କଟକ ୪୨ ମୌଜା ଅନ୍ତର୍ଗତ କଳପଡ଼ା ଗ୍ରାମରେ ଶ୍ରୀଗୁରୁ ପ୍ରଦ୍ୟୁମ୍ନ କିଶୋର ଦେବ ମହା ସତସଙ୍ଗ ଓ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଶ୍ରୀ ଜଗନ୍ନାଥ ଙ୍କ ମହା ସତସଙ୍ଗ ପାଳନ

କଟକ, ୨୮/୧୨: କଟକ ୪୨ ମୌଜା ଅନ୍ତର୍ଗତ କଳପଡ଼ା ଗ୍ରାମରେ ଶ୍ରୀଗୁରୁ ପ୍ରଦ୍ୟୁମ୍ନ କିଶୋର ଦେବ ମହା ସତସଙ୍ଗ ଓ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଶ୍ରୀ ଜଗନ୍ନାଥ ଙ୍କ ମହା ସତସଙ୍ଗ ପାଳନ ସହିତ ମହା ସତ୍ ସଂଗ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଶ୍ରୀ ଜଗନ୍ନାଥ ଙ୍କ ସଂସ୍କୃତି ର ଆଲୋଚନା ସହିତ ଭଜନ ପରିବେଷଣ ହୋଇଯାଇଛି । ଏଥିରେ ବିଶିଷ୍ଟ ଆଧ୍ୟାତ୍ମିକ ଶ୍ରୀ ଗୁରୁ ଡକ୍ଟର ପ୍ରଦ୍ୟୁମ୍ନ କିଶୋର ଦେବ (ଶ୍ରୀ ରାଧା […]

ସଂପୂର୍ଣ୍ଣ ପଢନ୍ତୁ

ଜନ୍ମମାଟିରେ ଶିଳ୍ପୀ ଶୁକଦେବ ସାହୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ମାହାଙ୍ଗା,୨୭/୧୨: କଳାର ପୂଜାରୀ, ସାହିତ୍ୟ ସଂଗୀତ ଓ ସଂସ୍କୃତି ଅନୁରାଗୀ ଶୁକଦେବ ସାହୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଏବଂ ପ୍ରଥମ ବାର୍ଷିକ ସ୍ମୁତି ଉତ୍ସବ କୁସୁପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି lପୂର୍ବତନ ପ୍ରଧାନଶିକ୍ଷକ ଅଲେଖ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିଶୁ ସାହିତ୍ୟିକ ଡକ୍ଟର ବସନ୍ତ କିଶୋର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ lଏହି ଉତ୍ସବକୁ ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତ ଉଦଘାଟନ କରିଥିଲେ l ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଡକ୍ଟର ଶ୍ରୀନିବାସ […]

ସଂପୂର୍ଣ୍ଣ ପଢନ୍ତୁ

ପଣ୍ଡିତ କିଶୋର ଦାଶଙ୍କ ୧ମ ଶ୍ରାଦ୍ଧବାର୍ଷିକୀ ସଭା

କଟକ ସଦର,୨୬/୧୨: ଏନ୍ଏନ୍ଏସ୍: ୪୨ ମୌଜା ଶ୍ରୀରାମ ଗ୍ରାମର ବିଶିଷ୍ଟ ପଣ୍ଡିତ କିଶୋର ଦାଶଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ କନକ ଦୁର୍ଗା ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ଅଯୋଧ୍ୟାରୁ ନିମନ୍ତ୍ରିତ ବହୁତ ବିଶିଷ୍ଟ ସାଧୁସନ୍ଥ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଗ୍ରାମ ମୂରବୀ, ଗ୍ରାମବାସୀଙ୍କ ସହ ୪୨ ମୌଜା ତଥା କଟକ ଜିଲ୍ଲାରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ।

ସଂପୂର୍ଣ୍ଣ ପଢନ୍ତୁ

ମାହାଙ୍ଗାରେ ଆଦିନାଟ୍ୟକାର ଜଗନମୋହନଙ୍କ ୧୧୩ ତମ ସ୍ମୁତି ଉତ୍ସବ

ମାହାଙ୍ଗା, ୨୬/୧୨ ଓଡିଆ ଯାତ୍ରା ନାଟକର ଏନ୍ତୁଡ଼ିଶାଳ ମାହାଙ୍ଗା ଠାରେ ଆଦି ନାଟ୍ୟକାର ଜଗନ ମୋହନ ଲାଲଙ୍କ ୧୧୩ ତମ ସ୍ମୁତି ଶ୍ରଦ୍ଧାଞ୍ଜଳି ଉତ୍ସବ ଆୟୋଜିତ ହୋଇଥିଲା l ସ୍ବର୍ଗତ ଲାଲ ନାଟକ ଜରିଆରେ ସମାଜରେ ଦେଖାଦେଉଥିବା କୁସଂସ୍କାର ଓ ଅନ୍ଧବିଶ୍ୱାସ ବିରୁଦ୍ଧରେ ଜନ ଜାଗରଣ ସୃଷ୍ଟି କରୁଥିଲେ l ଏହି କ୍ରାନ୍ତିଦ୍ରଷ୍ଟା ପୁରୁଷଙ୍କ ପୁଣ୍ୟ ତିଥିରେ ବହୁ ଅନୁଷ୍ଠାନ ତାଙ୍କ ଜନ୍ମମାଟିରେ ପହଂଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ମାହାଙ୍ଗା ସାରସ୍ୱତ ସେବାମଞ୍ଚ, ଶରତ କର-ଅନିମା […]

ସଂପୂର୍ଣ୍ଣ ପଢନ୍ତୁ

ମା ଶାରଳା ଡ୍ରାମାଟିକ୍ କ୍ଲବର ପ୍ରସ୍ତୁତି ବୈଠକ

କଟକ, ୨୬/୧୨: ଗୁରୁବାର ଦିନ ମା ଶାରଳା ଡ୍ରାମାଟିକ୍ କ୍ଲବର ସଭାପତି ବିଜୟ କୁମାର ଦେବତାଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇ ଅଛି। ଶୁକ୍ରବାର ଏବଂ ଶନିବାର ଦୁଇଦିନ ଧରି ଦୁଇଟି ସାମାଜିକ ନାଟକ ମଞ୍ଚସ୍ଥ କରିବା ପାଇଁ ସ୍ଥିର କରାଯାଇଛି। ପ୍ରଥମ ରଜନୀ ରେ”କହିବାକୁ ଲାଜ ଶୁଣିଲେ ପାପ”ଏବଂ ଦିତୀୟ ରଜନୀ ରେ “ହେ ମଣିଷ କାନ୍ଦିବ ଆସ’ ମଞ୍ଚସ୍ଥ କରାଯିବ। ଏଥିପାଇଁ ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ଶେଷ ହୋଇଛି।୪୨ ମୈଜା ଏବଂ […]

ସଂପୂର୍ଣ୍ଣ ପଢନ୍ତୁ

ଖରା ପୁଉଁଥିବା ବେଳେ ଚଢ଼ିଗଲା ଟ୍ରାକ୍ଟର, ମାଆ ଗୁରୁତର, ଅଢ଼େଇ ବର୍ଷର ଶିଶୁପୁତ୍ର ମୃତ

କିଶୋରନଗର, ୨୫/୧୨: ଆଜି ସକାଳେ କିଶୋରନଗର ଥାନା ଜଏରାଟ ପଞ୍ଚାୟତ କରମଲକଟା ଗାଁରେ ଘଟିଛି ଅଭାବନୀୟ ଘଟଣା। ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ଘର ସାମ୍ନାରେ ବସି ଖରା ପୁଉଁଥିବା ବେଳେ ମା’ ପୁଅଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର। ସକାଳ ପ୍ରାୟ ୯ଟାରେ ଘଟିଥିବା ଏହି ଘଟଣାରେ ମା’ ଗୁରୁତର ହୋଇଥିବା ବେଳେ ଅଢ଼େଇ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଯାଇଛି। ସୂଚନା ଅନୁଯାୟୀ କରମଲକଟା ଗାଁର ଜନ୍ମୀ ଦେହୁରୀ (୨୫) ଓ ତାଙ୍କ ପୁଅ ଶ୍ରେୟାନ୍ […]

ସଂପୂର୍ଣ୍ଣ ପଢନ୍ତୁ

ସ୍ବର୍ଗତ ଉମାକାନ୍ତ ଦାଶଙ୍କ ଚତୁର୍ଦ୍ଦଶାହ ଦିବସରେ ଶ୍ରଦ୍ଧାଞ୍ଜଳି ସଭା

କଟକ,୨୪/୧୨: କଟକ ସଦର ୪୨ ମୌଜା ସ୍ଥିତ ବନ୍ତୁଣିଆ ନିବାସୀ ଧର୍ମପରାୟଣ ବ୍ୟକ୍ତି ସ୍ବର୍ଗତ ଉମାକାନ୍ତ ଦାଶଙ୍କ ଚତୁର୍ଦ୍ଦଶାହ ଦିବସରେ ଏକ ଶ୍ରଦ୍ଧାଞ୍ଜଳି ସଭା ଗ୍ରାମ ଅଧିକାରୀଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଦେବେନ୍ଦ୍ର ସେନାପତିଙ୍କ ସଭାପତିତ୍ବରେ ଓ ମହନ୍ତ ଶ୍ରୀଯୁକ୍ତ ସଦାଶିବ ବିଶ୍ଵାଳଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଅଛି l ଏହି ପରିପେକ୍ଷୀରେ ବନ୍ତୁଣିଆ, ବହଳପଡ଼ା ଓ ଶ୍ରୀରାମ ମୌଜାର ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଭଜନ ସଙ୍କୀର୍ତ୍ତନ ପରିବେଷଣ କରାଯାଇ ସ୍ବର୍ଗତ ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇ […]

ସଂପୂର୍ଣ୍ଣ ପଢନ୍ତୁ

ଶିଶୁ ବିଦ୍ୟାମନ୍ଦିର ବାର୍ଷିକ କ୍ରୀଡ଼ା ଉଦଘାଟିତ

କଟକ,୨୩/୧୨: କଟକ ସଦର ୪୨ ମୌଜା ଦଧିବାମନପୁର ଗ୍ରାମସ୍ଥ ଶ୍ରୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଷୋଡଶ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ୪୨ମୌଜା ବେଣ୍ଟକାର ଥାନା ଅଧିକାରୀ ଶ୍ରୀଯୁକ୍ତ ହେମନ୍ତ କୁମାର ସେଠୀ, ସମ୍ମାନୀତ ଅତିଥି ଆତ୍ମା ସଂଗଠନର ସଭାପତି ଶ୍ରୀଯୁକ୍ତ ରାମ ପ୍ରସାଦ ବିଶ୍ଵାଳ(ପୂର୍ବତନ ଅଧ୍ୟକ୍ଷ ରଘୁନାଥପୁର ବ୍ଲକ), ମୁଖ୍ୟବକ୍ତା ରୂପେ ସିନେ ଡାଇରେକ୍ଟର ଶ୍ରୀଯୁକ୍ତ ପ୍ରକାଶ ଆଚାର୍ଯ୍ୟ ଏବଂ ବରିଷ୍ଠ ସାମ୍ବାଦିକ ସାହିତ୍ୟିକ ତଥା […]

ସଂପୂର୍ଣ୍ଣ ପଢନ୍ତୁ

ଜନ୍ମମାଟିରେ ପଲ୍ଲୀକବିଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ମାହାଙ୍ଗା, ୨୨/୧୨: ଓଡ଼ିଆ ସାହିତ୍ୟର ଯଶସ୍ବୀ ସ୍ରଷ୍ଠା ପଲ୍ଲିକବି ନନ୍ଦକିଶୋର ବଳଙ୍କ ୧୫O ତମ ଜୟନ୍ତୀ କବିଙ୍କ ଜନ୍ମମାଟି କୁସୁପୁର ଠାରେ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବହୁ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ, ଗବେଷକ, କବି, ସାମ୍ବାଦିକ,ଏବଂ ସାରସ୍ୱତ ପ୍ରେମୀ ବ୍ୟକ୍ତିମାନେ ଯୋଗଦେଇ ପଲ୍ଲୀ ପ୍ରକୃତିର ସେହି କାଳଜୟୀ ସ୍ରଷ୍ଠା ସ୍ବର୍ଗତ ବଳଙ୍କ ଅନନ୍ୟ ସୃଷ୍ଟି ଉପରେ ଆଲୋକପାତ କରିଥିଲେ l ମାହାଙ୍ଗା ସାରସ୍ୱତ ସେବା ମଞ୍ଚ ସଭାପତି ଡକ୍ଟର ଭାବଗ୍ରାହୀ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ […]

ସଂପୂର୍ଣ୍ଣ ପଢନ୍ତୁ

କମିଶନରେଟ ପୋଲିସ ପକ୍ଷରୁ ୪୨ ମୌଜାରେ ରକ୍ତଦାନ ଶିବିର ଅନୁଷ୍ଠିତ

କଟକ ସଦର, ୨୨/୧୨: ବୟାଳିଶ ମୌଜା ଥାନା ଅଧିକାରୀ ହେମନ୍ତ କୁମାର ସେଠୀଙ୍କ ତତ୍ୱାବଧାନରେ କମିଶନରେଟ ପୋଲିସ ପକ୍ଷରୁ ଏକ ରକ୍ତଦାନ ଶିବିର ଇଣ୍ଡିଆନ ରେଡକ୍ରସ ସୋସାଇଟି ଆଞ୍ଚଳିକ ଶାଖା ସହଯୋଗରେ ବେଣ୍ଟକାର ସ୍ଥିତ ଏଡିଏମ ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ମାନୀୟ ଅତିଥି ଭାବେ କମିଶନରେଟ ପୋଲିସ ଏଡିସିପି ରଞ୍ଜିତ ପୃଷ୍ଟି ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ। ଏସିପି ଫୋର୍ ଶଶୀକାନ୍ତ ରାଉତ, ଏସିପି ସିକ୍ସ୍ ଅଶୋକ କୁମାର ଗିରି, ରିଜର୍ଭ୍ ଇନ୍ସପେକ୍ଟର ବିଭୁଦତ୍ତ […]

ସଂପୂର୍ଣ୍ଣ ପଢନ୍ତୁ