ବଜ୍ରପାତରେ ଲିଙ୍ଗରାଜ ମନ୍ଦିରର ପତାକା ପୋଡ଼ିଗଲା, ତଦାରଖ କରୁଛି ଏଏସଆଇ ଟିମ୍‌

ଭୁବନେଶ୍ବର: ବଜ୍ରପାତରେ ଲିଙ୍ଗରାଜ ମନ୍ଦିରର ପତାକା ପୋଡ଼ି ଯାଇଛି। ଏହା ସହିତ ସିସି ଟିଭି ଜଳି ଯାଇଛି। ଗର୍ଭଗୃହ ଭିତରେ ବଲବ୍ ଫାଟି କାଚ ଗୁଣ୍ଡ ପଡ଼ିଛି। ଅନେକ ସେବାୟତ ଓ ଶ୍ରଦ୍ଧାଳୁଙ୍କୁ ବିଦ୍ୟୁତ ଆଘାତ ଲାଗିଥିବା ସେମାନେ କହିଛନ୍ତି। ଗତକାଲି ବର୍ଷା ଓ ବଜ୍ରପାତ ପ୍ରଭାବରେ ଏଭଳି ଘଟଣା ଘଟିଥିବା ସେବାୟତମାନେ କହିଛନ୍ତି । ବଜ୍ରପାତରେ ୪୦ଟି ସିସିଟିଭି ଫାଟି ଯାଇଥିବା ସୂଚନା ମିଳିଛି। କେବଳ ସିସିଟିଭି ନୁହେଁ ଗର୍ଭଗୃହର ମରକ୍ୟୁରୀ ବଲବ୍ ପୋଡି ଯାଇଛି। […]

ସଂପୂର୍ଣ୍ଣ ପଢନ୍ତୁ

ଠେଙ୍ଗାରେ ପିଟି ପିଟି ବୃଦ୍ଧାଙ୍କୁ ହତ୍ୟା

ସୋରଡ଼ା, ୯/୧୦ : ଗଞ୍ଜାମ ଜିଲା ସୋରଡ଼ା ଥାନା ଗୋଛା ପଞ୍ଚାୟତ ସର୍ଗଦାର ଗ୍ରାମ ନିକଟରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଠେଙ୍ଗାରେ ପିଟି ପିଟି ବୃଦ୍ଧାଙ୍କ ହତ୍ୟା କରିଛନ୍ତି ଦୁବୃର୍ତ୍ତ । ମୃତକ ଜଣକ ସିଙ୍ଗପୁର ଗ୍ରାମର ଶିଶିର ମୁନି ବୟସ ୫୫ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ କହିବା ପ୍ରକାରେ ମୃତକ ବୃଦ୍ଧା ଜଣକ ଭିକ୍ଷାବୃତ୍ତି କରୁଥିଲେ । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତି ସମୟରେ କିଛି ଦୁବୃର୍ତ୍ତ ଭିକାରୀ ଜଣଙ୍କୁ ଠେଙ୍ଗାରେ […]

ସଂପୂର୍ଣ୍ଣ ପଢନ୍ତୁ

ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର, ୯/୧୦: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ ଅସବରରେ ବିଧାନସଭର ପରିସରରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ, ସରକାରୀ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ପୂର୍ବତନ ବିଧାୟକ ତଥା ଲୋକସେବକ ମଣ୍ଡଳର ସର୍ବଭାରତୀୟ ସମ୍ପାଦକ ରାଜେନ୍ଦ୍ର କୁମାର ଜେନା ପ୍ରମୁଖ ଉପସ୍ଥିତ ରହି […]

ସଂପୂର୍ଣ୍ଣ ପଢନ୍ତୁ

ମହିୟସୀ ମହିଳା ମିନାକ୍ଷୀ ପାତ୍ର ଙ୍କ ଦ୍ୱିତୀୟ ବାର୍ଷିକ ଶ୍ରାଦ୍ଧୋତ୍ସବ

ଝଙ୍କଡ଼ : ୮/୧୦: ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ମଣ୍ଡଳର ମହିୟସୀ ମହିଳା ତଥା ଧର୍ମ ପ୍ରାଣ l , ଆଦର୍ଶ ଗୃହିଣୀ ଓ କଟକ ନିୟୁଲାଇଫ ର ପରିଚାଳନା ନିର୍ଦ୍ଦେଶକ, ସମାଜସେବୀ କ୍ଷିତୀଶ ଚନ୍ଦ୍ର ପାତ୍ର ଙ୍କ ଧର୍ମପତ୍ନୀ ମିନାକ୍ଷୀ ପାତ୍ର ଙ୍କ ଦ୍ୱିତୀୟ ବାର୍ଷିକ ଶ୍ରାଦ୍ଧୋତ୍ସବ ଗତ ବୁଧବାର ଦିନ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ମହାମନ୍ତ୍ର ନାମ ସଙ୍କୀର୍ତ୍ତନ ପରେ ପରେ, ସ୍ମୃତି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ପ୍ରଫେସର ଡଃ ମନୋରଞ୍ଜନ ପଟ୍ଟନାୟକ , […]

ସଂପୂର୍ଣ୍ଣ ପଢନ୍ତୁ

ସଡଙ୍ଗବାହାଳି ଜଙ୍ଗଲରେ ୪ ଦନ୍ତା ହାତୀ ଠାବ

ପାଟଣା, ୮/୧୦: ପାଟଣା ବନାଞ୍ଚଳ ଅନ୍ତର୍ଗତ ସଡଙ୍ଗବାହାଳି ଜଙ୍ଗଲରେ ୪ ଟି ଦନ୍ତା ହାତୀଙ୍କୁ ଠାବ କରାଯାଇଛି। ଏହି ଦନ୍ତା ଡାଳପକା ରୁ ବୈତରଣୀ ପାର ହୋଇ ଏରେଣ୍ଡେଇ , ବେଗୁନାଖମଣ, କୁମୁଳାବାହାଳି ,ଚିନାମାଳିପଶି ହୋଇ ସକାଳୁ ସକାଳୁ ସଡଙ୍ଗବାହାଳି ରେ ପହଞ୍ଚିଛନ୍ତି । ଦୀର୍ଘ ରାସ୍ତା ଅତିକ୍ରମ ସମୟରେ କେବଳ ଧାନ ଫସଲ ଛଡା ସେମାନେ ଅନ୍ୟ କିଛି କ୍ଷତି କରି ନାହାନ୍ତି। ତେବେ ପାଖ ଜଙ୍ଗଲରେ ଏହି ହାତୀ ପଲ ଥିବାରୁ ଆଜି ଡୁମୁରିଆ […]

ସଂପୂର୍ଣ୍ଣ ପଢନ୍ତୁ

ବାଲିଯାତ୍ରା ଗ୍ରାଉଣ୍ଡକୁ ନୋ ଡ୍ରୋନ୍ ଜୋନ୍ ଘୋଷଣା

କଟକ, ୮/୧୦ : ଚଳିତବର୍ଷ ନଭେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ କଟକର ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହେବ। ଏଥର କଟକ ବାଲିଯାତ୍ରା ଗ୍ରାଉଣ୍ଡକୁ ନୋ ଡ୍ରୋନ୍ ଜୋନ୍ ଘୋଷଣା କରାଯାଇଛି। ଏ ନେଇ କଟକ ଜିଲ୍ଲାପାଳ ନିର୍ଦେଶାନାମା ଜାରି କରିଛନ୍ତି। ନଭେମ୍ବର ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି କଟକଣା ରହିବ। ଏହି ସମୟ ମଧ୍ୟରେ ପଡିଆକୁ ନୋ ଡ୍ରୋନ୍ ଜୋନ୍ ଘୋଷଣା କରାଯାଇଛି। ବାଲିଯାତ୍ରା ପଡିଆର ୫ କିଲୋମିଟର ପରିଧି ପାଇଁ କଟକଣା ଜାରି […]

ସଂପୂର୍ଣ୍ଣ ପଢନ୍ତୁ

ବାପାକୁ ମାରି ପୋତିଦେଲା ପୁଅ

ଦେବଗଡ, ୮/୧୦: ପରେ ବାପାଙ୍କୁ ମାଟିରେ ପୋତିଦେଲା ପୁଅ। ବାରକୋଟ ଥାନା ଔତଳ ଗାଁରେ ନିର୍ମମ ହତ୍ୟାକାଣ୍ଡ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ବୁଧବାର ସକାଳେ ପୁଅ ହୃଦାନନ୍ଦ ବେହେରା ଘରେ ଥିବା ଏକ ମେଣ୍ଢା କୁ ବିକ୍ରି ପାଇଁ ଜିଦ ଧରିଥିଲା। ମାତ୍ର ବାପା ବଳଭଦ୍ର ବେହେରା (୬୨) ଏହାକୁ ବିରୋଧ କରିବାରୁ ପୁଅ ହୃଦାନନ୍ଦ ଉତକ୍ଷିପ୍ତ ହୋଇ ଏକ ଟାଙ୍ଗିଆରେ ବାପାକୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ବାପାର ମୃତ୍ୟୁ […]

ସଂପୂର୍ଣ୍ଣ ପଢନ୍ତୁ

ଭିଜିଲାନ୍ସ ଜାଲରେ ଓଏସ

କଟକ, ୮/୧୦: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଗଞ୍ଜାମ ବେଲଗୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଜଣେ କର୍ମଚାରୀଙ୍କ ରିଲିଜ୍ ଅର୍ଡର ଓ ଏରିୟର କରାଇଦେବାକୁ କହି ତାଙ୍କ ତଳିଆ କର୍ମଚାରୀଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଆଉ କିଛି ଉପାୟ ନପାଇ କର୍ମଚାରୀ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । କର୍ମଚାରୀଙ୍କଠାରୁ ବାଲିପଦର ବସ୍‌ ଷ୍ଟପ୍ ଠାରେ ୨୫ ହଜାର ଟଙ୍କା […]

ସଂପୂର୍ଣ୍ଣ ପଢନ୍ତୁ

ବାଙ୍କୀ ମହୋତ୍ସବ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ବାଙ୍କୀ, ୮/୧୦: ବାଙ୍କୀ କଚେରି ପଡ଼ିଆଠାରେ ଆୟୋଜିତ ବାଙ୍କୀ ମହୋତ୍ସବ-୨୦୨୫କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିଛନ୍ତି। ବାଙ୍କୀର ଐତିହ୍ୟ ଓ ଇତିହାସ ସଂପର୍କରେ ଅବତାରଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱାଧୀନତା ଆନ୍ଦୋଳନଠାରୁ ସମବାୟ ଆନ୍ଦୋଳନ ଯାଏଁ ବାଙ୍କୀର ଅବଦାନ ଓଡ଼ିଶାରେ ଅନନ୍ୟ ଉଦାହରଣ ସୃଷ୍ଟି କରିଛି । ଏ ମାଟିର ଅନେକ ସୁଯୋଗ୍ୟ ସନ୍ତାନମାନେ ସମାଜ ସଂସ୍କାର, କଳା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ନିଜର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି। ଗୌରବାଜ୍ୱଳ ଅତୀତ […]

ସଂପୂର୍ଣ୍ଣ ପଢନ୍ତୁ

ହବିଷ୍ୟାଳି ମା’ମାନଙ୍କ ବ୍ରତର ପୁଣ୍ୟ ସମଗ୍ର ଓଡ଼ିଆ ଜାତି ଭୋଗ କରିବ: ଆଇନ ମନ୍ତ୍ରୀ

ପୁରୀ, ୮/୧୦: ମହାପ୍ରଭୁ ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ। ମହାପ୍ରଭୁଙ୍କ ନିକଟରେ ମା’ମାନେ ରହି ବ୍ରତ ପାଳନ କରି ନିଜ ପରିବାରର ମଙ୍ଗଳ କାମନା କରିବେ ସତ, କିନ୍ତୁ ଏହି ପୁଣ୍ୟର ଫଳ ଓଡ଼ିଆ ଜାତି ଭୋଗ କରିବ। ହବିଷ୍ୟାଳି କାର୍ତ୍ତିକ ବ୍ରତ କାର୍ଯ୍ୟକ୍ରମର ଉଦ୍‌ଘାଟନ ପର୍ବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହା କହିଛନ୍ତି। ବୃନ୍ଦାବତୀ ନିବାସରେ ଅନୁଷ୍ଠିତ ଉଦ୍‌ଘାଟନୀ ପର୍ବରେ ଶ୍ରୀ ହରିଚନ୍ଦନ ବକ୍ତବ୍ୟ ରଖି […]

ସଂପୂର୍ଣ୍ଣ ପଢନ୍ତୁ