ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ

ଭଦ୍ରକ, ୨୪/୧୨ : ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଆଜି ମୁଖ୍ୟ ଅଭିଯୁକ୍ତର ଘର ଭାଙ୍ଗିଛନ୍ତି ଉତ୍ତ୍ୟକ୍ତ ​‌ଲୋକେ। ପୀଡିତାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବାରୁ ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ଘଟିଥିବା ସ୍ଥାନରେ ପ୍ରଶାସନ ପକ୍ଷରୁ ଜେସିବି ଲଗାଇ ଜବରଦଖଲ ଉଚ୍ଛେଦ କରାଯାଉଛି। ସେପଟେ ଆଜି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବାବେଳେ ଅନ୍ୟ ୪ ଜଣଙ୍କୁ ସନ୍ଦେହରେ ଅଟକ ରଖାଯାଇଛି। ଘଟଣାସ୍ଥଳରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍‌ ପହଞ୍ଚି […]

ସଂପୂର୍ଣ୍ଣ ପଢନ୍ତୁ

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩/୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାରଙ୍କ ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ସମ୍ପର୍କରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ପ୍ରାୟ ୫ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ଟର୍ମିନାଲ୍ ଉତ୍ତର ଓଡ଼ିଶାର ଏକ ପ୍ରମୁଖ ପରିବହନ ହବ୍ ଭାବେ ଉଭା ହେବ।ଏଠାରେ ବିଶ୍ରାମ ଗୃହ, ପରିଷ୍କାର ଶୌଚାଳୟ, […]

ସଂପୂର୍ଣ୍ଣ ପଢନ୍ତୁ

ଶିଶୁ ବିଦ୍ୟାମନ୍ଦିର ବାର୍ଷିକ କ୍ରୀଡ଼ା ଉଦଘାଟିତ

କଟକ,୨୩/୧୨: କଟକ ସଦର ୪୨ ମୌଜା ଦଧିବାମନପୁର ଗ୍ରାମସ୍ଥ ଶ୍ରୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଷୋଡଶ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ୪୨ମୌଜା ବେଣ୍ଟକାର ଥାନା ଅଧିକାରୀ ଶ୍ରୀଯୁକ୍ତ ହେମନ୍ତ କୁମାର ସେଠୀ, ସମ୍ମାନୀତ ଅତିଥି ଆତ୍ମା ସଂଗଠନର ସଭାପତି ଶ୍ରୀଯୁକ୍ତ ରାମ ପ୍ରସାଦ ବିଶ୍ଵାଳ(ପୂର୍ବତନ ଅଧ୍ୟକ୍ଷ ରଘୁନାଥପୁର ବ୍ଲକ), ମୁଖ୍ୟବକ୍ତା ରୂପେ ସିନେ ଡାଇରେକ୍ଟର ଶ୍ରୀଯୁକ୍ତ ପ୍ରକାଶ ଆଚାର୍ଯ୍ୟ ଏବଂ ବରିଷ୍ଠ ସାମ୍ବାଦିକ ସାହିତ୍ୟିକ ତଥା […]

ସଂପୂର୍ଣ୍ଣ ପଢନ୍ତୁ

ଜନ୍ମମାଟିରେ ପଲ୍ଲୀକବିଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ମାହାଙ୍ଗା, ୨୨/୧୨: ଓଡ଼ିଆ ସାହିତ୍ୟର ଯଶସ୍ବୀ ସ୍ରଷ୍ଠା ପଲ୍ଲିକବି ନନ୍ଦକିଶୋର ବଳଙ୍କ ୧୫O ତମ ଜୟନ୍ତୀ କବିଙ୍କ ଜନ୍ମମାଟି କୁସୁପୁର ଠାରେ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବହୁ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ, ଗବେଷକ, କବି, ସାମ୍ବାଦିକ,ଏବଂ ସାରସ୍ୱତ ପ୍ରେମୀ ବ୍ୟକ୍ତିମାନେ ଯୋଗଦେଇ ପଲ୍ଲୀ ପ୍ରକୃତିର ସେହି କାଳଜୟୀ ସ୍ରଷ୍ଠା ସ୍ବର୍ଗତ ବଳଙ୍କ ଅନନ୍ୟ ସୃଷ୍ଟି ଉପରେ ଆଲୋକପାତ କରିଥିଲେ l ମାହାଙ୍ଗା ସାରସ୍ୱତ ସେବା ମଞ୍ଚ ସଭାପତି ଡକ୍ଟର ଭାବଗ୍ରାହୀ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ […]

ସଂପୂର୍ଣ୍ଣ ପଢନ୍ତୁ

କମିଶନରେଟ ପୋଲିସ ପକ୍ଷରୁ ୪୨ ମୌଜାରେ ରକ୍ତଦାନ ଶିବିର ଅନୁଷ୍ଠିତ

କଟକ ସଦର, ୨୨/୧୨: ବୟାଳିଶ ମୌଜା ଥାନା ଅଧିକାରୀ ହେମନ୍ତ କୁମାର ସେଠୀଙ୍କ ତତ୍ୱାବଧାନରେ କମିଶନରେଟ ପୋଲିସ ପକ୍ଷରୁ ଏକ ରକ୍ତଦାନ ଶିବିର ଇଣ୍ଡିଆନ ରେଡକ୍ରସ ସୋସାଇଟି ଆଞ୍ଚଳିକ ଶାଖା ସହଯୋଗରେ ବେଣ୍ଟକାର ସ୍ଥିତ ଏଡିଏମ ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ମାନୀୟ ଅତିଥି ଭାବେ କମିଶନରେଟ ପୋଲିସ ଏଡିସିପି ରଞ୍ଜିତ ପୃଷ୍ଟି ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ। ଏସିପି ଫୋର୍ ଶଶୀକାନ୍ତ ରାଉତ, ଏସିପି ସିକ୍ସ୍ ଅଶୋକ କୁମାର ଗିରି, ରିଜର୍ଭ୍ ଇନ୍ସପେକ୍ଟର ବିଭୁଦତ୍ତ […]

ସଂପୂର୍ଣ୍ଣ ପଢନ୍ତୁ

ସାରଳା ମନ୍ଦିରରେ ଅଣହିନ୍ଦୁ ପ୍ରବେଶ ଯୋଗୁଁ ବିଭ୍ରାଟ : ନିତିବିଳମ୍ବିତ

ଝଙ୍କଡ଼, ୨୨/୧୨ ପ୍ରସିଦ୍ଧ ଝଙ୍କଡ଼ ସାରଳା ମନ୍ଦିରରେ ଗତ ସୋମବାର ମଧ୍ୟାହ୍ନରେ ପୁରୀ କଣାସ ଅଞ୍ଚଳର ଜଣେ ହିନ୍ଦୁ ଯୁବକ ଓ କଟକ ଯୋବ୍ରା ର ସଂଖ୍ୟାଲଘୁ ସମ୍ପ୍ରଦାୟ ର ଯୁବତୀ ଭଲପାଇ ବିବାହ କରିବା ନିମନ୍ତେ ଆସିଥିଲେ l ଯଦିବା ମା ସାରଳା ଙ୍କ ମନ୍ଦିରର ସିଂହଦ୍ୱାର ଓ ଦକ୍ଷିଣଦ୍ୱାର ସମ୍ମୁଖରେ, ଅଣହିନ୍ଦୁମାନଙ୍କ ପ୍ରବେଶନିଷିଦ୍ଧ ବୋଲି ବିଜ୍ଞl ପନ ମରାଯାଇଛି ଓ ଡାକବାଜିଯନ୍ତ୍ର ରେ ବାରମ୍ବାର ଏହି ନିଷେଧl ଜ୍ଞ୍ୟା ବିଷୟରେ ଘୋଷଣା ମଧ୍ୟ କରାଯାଉଛି […]

ସଂପୂର୍ଣ୍ଣ ପଢନ୍ତୁ

ସଅଁରା ହାଇସ୍କୁଲ 1968 ବ୍ୟାତ ର ସହପାଠୀ ମିଳନ

ଝଙ୍କଡ଼, 22/12: ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ବ୍ଲକ ସଅଁରା ସରକାରୀ ଉଚ୍ଚବିଦ୍ୟାଳୟ ରେ 1960 ମସିହାରେ ସଅଁରା ମଧ୍ୟଇଂରାଜୀ ବିଦ୍ୟାଳୟ ରେ ଚତୁର୍ଥଶ୍ରେଣୀ ରୁ ବିଦ୍ୟାଅଧ୍ୟୟନ ଆରମ୍ଭ କରି, ନିକଟସ୍ଥ ନାଲିବର ହାଇସ୍କୁଲ ରେ 1968 ମସିହା ମାଟ୍ରିକପରୀକ୍ଷା ପର୍ଯ୍ୟନ୍ତ ଅଧ୍ୟୟନ କରିଥିବା, ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଏକ ଅପୂର୍ବ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ବନ୍ଧୁମାନେ ଦୀର୍ଘ 75 ବର୍ଷ ଅତିକ୍ରାନ୍ତ କରିଥିଲେ ମଧ୍ୟ ନିଜନିଜର ଅନୁଭୂତି ଓ […]

ସଂପୂର୍ଣ୍ଣ ପଢନ୍ତୁ

ରାମଦାସ ମହାରାଜଙ୍କ ସମାଧି ପ୍ରତିଷ୍ଠା ଦିବସ ! କିଣା ପଡିଆ ମଠ ଉତ୍ସବ ମୁଖର

ମାହାଙ୍ଗା, ୨୨/୧୨: ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁହୁଣ୍ଡା ପଞ୍ଚାୟତ କିଣା ପଡିଆ ରାମ ବାବାଙ୍କ ଆଶ୍ରମରେ ବାବାଜୀ ରାମଚନ୍ଦ୍ର ଦାସଙ୍କ ନବମ ବାର୍ଷିକ ସ୍ମୁତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବାବାଜୀ ରାମଚନ୍ଦ୍ର ଦାସ ମହାରାଜ ଜଣେ ନିଷ୍କାମ ପୁରୁଷ ଥିଲେ l ଆତ୍ମ ପରମାତ୍ମା,ପିଣ୍ଡ ବ୍ରହ୍ମାଣ୍ଡ ଶୂନ୍ୟବାଦ, ଯୋଗ ଧ୍ୟାନ ଧାରଣା ସମ୍ପର୍କରେ ଏହି ସାଧୁ ଲୋକମାନଙ୍କୁ ସଚେତନ କରାଉଥିଲେ l ବାବାଙ୍କ ଉଦ୍ୟମ ଯୋଗୁଁ ଆଶ୍ରମ ଭିତରେ ବ୍ୟାପକ ବୃକ୍ଷ ରୋପଣ, ସତସଙ୍ଗ […]

ସଂପୂର୍ଣ୍ଣ ପଢନ୍ତୁ

ସାଇବର୍‌ ଠକେଇ ନେଟ୍‌ୱର୍କ: ଦିଲ୍ଲୀରୁ ଗଞ୍ଜାମ ପର୍ଯ୍ୟନ୍ତ ଲମ୍ବିଛି

ଛତ୍ରପୁର, ୨୨/୧୨: ଦିଲ୍ଲୀରୁଗଞ୍ଜାମଜିଲ୍ଲା ପର୍ଯ୍ୟନ୍ତ ଲମ୍ବିଥିଲା ସାଇବର୍‌ ଠକେଇର ଏକ ବଡ଼ ଧରଣର ନେଟ୍‌ୱର୍କ। ଦିଲ୍ଲୀରୁ ମାଷ୍ଟରମାଇଣ୍ଡ୍‌ ରଜତ ଶର୍ମା ନାମକ ଜଣେ ବ୍ୟକ୍ତି ଏହି ନେଟ୍‌ୱର୍କକୁ ଚଳାଇଥିବା ବେଳେ ଏଥିପାଇଁ ମୁଖ୍ୟ ଏଜେଣ୍ଟ୍‌କୁ ବି ନିଯୁକ୍ତି ଦେଇଥିଲା। ମଧ୍ୟସ୍ଥିଙ୍କ ମାଧ୍ୟମରେ ବ୍ୟାଙ୍କ୍‌ରେ ଜମାଖାତା ଖୋଲାଯାଉଥିଲା। ଏହାପରେ ମାଷ୍ଟରମାଇଣ୍ଡ୍‌ ରଜତ ଉକ୍ତ ଜମାଖାତାଗୁଡ଼ିକୁ ବିଭିନ୍ନ ପ୍ରକାର ଅନଲାଇନ୍‌ ଗେମ୍‌ ଓ ଠକେଇରେ ବ୍ୟବହାର କରି ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲା। ଦୁଇବର୍ଷ ଧରି ଚାଲିଥିବା ଏହି ନେଟ୍‌ୱର୍କକୁ […]

ସଂପୂର୍ଣ୍ଣ ପଢନ୍ତୁ

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ

ସୁନ୍ଦରଗଡ, ୨୨/୧୨ : ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ସିଭିଲ୍ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ ରବିନ୍ଦ୍ର କୁମାର ବାରିକଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି। ବାଲେଶ୍ଵର ଚୂନ ଭାଟି ନିକଟରେ ଥିବା ସାଇ ଗାର୍ଡେନ, ଗୋପାଳ ଗାଁରେ ଥିବା ଆବାସିକ ୩ ମହଲା କୋଠା, ତିନି ମହଲା ମାର୍କେଟ କମ୍ପ୍ଲେକ୍ସ ଏବଂ ଜିମ୍, କଲ୍ୟାଣ ମଣ୍ଡପ, ସୁନ୍ଦରଗଡ଼ରେ ଥିବା ତାଙ୍କ କାର୍ଯ୍ୟାଳୟ ଏବଂ ଭଡା ଘରେ ବିଭାଗ ରେଡ୍ କରୁଛି। ୩ […]

ସଂପୂର୍ଣ୍ଣ ପଢନ୍ତୁ