ତୃତୀୟ ସନ୍ତାନ ପାଇଁ ରଦ ହେଲା ସରପଞ୍ଚ ପଦ

ବସ୍ତା, ୨/୧: ବାଲେଶ୍ୱର ଜିଲା ବସ୍ତା ବ୍ଲକ ବ୍ରାହ୍ମଣଦା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଭବାନୀ ଜେନ।ଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଆଜି ଅଯୋଗ୍ୟ ଘୋଷଣା କରାଯାଇଛି । ଶ୍ରୀମତୀ ଜେନ।ଙ୍କର ତିନୋଟି ପିଲା ଥିବାରୁ ଗ୍ରାମ ପଞ୍ଚାୟତ ବିଭାଗ ପକ୍ଷରୁ ତାଙ୍କୁ ଚିଠି(ନଂ ୩/୨.୧.୨୦୨୬) କରାଯାଇ ଅଯୋଗ୍ୟ ବିବେଚିତ କରାଯାଇଛି । ଏହାସହ ନାଏବ ସରପଞ୍ଚ ମିନତୀ ଖଟୁଆଙ୍କୁ ସରପଞ୍ଚ ଦାୟିତ୍ୱ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବସ୍ତା ବିଡ଼ିଓ ମିହିର ରଞ୍ଜନ ବେହେରା […]

ସଂପୂର୍ଣ୍ଣ ପଢନ୍ତୁ

ପୁରୀ ଦୁର୍ଘଟଣା: ଘଟଣାସ୍ଥଳରେ ଉତ୍ତେଜନା, ୪ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ, ୨/୧: ଆଜି ସକାଳେ ପୁରୀ ବଡଦାଣ୍ଡ ବଳଗଣ୍ଡି ଛକରେ ଘଟିଥିବା ଦୁର୍ଘଟଣାରେ ପ୍ରାଣ ହରାଇଥିବା ୫ବର୍ଷର ନାବାଳକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କରାଯାଇଛି । ୪ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବୋଲେରୋ ଓ ସ୍କୁଟି ଧକ୍କାରେ ଜଣେ ନିଷ୍ପାପ ଶିଶୁଙ୍କ ଦେହାନ୍ତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ମୃତକଙ୍କ ପରିବାର ଲୋକେ ଓ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିବା ସହ ମେଡିକାଲରେ ଅବ୍ୟବସ୍ଥା […]

ସଂପୂର୍ଣ୍ଣ ପଢନ୍ତୁ

ଆଦିବାସୀ ବସ୍ତିରେ ଶୀତବସ୍ତ୍ର ବାଣ୍ଟିଲେ ସମାଜସେବୀ

ମାହାଙ୍ଗା, ୧/୧ : ନୂଆବର୍ଷକୁ ବିଭିନ୍ନ ଢଙ୍ଗରେ ଲୋକେ ପାଳନ କରୁଥିବା ବେଳେ, ଭୋଜି ଭାତ ନାଚ ଗୀତ ଏବଂ ସଭା ସମାବେଶ ଠାରୁ ଦୂରରେ ରହି ସମାଜର ସବୁଠାରୁ ତଳ ସ୍ତରରେ ରହୁଥିବା ଆଦିମ ଜନଜାତିର ଲୋକମାନଙ୍କୁ ଭେଟି ସେମାନଙ୍କ ସହିତ ନୂଆବର୍ଷ ପାଳନ କରିଥିଲେ ସଚେତନ ଯୁବକ ମାନେ l ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତର ବିଭିନ୍ନ ଆଦିବାସୀ ବସ୍ତିରେ ଦୀର୍ଘ ୬ ଦଶନ୍ଧିରୁ ଉର୍ଦ୍ଧ୍ଵ ସମୟ ଧରି ଖୋଲା ଆକାଶ ତଳେ ଝାଟିମାଟି […]

ସଂପୂର୍ଣ୍ଣ ପଢନ୍ତୁ

ନୂଆବର୍ଷ ରେ ଝଙ୍କଡ଼ ସାରଳାପୀଠରେ ଲକ୍ଷାଧିକ ଭକ୍ତସମାଗମ

ଝଙ୍କଡ଼, ୧/୧: ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠରେ ନବବର୍ଷ 2026 ଉପଲକ୍ଷେ ଲକ୍ଷାଧିକ ଜନସମାଗମ ଦେଖିବାକୁ ମିଳିଥିଲା l ଯଦିବା ପ୍ରାତଃ ସମୟରେ ଘନକୁହୁଡି ଯୋଗୁଁ ଯାତ୍ରୀ ସଂଖ୍ୟା ହ୍ରାସ ପାଇଥିଲା ମାତ୍ର ଠିକ ଦିନ 10 ଟାରୁ ତିନିଗୋଟି ମୁଖ୍ୟପ୍ରବେଶ ପଥରେ ନାହିଁନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା l ପ୍ରବଳ ଜନସମାଗମ କୁ ଦୃଷ୍ଟିରେ ରଖି ପ୍ରାୟ ଅଧକିଲୋମିଟର ପୂର୍ବରୁ ରାସ୍ତାଗୁଡିକୁ ଶୀଲ କରାଯାଇ, ଯାନବାହାନ ଗୁଡିକ ପାର୍କିଂସ୍ଥାନରେ ରଖାଯିବାର ବ୍ୟବସ୍ଥା କରାଯାଇଥିଲା l ସେଠାରୁ ଚାଲିଚାଲି […]

ସଂପୂର୍ଣ୍ଣ ପଢନ୍ତୁ

ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କ ଘରୁ ମିଳିଲା ନଗଦ ୭୨ ଲକ୍ଷ

ବାରଙ୍ଗ, ୩୧/୧୨: ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି କଟକ ଜିଲ୍ଲା ବାରଙ୍ଗର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡା। ଶ୍ରୀ ପଣ୍ଡାଙ୍କର ସଂପତ୍ତି ଭିଜିଲାନ୍‌ସକୁ ଚକିତ କରିଛି। ବର୍ତ୍ତମାନ ସୁଦ୍ଧା ଠାବ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଆହୁରି ତିନୋଟି ବ୍ୟାଙ୍କ ଲକର୍ ଏଯାଏଁ ଖୋଲାଯାଇ ନାହିଁ। ଭିଜିଲାନ୍ସ ଟିମ୍ କଟକ, ଭୁୁବନେଶ୍ବର, ଖୋର୍ଦ୍ଧାରେ ଚଢ଼ଉ ଜାରି ରଖିଛି। ଶ୍ରୀ ପଣ୍ଡାଙ୍କୁ ଧରିବାକୁ ଭିଜିଲାନ୍ସର ୪ଟି ଟିମ୍ ଗଠନ ହୋଇଥିଲା। […]

ସଂପୂର୍ଣ୍ଣ ପଢନ୍ତୁ

ଧନୁଯାତ୍ରା ସାମାଜିକ ଜୀବନରେ ଆଧ୍ୟାତ୍ମିକତାର ନିଦର୍ଶନ: ମୁଖ୍ୟମନ୍ତ୍ରୀ

ମଥୁରାନଗରୀ, ୩୧/୧୨: ବରଗଡ଼ ମୁକ୍ତାକାଶ ଧନୁଯାତ୍ରା ମହୋତ୍ସବ ସବୁଠୁ ଅନନ୍ୟ। ଧନୁଯାତ୍ରା ସମୟରେ ବରଗଡ଼ ପାଲଟିଯାଏ ମଥୁରାନଗରୀ। ଜୀରା ପାଲଟିଯାଏ ଯମୁନା। ସମଗ୍ର ବରଗଡ଼ବାସୀ କୃଷ୍ଣ ପ୍ରେମରେ ହଜିଯାଆନ୍ତି। ମହାରାଜ କଂସଙ୍କ ପ୍ରଜା ବି ସମସ୍ତେ ହୁଅନ୍ତି। ଦ୍ୱାପର ଯୁଗ ନାହିଁ, କିନ୍ତୁ ବରଗଡ଼ ସହରରେ ମଥୁରା, ଗୋପପୁର, ଯମୁନା ସବୁ ଅଛି। ୧୧ ଦିନ ଧରି ହେଉଥିବା ଏ ଧନୁଯାତ୍ରା ସାମାଜିକ ଜୀବନରେ ଆଧ୍ୟାତ୍ମିକତାର ନିଦର୍ଶନ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବିଶ୍ୱପ୍ରସିଦ୍ଧ […]

ସଂପୂର୍ଣ୍ଣ ପଢନ୍ତୁ

ପୁରୀ ପୌରପାଳିକା ହେଲା ପୁରୀ ମହାନଗର ନିଗମ

ଭୁବନେଶ୍ୱର, ୩୧/୧୨: ଆଜିଠାରୁ ପୁରୀ ପୌରପାଳିକା ମହାନଗର ନିଗମରେ ପରିଣତ ହୋଇଛି । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ସମ୍ପର୍କିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ଭାରତ ବର୍ଷର ଏକ ପ୍ରସିଦ୍ଧ ତୀର୍ଥସ୍ଥଳୀ ହେଉଛି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଧାମ ପୁରୀ । ଏଠାରେ ପ୍ରତିଦିନ ଦେଶବିଦେଶର ହଜାର ହଜାର ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ । ପୁରୀବାସିନ୍ଦା, ଭକ୍ତ ଓ […]

ସଂପୂର୍ଣ୍ଣ ପଢନ୍ତୁ

ନୂଆବର୍ଷ ପାଇଁ ଝଙ୍କଡ଼ ସାରଳା ପୀଠ ରେ, ହୋଇପାରିଲାନି ଧାଡିଦର୍ଶନ ର ବ୍ୟବସ୍ଥା

ଝଙ୍କଡ଼, ୩୧/୧୨: ବିଗତ ୩ଦଶନ୍ଧି ଧରି, ହିନ୍ଦୁନବବର୍ଷ ମହାବିଷୁବ ପଣାସଂକ୍ରାନ୍ତି ଝାମୁଯାତ୍ର ଠାରୁ ଦଶଗୁଣ ଅଧିକ ଜନସମାଗମ ଝଙ୍କଡ଼ ସାରଳାପୀଠରେ ଦେଖିବାକୁ ମିଳୁଛି l ମାତ୍ର ଏଠାରେ ବାରିକେଟ ଲଗାଯାଇ ଧାଡିଦର୍ଶନ ର ବ୍ୟବସ୍ଥା କରାଗଲେ, ଯାତ୍ରୀମାନେ ଶୃଙ୍ଖଳାରେ ଯାଇ ମାଆଙ୍କ ଦର୍ଶନ କରିପାରନ୍ତେ l ପ୍ରତିବର୍ଷ ମନ୍ଦିର ପ୍ରଶାସନ ପକ୍ଷରୁ ଆହୁତ ପ୍ରସ୍ତୁତିବୈଠକ ରେ ଏଥିନିମନ୍ତେ ପ୍ରସ୍ତାବ ଦିଆଯାଉଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଏହାକୁ କାର୍ଯ୍ୟରେ ପରିଣତ କରାଯାଉନାହଁ l ଯାହାଫଳରେ ଯାହାଫଳରେ ଯାତ୍ରୀମାନେ ପ୍ରବଳଭିଡ଼ ମଧ୍ୟରେ […]

ସଂପୂର୍ଣ୍ଣ ପଢନ୍ତୁ

ମାଞ୍ଜା ସୂତା ଲାଗି ୨ ଗୁରୁତର

କଟକ, ୩୧/୧୨: କଟକ ଜିଲା ୪୨ ମୌଜା ଥାନା ଅନ୍ତର୍ଗତ ବ୍ରହ୍ମପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ବାଇକରେ ପିଉସୀ ଓ ପୁତୁରା ଯାଉଥିବା ବେଳେ ମାଞ୍ଜା ଗୁଡ଼ି ସୂତା ଆସି ସେମାନଙ୍କ ବେକରେ ଗୁଡାଇ ହୋଇଯାଇଥିଲା। ଏଥିରେ ବାଇକ ଚାଳକ ତଥା ପୁତୁରା ଦେବୀ କଲ୍ୟାଣ ଆଚାର୍ଯ୍ୟ(୩୦) ଗୁରୁତର ଭାବେ ଆହତ ହୋଇଥିବା ବେଳେ ପିଉସୀ ଆଶଲତା ଆଚାର୍ଯ୍ୟ ସାମାନ୍ୟ ଆହତ ହୋଇଥିଲେ। ପ୍ରଥମେ ଉଭୟଙ୍କୁ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପିଉସୀଙ୍କୁୁ ପ୍ରାଥମିକ […]

ସଂପୂର୍ଣ୍ଣ ପଢନ୍ତୁ

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ

ବରଗଡ଼, ୩୦/୧୨: ବରଗଡ଼ ଧନୁଯାତ୍ରା ଦେଖିବା ପାଇଁ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ବରଗଡ଼ର ବିକାଶ ପଡ଼ିଆରେ ଓହ୍ଲାଇଥିଲେ। ସେଠାରୁ ସେ ରାଜଦରବାର ଯାଇଥିଲେ। ମୁଖ୍ୟମନ୍ତ୍ରୀ ରାଜ ଅତିଥି ଭାବେ ହାତୀ ଉପରେ ବସି ରଙ୍ଗମହଲରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସଂପୂର୍ଣ୍ଣ ପଢନ୍ତୁ