କଟକ ଜିଲ୍ଲା କଂଗ୍ରେସ କମିଟି ର ସଭାପତି ହେଲେ ପ୍ରଦୀପ୍ତ ଦାସ ଓ ନଗର ସଭାପତି ହେଲେ ଗିରିଵାଳା ବେହେରା

କଟକ,୨୬/୯ :ପ୍ରଦେଶ କଂଗ୍ରେସ କମିଟି ତରଫରୁ ଶୁକ୍ରବାର ଜିଲ୍ଲା ସଭାପତି ମାନଙ୍କର ନାଁ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ, ନିଶ୍ଚିନ୍ତକୋଇଲି ବ୍ଲକ ତରତ ଶାସନ ପଞ୍ଚାୟତ ଦାମୋଦରପୁର ଗ୍ରାମର ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ୍ତ କୁମାର ଦାସ(ବୁଲୁ) ଙ୍କୁ କଟକ ଜିଲ୍ଲା କଂଗ୍ରେସ କମିଟି ର ସଭାପତି ଭାବେ ମନୋନୀତ କରାଯାଇଥିଵା ବେଳେ କଟକ ନଗର ଜିଲ୍ଲା ସଭାପତି ଭାବେ ବରିଷ୍ଠ କଂଗ୍ରେସ ନେତ୍ରୀ ଗିରିଵାଳା ବେହେରା ମନୋନୀତ ହୋଇଛନ୍ତି। ଦୀର୍ଘ ଦିନର […]

ସଂପୂର୍ଣ୍ଣ ପଢନ୍ତୁ

ଚାଷୀ ଙ୍କ ଦେହାନ୍ତ, ସରକାର ଙ୍କ ଦୃଷ୍ଟି ପଡୁ, ସହାୟତା ପ୍ରଦାନ ପାଇଁ ଦାବି

କଟକ,୨୪/୯: କଟକ ଜିଲ୍ଲା ଉସୁମା ଗ୍ରାମର ବାସିନ୍ଦା ହୁସିକେସ ସାହୁ ଦିନରେ ବିଲ ଭିତରୁ ପରିବା ତୋଲୁଥିଲେ। ଗତକାଲି ଘଡଘଡି ଶୁଣି ଘରକୁ ଫେରୁଥିଲେ ସେହି ସମୟରେ ଟଲିପଡି ଦେହାନ୍ତ ହୋଇଛନ୍ତି। ସେ ପରିବା ଚାଷୀ ହୋଇଥିବାରୁ ତାଙ୍କ ପରିବାର କୁ ରାଜ୍ୟ ସରକାର ତୁରନ୍ତ କ୍ଷତିପୂରଣ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଗୁରୁ ଚରଣ ସାହୁ, କମଳା କାନ୍ତ ସାହୁ, ପର୍ସୁ ରାମ ସାହୁ, ଅକ୍ଷୟ ସେନାପତି, ମକରା ମହାନ୍ତି, ଶମ୍ଭୁନାଥ ସାହୁ, ଦେବେନ୍ଦ୍ର ସାହୁ,ବିକ୍ରମ […]

ସଂପୂର୍ଣ୍ଣ ପଢନ୍ତୁ

ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ନୋଟ୍

କଟକ,୨୦/୯: ଆସନ୍ତା ୨୭ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବ୍ରହ୍ମପୁର ଗସ୍ତରେ ଆସିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୁତି ଭୁଷଣ ଜେନା ଏବଂ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ବ୍ରହ୍ମପୁର ଗସ୍ତ କରି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ବନ୍ଧରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଆଜି ପୂର୍ବାହ୍ନରେ ଡିଜିପି ବ୍ରହ୍ମପୁର […]

ସଂପୂର୍ଣ୍ଣ ପଢନ୍ତୁ

ବିଜେଡି ନେତା ଦିଲ୍ଲୀପ ନାୟକ ଗିରଫ, କଟକରୁ ଟେକିନେଲା ଇଓଡବ୍ଲ୍ୟୁ

କଟକ,୨୦/୯: ବିଜେଡି ନେତା ଦିଲ୍ଲୀପ କୁମାର ନାୟକଙ୍କୁ ଗିରଫ କରିଛି ଇଓଡବ୍ଲ୍ୟୁ। ପୁରୀରେ ଏକ ୭ କୋଟି ଟଙ୍କାର ଜମି ଠକେଇ ଘଟଣାରେ ଇଓଡବ୍ଲ୍ୟୁ ତାଙ୍କୁ କଟକ ବାଦାମବାଡ଼ି ଥାନା ଅନ୍ତର୍ଗତ ଝାଞ୍ଜିରୀମଙ୍ଗଳା ଅଞ୍ଚଳରୁ ଗିରଫ କରିଛି। ସୂଚନା ଅନୁଯାୟୀ, ପୁରୀର ଜଣେ ବ୍ୟକ୍ତିଙ୍କୁ ଜମି ଯୋଗାଇବାକୁ କହି ଦିଲ୍ଲୀପ ୭ କୋଟି ଟଙ୍କା ଆଣିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଜମି ଦେଇ ନଥିଲେ। ଟଙ୍କା ଫେରସ୍ତ ପାଇଁ ପରବର୍ତ୍ତୀ ସମୟରେ ଏକ ଚୁକ୍ତି ବି କରିଥିଲେ। […]

ସଂପୂର୍ଣ୍ଣ ପଢନ୍ତୁ

୪୨ ମୌଜା ବିଦ୍ୟୁତ୍ କାର୍ଯ୍ୟାଳୟ ରେ ପୂଜା ପାଳିତ

କଟକ, ୨୦/୯: ୪୨ମୌଜା ବେଣ୍ଟକାର ବିଦ୍ୟୁତ୍ କାର୍ଯ୍ୟାଳୟରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି । ସଂଧ୍ୟା ସମୟରେ କୀର୍ତ୍ତନ କାର୍ଯ୍ୟ ସରିଛି । କର୍ତ୍ତା ରୂପରେ ୪୨ମୌଜା ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀ ଦୀପକ କୁମାର ସାହୁ ପୌରହିତ୍ୟ କରିଥିଲେ। ୪୨ମୌଜା ବିଦ୍ୟୁତ୍ ବିଭାଗର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ ।

ସଂପୂର୍ଣ୍ଣ ପଢନ୍ତୁ

ତ୍ରିଶୂଳିଆରେ ହେବ ଦ୍ବିତୀୟ ବ୍ରିଜ୍: ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ବର, ୨୦/୯: କଟକ- ଭୁବନେଶ୍ବର ଦ୍ବୈତନଗରୀରେ ଭିଡ଼ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଥିବା ସଂପର୍କରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଧାନସଭାରେ ସୂଚନା ଦେଇଛନ୍ତି। ତ୍ରିଶୂଳିଆରେ ନିର୍ମାଣ ହେବ ଦ୍ୱିତୀୟ ବ୍ରିଜ। ଏହି ପ୍ରକଳ୍ପ ପାଇଁ ୨୯୭ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଟେଣ୍ଡର ପ୍ରକ୍ରିୟା ଜାରି ରହିଛି। ୩୬ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ସେ କହିଛନ୍ତି। କଟକ- ଭୁବନେଶ୍ବର ଦ୍ବୈତନଗରୀରେ […]

ସଂପୂର୍ଣ୍ଣ ପଢନ୍ତୁ

ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଦୋଳ ଗୋବିନ୍ଦ ପ୍ରଧାନଙ୍କ ପୁଣ୍ୟ ତିଥି ପାଳିତ

କଟକ ସଦର, ୧୭/୯: କଟକ ସଦର ମାଟିର ପୂର୍ବତନ କଂଗ୍ରେସ ବିଧାୟକ, ସମଗ୍ର ଅଂଚଳର ଗର୍ବ ଓ ଗୌରବ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ପୁଣ୍ୟ ଶ୍ରାଦ୍ଧ ବାର୍ଷିକୀରେ କଟକ ସଦର ୪୨ ମୌଜା ଅନ୍ତର୍ଗତ ପଟଣା ସ୍ଥିତ ସର୍ବ ପୁରାତନ ଅଗ୍ରଣୀ ସାମାଜିକ ସଂଗଠନ “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ”ର ପୂଜ୍ୟ ପୂଜା ଭବନରେ ତାଙ୍କ ସ୍ମୃତି ଚାରଣ କରାଯାଇ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସରୋଜ ନଳିନୀ ପରିଜା, […]

ସଂପୂର୍ଣ୍ଣ ପଢନ୍ତୁ

କଟକ ନାଟ୍ୟୋତ୍ସବ ୨୦୨୫

କଟକ,୧୭/୯: ଲୁକ୍‌କାୟିତ ଯୁବ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ଏବଂ ଆଗାମୀ ପିଢୀ ପାଇଁ କଳାକାର, କାହାଣୀ ଲେଖକ, ସଂଳାପ ଲେଖକ, ନିର୍ଦ୍ଦେଶକ, ଗୀତିକାର ଆଦି ସୃଷ୍ଟି କରିବା ସହ ନାଟକ ଆନ୍ଦୋଳନକୁ ଗତିଶୀଳ କରିବା ଉଦ୍ଦେଶ୍ୟରେ ରୌପ୍ୟନଗରୀ କଟକରେ ଆରମ୍ଭ ହେବାକୁ ଯାଉଛି କଟକ ନାଟ୍ୟୋତ୍ସବ-୨୦୨୫, ଯୁବ ଉଦ୍ଦୀପନା, ଯୁବ ସୃଜନ । ଏକଦା ନାଟ୍ୟ ସଂସ୍କୃତିର ଏନ୍ତୁଡିଶାଳ ଥିବା କଟକରେ ନାଟକ ସଂସ୍କୃତିକୁ ପୁଣି ଥରେ ଉଜ୍ଜିବୀତ କରିବା ପାଇଁ ଏହି ଉଦ୍ୟମ କରାଯାଉଥିବା ଜିଲ୍ଲାପାଳ […]

ସଂପୂର୍ଣ୍ଣ ପଢନ୍ତୁ

୪୨ ମୌଜାର ବିଭିନ୍ନ ସମସ୍ୟାକୁ ନେଇ ବୈଠକ

କଟକ, ୧୬/୯: ଏନ୍ଏନ୍ଏସ୍: ୪୨ ମୌଜା ବ୍ରହ୍ମପୁର ପଞ୍ଚାୟତ ସ୍ଥିତ ଶ୍ରୀରାମ ବଜାର ନିକଟରେ ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪୨ ମୌଜା ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ବିଦ୍ୟୁତ, ସକାଳ ଓ ସଂଧ୍ୟା ସମୟରେ ମୁଖ୍ୟ ରାସ୍ତା ଉପରେ ଗୋରୁ ପଲ ମାଳ ମାଳ ହୋଇ ବୁଲୁ ଥିବାରୁ ବାରମ୍ବାର ଘଟୁଥିବା ଦୁର୍ଘଟଣା ଦୂର କରିବା ପାଇଁ ରାସ୍ତାରୁ ଗୋରୁ ଗାଈମାନଙ୍କୁ […]

ସଂପୂର୍ଣ୍ଣ ପଢନ୍ତୁ

ଶିଶୁବିଦ୍ୟାମନ୍ଦିରରେ ଅଭିଭାବକ ସମ୍ମିଳନୀ

କଟକ, ୧୫/୯ : ୪୨ ମୌଜା ଅର୍ନ୍ତଗତ ଶ୍ରୀରାମ, ଦଧିବାମନପୁର ସ୍ଥିତ ଶ୍ରୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ବହୁସଂଖ୍ୟାରେ ଅଭିଭାବକ ଯୋଗ ଦେଇ ନିଜ ନିଜ ଶିଶୁର ପାଠପଢ଼ା ଏବଂ ବ୍ୟବସ୍ଥା ସମ୍ବନ୍ଧୀୟ କଥା ରଖିଥିଲେ । ଏହାପରେ ବିଦ୍ୟାଳୟର ସଂପାଦକ ଶ୍ରୀଯୁକ୍ତ ରବିନ୍ଦ୍ର ଦେବତା, ସହ ସଂପାଦିକା ସୁମିତା ଦେବତା ଏବଂପ୍ରଧାନ ଆଚାର୍ଯ୍ୟ ବିଶ୍ୱରଞ୍ଜନ ତ୍ରିପାଠୀ ଅଭିଭାବକ ମାନଙ୍କର ସହିତ ଆଲୋଚନା କରି ସମସ୍ତ ସମସ୍ୟାର ନିର୍ଯ୍ୟାସ […]

ସଂପୂର୍ଣ୍ଣ ପଢନ୍ତୁ