Protests 750x430

ପାକିସ୍ତାନ ଦୂତାବାସ ବାହାରେ ବିକ୍ଷୋଭ ପ୍ରଦର୍ଶନ

ଦେଶବିଦେଶ
Spread the love

ନୂଆଦିଲ୍ଲୀ : ପହେଲଗାଓଁ ଆକ୍ରମଣ ଘଟଣାର ନିନ୍ଦା କରି ଭାରତୀୟମାନେ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସ ବାହାରେ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଘଟଣା ଦୁଇଦେଶ ମଧ୍ୟରେ ଖରାପ ଥିବା ସମ୍ପର୍କକୁ ଆହୁରି ତିକ୍ତ କରିଦେଇଥିବାବେଳେ ଭାରତୀୟମାନେ ଏକାଠି ହୋଇ ପାକ୍‌ ସରକାର ବିରୋଧରେ ଦୂତାବାସ ଆଗରେ ବିଭିନ୍ନ ନାରା ଦେଇଛନ୍ତି।
ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ଜଣାପଡ଼ିଥିବାରୁ ଭାରତ ସରକାର କୂଟନୈତିକ ସ୍ତରରେ ପାକ୍ ବିରୋଧରେ ଦୃଢ଼ ପଦକ୍ଷେପ ନେଇଛନ୍ତି। ନୂଆଦିଲ୍ଲୀରେ ଥିବା ପାକ୍‌ ଦୂତାବାସର ଅଧିକାରୀ ଏବଂ କର୍ମଚାରୀ ସଂଖ୍ୟା ୫୫ରୁ ୩୦କୁ ହ୍ରାସ କରିବାକୁ ଭାରତ ନିଷ୍ପତ୍ତି ନେଇଥିବାବେଳେ ଇସଲାମାବାଦରେ ଥିବା ଭାରତ ଦୂତାବାସରୁ ମଧ୍ୟ ଅନୁରୂପ କର୍ମଚାରୀ ଓ ଅଧିକାରୀଙ୍କୁ ଅପସାରଣ କରିବାକୁ ଭାରତ ପଦକ୍ଷେପ ନେବ ବୋଲି କହିଛି। ପାକିସ୍ତାନୀ ନାଗରିକଙ୍କୁ ଭାରତ ପ୍ରବେଶ ଅନୁମତି ରଦ୍ଦ କରାଯାଇଛି। ୧୯୬୦ ସିନ୍ଧୁ ନଦୀ ଜଳ ଚୁକ୍ତିକୁ ରଦ୍ଦ କରାଯାଇଛି। ଏହା ସହିତ ଅଟ୍ଟାରି-ଓ୍ବାଘା ସୀମାକୁ ବନ୍ଦ କରିଦିଆଯାଇଛି। ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସରେ ଅବସ୍ଥାପିତ ସ୍ଥଳସେନା, ନୌସେନା ଏବଂ ବାୟୁସେନା ଉପଦେଷ୍ଟାମାନଙ୍କୁ ଭାରତ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି।

Leave a Reply

Your email address will not be published. Required fields are marked *