୪୨ ମୌଜାର ବିଭିନ୍ନ ସମସ୍ୟାକୁ ନେଇ ବୈଠକ

କଟକ ଜିଲା ଖବର ରାଜ୍ୟ
Spread the love

କଟକ, ୧୬/୯: ଏନ୍ଏନ୍ଏସ୍: ୪୨ ମୌଜା ବ୍ରହ୍ମପୁର ପଞ୍ଚାୟତ ସ୍ଥିତ ଶ୍ରୀରାମ ବଜାର ନିକଟରେ ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪୨ ମୌଜା ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ବିଦ୍ୟୁତ, ସକାଳ ଓ ସଂଧ୍ୟା ସମୟରେ ମୁଖ୍ୟ ରାସ୍ତା ଉପରେ ଗୋରୁ ପଲ ମାଳ ମାଳ ହୋଇ ବୁଲୁ ଥିବାରୁ ବାରମ୍ବାର ଘଟୁଥିବା ଦୁର୍ଘଟଣା ଦୂର କରିବା ପାଇଁ ରାସ୍ତାରୁ ଗୋରୁ ଗାଈମାନଙ୍କୁ ଅନ୍ୟତ୍ର ଜାଗାକୁ ସ୍ଥାନାନ୍ତରିତ କରିବା ପ୍ରଭୃତି ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ହୋଇଥିଲା। ଏହି ସଂଗଠନର ସଭାପତି ମନୋଜ ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ବିଭିନ୍ନ ସମସ୍ୟା କିପରି ପ୍ରତିକାର କରାଯିବ ଏ ନେଇ ଅଞ୍ଚଳର ଅଧିବାସୀ ମାନେ ଓ ୫୦ ରୁ ଉର୍ଦ୍ଧ୍ବ ମହିଳା ମାନେ ଉପସ୍ଥିତ ରହି ନିଜର ମତାମତ ଦେଇଥିଲେ। ୮୦ରୁ ଅଧିକ କର୍ମୀ ମାନେ ଉପସ୍ଥିତ ରହି ଥିଲେ। ଏଥିରେ ବିଶିଷ୍ଟ ଉପଦେଷ୍ଟା ବିଜୟ କୁମାର ନାୟକ, ଚନ୍ଦନ ପରିଡ଼ା, ପ୍ରକାଶ ମାଝୀ ଓ ଶରତ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *