ମୁଖ୍ୟମନ୍ତ୍ରୀ ମକା ମିଶନ ଯୋଜନାର ରାଜ୍ୟସ୍ତରୀୟ ପରାମର୍ଶ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ଵର,୨୬/୯: ମୁଖ୍ୟମନ୍ତ୍ରୀ ମକା ମିଶନ (MMM) ଅଧୀନରେ ପ୍ରଥମ “ରାଜ୍ୟସ୍ତରୀୟ ପରାମର୍ଶ କର୍ମଶାଳା” ଆଜି କୃଷି ଭବନ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏହି କର୍ମଶାଳାକୁ ଉଦ୍ଘାଟନ କରିଥିଲେ । ଉଦ୍ଘାଟନୀ ଅଧିବେଶନରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ଼ ପ୍ରଭାତ କୁମାର ରାଉଳ, ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଚକ୍ରବର୍ତୀ ସିଂହ ରାଠୋର ଓ ମିଶନ ଶକ୍ତିର […]

ସଂପୂର୍ଣ୍ଣ ପଢନ୍ତୁ

ବସ ଟ୍ରକ ମଧ୍ୟରେ ଭୟଙ୍କର ଦୁର୍ଘଟଣା, ୩ ମହିଳା, କଣ୍ଡକ୍ଟର ସମେତ ୫ ମୃତ

କୋଇଡା,୨୬/୯: ପାର୍ବଣ ଋତୁରେ ସାରା ଓଡ଼ିଶା ଚଳ ଚଞ୍ଚଳ ଆଉ ହାତଗଣତି କେତୋଟି ଦିନ ଅଛି ମା’ ଙ୍କ ଦୁର୍ଗତି ନାଶିନୀ ପୂଜା । ସମସ୍ତେ ଏବେ ଘର ମୁହାଁ ଓ ବଜାର ମୁହାଁ । ଏହି ଅବସରରେ ଆଜି ଗୁରୁବାର ଦିନ ପୂର୍ଵାହ୍ନ ୧୦ ଟା ପାଖାପାଖି ସମୟରେ ରାଉରକେଲାରୁ କୋଇଡା ଆସୁଥିବା ଏକ ଘରୋଇ ବସ ଲିଙ୍ଗରାଜ ସହ ଏକ ଲୁହାପଥର ବୋଝେଇ ଟ୍ରକର କେ ବଲାଙ୍ଗ ଥାନା ନିକଟଵର୍ତି କେ ବଲାଙ୍ଗ ଜାତୀୟ […]

ସଂପୂର୍ଣ୍ଣ ପଢନ୍ତୁ

ଧରା ପଡିଲା ଗଞ୍ଜେଇ ବ୍ୟବସାୟୀ , ଜବତ ହୋଇଛି ଅଧ-ଲକ୍ଷ ଟଙ୍କାର ଗଞ୍ଜେଇ

ଖୋର୍ଦ୍ଧା,୨୬/୯: ଧରା ପଡିଲା ଗଞ୍ଜେଇ ବ୍ୟବସାୟୀ , ଜବତ ହୋଇଛି ଅଧ-ଲକ୍ଷ ଟଙ୍କାର ଗଞ୍ଜେଇ, ଛୁପାରୁସ୍ତମ ଭାବେ କରୁଥିଲେ ଗଞ୍ଜେଇ ବ୍ୟବସାୟ । ଛଦ୍ମ ବେଶରେ ଗଲେ ଗଞ୍ଜେଇ ବେପାରୀ ଧରିଲେ ଟାଙ୍ଗୀ ଅବକାରୀ ବିଭାଗର ଅଧିକାରୀ । ଜବତ ହୋଇଛି ଅଧ-ଲକ୍ଷ ଟଙ୍କାର ଗଞ୍ଜେଇ । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ଝରିଆ ଗାଁରୁ ଜବତ ହୋଇଛି ଗଞ୍ଜେଇ , ଗିରଫ ହୋଇଛନ୍ତି ଗଞ୍ଜେଇ ବେପାରୀ କିଶୋର ପ୍ରଧାନ ।ଅବକାରୀ କର୍ମଚାରୀଙ୍କୁ ଗଞ୍ଜେଇ ବିକ୍ରୀବେଳେ ଧରାପଡିଲା […]

ସଂପୂର୍ଣ୍ଣ ପଢନ୍ତୁ

ଟ୍ରକରୁ ୬୧୫ କିଲୋ ଗଂଜେଇ ଜବତ, ୨ ଜଣ ଗିରଫ

ମାଲକାନଗିରି, ୨୫/୯: ସଦର ପୁଲିସକୁ ବଡ଼ ସଫଳତା ମିଳିଛି। ପାଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ଟ୍ରକରୁ ୬୧୫ କିଲୋ ଗଂଜେଇ ଜବତ କରିବା ସହ ୨ ଜଣ ଗଂଜେଇ ଚାଲାଣକାରୀକୁ ଗିରଫ କରିଛି କୋରକୋଣ୍ଡା ପୁଲିସ। ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ରାତିରେ କୋରକୋଣ୍ଡା ସଦର ଆଇଆଇସି ହିମାଂଶୁ ବାରିକଙ୍କ ନେତୃତ୍ବରେ ଏକ ଟିମ ତାର୍ଲାକୋଟା ଛକ ନିକଟରେ ପେଟ୍ରୋଲିଂ କରୁଥିଲେ। ଚିତ୍ରକୋଣ୍ଡା ପଡରୁ ଆସୁଥିବା ଟାଟା ୧୧୦୯ ଟ୍ରକୁ ଅଟକାଇ ଯାଞ୍ଚ କରୁଥିବା ବେଳେ […]

ସଂପୂର୍ଣ୍ଣ ପଢନ୍ତୁ

ମହାରାଜା ଏକ୍ସପ୍ରେସ୍‌’ରେ ଆଜି ବୃନ୍ଦାବନ ପହଞ୍ଚିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫/୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଭାରତୀୟ ରେଳବାଇ ବିଶ୍ବର ସବୁଠାରୁ ବିଳାସପୂର୍ଣ୍ଣ ଟ୍ରେନ୍‌ ‘ଦି ମହାରାଜା ଏକ୍ସପ୍ରେସ୍‌’ରେ ଯାତ୍ରା କରିବା ବ୍ୟବସ୍ଥା କରିଛି। ଗୁରୁବାର ସକାଳେ ରାଷ୍ଟ୍ରପତି ମୁର୍ମୁ ଏହି ଟ୍ରେନ୍‌ରେ ନୂଆଦିଲ୍ଲୀର ସଫ୍‌ଦରଜଙ୍ଗ ରେଳ ଷ୍ଟେସନ୍‌ରୁ ମଥୁରା ନିକଟସ୍ଥ ବୃନ୍ଦାବନ ରୋଡ୍‌ ଷ୍ଟେସନକୁ ଯାତ୍ରା କରିବେ। ସଫ୍‌ଦରଜଙ୍ଗ ରେଳ ଷ୍ଟେସନ୍‌ରୁ ଟ୍ରେନ୍‌ ସକାଳ ୮ଟାରେ ଛାଡ଼ିବ ଏବଂ ଏହା ପୂର୍ବାହ୍ନ ୧୦ଟା ସୁଦ୍ଧା‌ ବୃନ୍ଦାବନ ରୋଡ୍‌ ଷ୍ଟେସନରେ ପହଞ୍ଚିବ। ଆଇଆର୍‌ସିଟିସି (ରେଲୱେ କାଟରିଂ ଆଣ୍ଡ […]

ସଂପୂର୍ଣ୍ଣ ପଢନ୍ତୁ

ଲାଞ୍ଚ ନେବା ବେଳେ ରାଜସ୍ୱ ନିରୀକ୍ଷକଙ୍କୁ ଧରିଲା ଭିଜିଲାନ୍ସ

ଧାମନଗର,୨୫/୯: ଭଦ୍ରକଜିଲ୍ଲା ଧାମନଗର ତହସିଲ ଅଧିନସ୍ଥ ରାଧାବଲ୍ଲଭପୁର ରାଜସ୍ୱ ନିରୀକ୍ଷକ କାର୍ଯ୍ୟଳୟରେ ଭଦ୍ରକ ଭିଜିଲାନ୍ସ ବିଭାଗ ପକ୍ଷରୁ ଲାଞ୍ଚ ନେବା ଅଭିଯୋଗରେ ଆର.ଆଇ ନଗେନ୍ଦ୍ର କୁମାର ଦାସଙ୍କୁ ଗିରଫ କରିଛି। ପ୍ରକାଶ ଥାଉକି ଧାମନଗର ତହସିଲ ଅଧିନ ରାଧାବଲ୍ଲଭପୁର ରାଜସ୍ୱ ନିରୀକ୍ଷକ ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ବ ହେବ ଭଣ୍ଡାରିପୋଖରୀ ତହସିଲରୁ ବଦଳି ହୋଇ କାର୍ଯ୍ୟ କରି ଆସୁଥିଲେ। ରାଜସ୍ୱ ନିରୀକ୍ଷକ ଶ୍ରୀ ଦାସ ଭଗବାନପୁର ପଞ୍ଚାୟତର ପଳିକିରୀ ଗ୍ରାମର ଦୟାନିଧି ମାଝୀଙ୍କ ଠାରୁ ଜମିଜମା ସମ୍ବନ୍ଧୀୟ […]

ସଂପୂର୍ଣ୍ଣ ପଢନ୍ତୁ

ବିରଜାଙ୍କ ପୀଠରେ ଶାରଦୀୟ ଦୁର୍ଗାତ୍ସୋବ

ଯାଜପୁର,୨୫/୯: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ନବରାତ୍ରୀ ପୂଜାର ଧୁମ। ଶାରଦୀୟ ଦୁର୍ଗ‌ାତ୍ସୋବ ଅବସରରେ ଗୋଟିଏ ପଟେ ସକାଳେ ମାଙ୍କ ପାଦ ସ୍ପର୍ଶ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ଓ ଅନ୍ୟ ପଟେ ଅପରାହ୍ନରେ ମାଙ୍କ ରଥଟାଣିବାକୁ ଭକ୍ତଙ୍କ ଆଗ୍ରହ ପୂରା ଅଞ୍ଚଳକୁ ଆଧ୍ୟାତ୍ମିକ ପରିବେଶ ଭିତରେ ହଜାଇ ଦେଇଛି। ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁଙ୍କ ଭିଡ ଭିତରେ ମାଙ୍କ ଦୁର୍ଗାତ୍ସୋବକୁ ସମସ୍ତେ ଉପଭୋଗ କରିବାକୁ ଧାଇଁ ଆସୁଛନ୍ତି। ମାଆଙ୍କ ଦୁର୍ଗାତ୍ସୋବର […]

ସଂପୂର୍ଣ୍ଣ ପଢନ୍ତୁ

ହନିଟ୍ରାପ୍‌ ରାକେଟ୍‌: ବନ୍ଧାହେଲେ ସାମ୍ବାଦିକ, ଖସିଗଲା ପୁଲିସ

ଯାଜପୁର,୨୫/୯: ବଡ଼ଚଣା ଥାନାରେ ବ୍ୟବସାୟୀଙ୍କୁ ବେଆଇନ ଭାବେ ଥାନାରେ ଅଟକ ରଖିବା ଘଟଣାରେ ହନିଟ୍ରାପ୍‌ ରାକେଟ୍‌ର ସମ୍ପୃକ୍ତି ରହିଥିଲା। ଗତକାଲି କଟକ ପୁଲିସ ଏହାର ପର୍ଦ୍ଦାଫାସ କରିବା ସହ ରାକେଟ୍‌ରେ ସାମିଲ ଥିବା ଶୁଭାଶିଷ ସାମନ୍ତରାୟ ନାମକ ଜଣେ ସାମ୍ବାଦିକ, ହିମାଂଶୁ ଶେଖର ଲେଙ୍କା ନାମକ ଜଣେ ଚା ଦୋକାନୀ ଓ ସେମାନଙ୍କ ସହଯୋଗୀ ଭାବେ ଇତିଶ୍ରୀ ମହାନ୍ତି ନାମକ ମହିଳାଙ୍କୁ ଗିରଫ କରିଛି। ଆଜି ମଧ୍ୟ ଘଟଣାର ଅନ୍ୟତମ ଅଭିଯୁକ୍ତ ଭାବେ ଆଉ ଜଣେ ସାମ୍ବାଦିକ […]

ସଂପୂର୍ଣ୍ଣ ପଢନ୍ତୁ

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର

ବ୍ରହ୍ମପୁର,୨୫/୯: ଏମ୍‌କେସିଜି ବଡ଼ଡାକ୍ତରଖାନାରେ ଅସ୍ତ୍ରୋପଚାର ପରେ ନୂଆ ଜୀବନ ପାଇଛନ୍ତି ଗଞ୍ଜାମଜିଲ୍ଲା ବଡ଼ଗଡ଼ ଅଞ୍ଚଳର ଶାନ୍ତି ମହାରଣା। ପିଏମ୍‌ଏସ୍‌ଏସ୍‌ୱାଇ କୋଠାରେ ନ୍ୟୁରୋସର୍ଜରି ବିଭାଗର ମୁଖ୍ୟ ଡା. ରବିନାରାୟଣ ପଣ୍ଡାଙ୍କ ନେତୃତ୍ବରେ ଏହି ବିରଳ ଅସ୍ତ୍ରୋପଚାର ଦ୍ବାରା ମସ୍ତିଷ୍କରୁ ବାହାର କରାଯାଇଛି ୨୦୦ଗ୍ରାମ ଓଜନର ଏକ ଟ୍ୟୁମର୍‌। ସୂଚନା ଅନୁଯାୟୀ, ଶାନ୍ତିଙ୍କ ଶରୀରରେ ରହିଥିବା ଏହି ଟ୍ୟୁମର କାରଣରୁ ସେ ଅନ୍ୟମାନଙ୍କୁ ଠିକ୍‌ ରୂପେ ଚିହ୍ନି ପାରୁନଥିଲେ। ଅନେକ ସମୟରେ ଶୁଣିବାରେ ସମସ୍ୟା ହେଉଥିଲା। ବିକୃତ ମସ୍ତିଷ୍କରେ ଆକ୍ରାନ୍ତ […]

ସଂପୂର୍ଣ୍ଣ ପଢନ୍ତୁ

ଯୌତୁକ ପାଇଁ ବଧୂ ହତ୍ୟା ମାମଲା: ସ୍ଵାମୀକୁ ଆଜୀବନ କାରାଦଣ୍ଡ

ଦେବଗଡ଼,୨୫/୯: ୨୦୧୮ରେ କୁଣ୍ଢେଇଗୋଳା ଥାନାଚଂଳର ସିଆରିମାଳିଆ ଗ୍ରାମରେ ଯୌତୁକ ପାଇଁ ବଧୂ ହତ୍ୟା ମାମଲାର ବିଚାର କରି ଆଜି ଜିଲ୍ଲା ତଥା ଦୌରାଜଜ ଦେବାଶିଷ ରାଉତ ଅଭିଯୁକ୍ତ ସ୍ୱାମୀ ଯୋଗେଶ୍ୱର ପ୍ରଧାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାର ବିଚାର କରି ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଜିଲ୍ଲା ଓ ଦୌରା ଜଜ୍ ଅଭିଯୁକ୍ତ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଏବଂ ୧୦ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦାୟେ ତାଙ୍କୁ ୬ ମାସ ସଶ୍ରମ କାରାଦଣ୍ଡରେ […]

ସଂପୂର୍ଣ୍ଣ ପଢନ୍ତୁ