, ପଦ୍ମଲାଭ ଗୋଚ୍ଛାୟତ, ଦୁଷ୍ମନ୍ତ କୁମାର ନନ୍ଦ,ଦୀପକ କୁମାର ଆଚାର୍ଯ୍ୟ, ରୁଦ୍ର ନାରାୟଣ ଦାସ, ଅସୀମ ଦାସ, ସୁକାନ୍ତ କୁମାର ବେଉରା, ନିରଞ୍ଜନ ଆଚାର୍ଯ୍ୟ,ଦୀପ୍ତି ରଞ୍ଜନ ଶତପଥି, ଅଜୟ କୁମାର ଦଳାଇ, ଅଶୋକ କୁମାର ପତି, ସୁଧୀର କୁମାର ଶତପଥୀ, ସୁମିତ୍ରା ଦେବତା, ବିଷ୍ଣୁଚରଣ ଦାଶ, ପ୍ରସନ୍ନ ବେହେରା, ଶୁଭନ୍ୟାସ ମହାନ୍ତି, ମାନଗୋବିନ୍ଦ ପଣ୍ଡା, ବାଉରୀ ବନ୍ଧୁ ସ୍ବାଇଁ, ରବୀନ୍ଦ୍ର କୁମାର ଦେବତା ଓ ଚିତ୍ରସେନ ଦାସ ପ୍ରଭୃତି ସହସ୍ରାଧିକ ଅଞ୍ଚଳବାସୀ ଦୃଢ଼ ଦାବୀ ଜଣାଇଛନ୍ତି ।