ଆତ୍ମସମର୍ପଣ କଲେ ମାଓ ଦମ୍ପତ୍ତି

ଫୁଲବାଣୀ, ୧୬/୧୧ : ଆତ୍ମସମର୍ପଣ କଲେ ଦୁଇ ମାଓବାଦୀ । କନ୍ଧମାଳ ଏସ୍‌ପିଙ୍କ ଅଫିସରେ ଦକ୍ଷିଣାଞ୍ଚଳ ଆଇଜିଙ୍କ ଉପସ୍ଥିତିରେ ଉଭୟ ଆତ୍ମସମର୍ପଣ କରିଛନ୍ତି। ଦୁଇ ମାଓବାଦୀ ଛତିଶଗଡର ଉନ୍‌ଗା କାଲମୁ ଏବଂ ମାସେ ମାଡଭି ବୋଲି ଜଣାପଡିଛି। ଉଭୟେ ସ୍ଵାମୀ ଏବଂ ସ୍ତ୍ରୀ ହୋଇଥିବାବେଳେ ୨୦୧୮ ମସିହାରୁ ସିପିଆଇ ମାଓବାଦୀ ସଂଗଠନରେ କାମ କରୁଥିଲେ। ଉଭୟଙ୍କ ନାଁରେ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ଥିଲା। ସେମାନଙ୍କ ନିକଟରୁ ଅନେକ ମାଓ ସାମଗ୍ରୀ ମିଳିଛି।

ସଂପୂର୍ଣ୍ଣ ପଢନ୍ତୁ

ଦାରିଙ୍ଗବାଡ଼ିରେ ୧୨ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର, ୯/୧୧ : ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା କମୁଛି। ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୧୨ଡିଗ୍ରୀ ଛୁଇଁଛି। ଫୁଲବାଣୀରେ ୧୨.୫ ଡିଗ୍ରୀ ରେକର୍ଡ କରାଯାଇଛି। ଶୁକ୍ରବାର ଅପେକ୍ଷା କନ୍ଧମାଳ ଜିଲାର ଉଭୟ ସ୍ଥାନରେ ରାତି ତାପମାତ୍ରା କମିଛି। ଅନୁରୂପ ଭାବେ ଭୁବନେଶ୍ବର ଏବଂ କଟକରେ ପାରଦ ହ୍ରାସ ପାଇଛି। ଶୁକ୍ରବାର ଉଭୟ ସହରରେ ରାତି ତାପମାତ୍ରା ୧୯ଡିଗ୍ରୀ ଉପରେ ଥିଲା;କିନ୍ତୁ ଗତ ୨୪ଘଣ୍ଟାରେ ଭୁବନେଶ୍ବରରେ ୧୮.୯ ଡିଗ୍ରୀ ଏବଂ କଟକରେ ୧୮.୬ ଡିଗ୍ରୀକୁ ତାପମାତ୍ରା ଖସିଛି। […]

ସଂପୂର୍ଣ୍ଣ ପଢନ୍ତୁ

ଯୋଗାଣ ବିଭାଗର ରେଡ ୬୦ ଘରୋଇ ଗ୍ୟସ ସିଲିଣ୍ଡର୍‌ ଜବତ

ରାଇକିଆ, ୧/୧୧ :ରାଇକିଆ ବ୍ଲକ ଅଫିସ ନିକଟରେ ଦୁଇଟି ଘରେ ବେଆଇନ ଭାବେ ଗଚ୍ଛିତ ରଖି ଚଢ଼ା ଦରରେ ବିକ୍ରୀ କରୁଥିବା ଜଣାପଡ଼ିଛି। ଗଛିତ ଥିବା ୬୦ ଗ୍ୟାସ ସିଲିଣ୍ଡର୍‌କୁ ଯୋଗାଣ ବିଭାଗ ତରଫରୁ ଜବତ କରାଯାଇଛି।କୌଣସି ବିଶ୍ବସ୍ତ ସୂତ୍ରରୁ ଖବରପାଇ ଜିଲା ଅତିରିକ୍ତ ଯୋଗାଣ ଅଧିକାରୀ ମାୟାଧର ସାହୁ ଚଢ଼ାଉ କରି ଦୁଇଟି ସ୍ଥାନରୁ ୧୯ ଏବଂ ୪୦ ଘରୋଇ ଗ୍ୟାସ୍ ସିଲିଣ୍ଡର୍‌ ଜବତ କରିଥିଲେ। ସେଥି ମଧ୍ୟରୁ ୨୫ଟି ଗ୍ୟାସ୍ ଭର୍ତ୍ତି ଏବଂ ୩୫ଟି […]

ସଂପୂର୍ଣ୍ଣ ପଢନ୍ତୁ

କନ୍ଧମାଳରେ ଭୂସ୍ଖଳନ, ବର୍ତ୍ତିଲା ପରିବାର

ରାଇକିଆ, ୨୯/୧୦: ସାମୁଦ୍ରିକ ବାତ୍ୟା ମନ୍ଥା ପ୍ରଭାବ ରାଇକିଆ ବ୍ଲକରେ ମଧ୍ୟ ଦେଖିବାକୁ ମିଳିଛି। ମଙ୍ଗଳବାର ରାତି ସାରା ବର୍ଷା ହୋଇଥିବା ବେଳେ ବୁଧବାର ସକାଳୁ ମଧ୍ୟ ବର୍ଷା ଜାରି ରହିଛି। ସକାଳ ୭ଟାରେ କନ୍ଧମାଳ ଜିଲା ରାଇକିଆ ବ୍ଲକ ଅନ୍ତର୍ଗତ ରଣବା ପଞ୍ଚାୟତ ଖାରିଗୁଡ଼ା ଘାଟିରେ ଭୁସ୍ଖଳନ ହୋଇ ବଡ଼ ବଡ଼ ପଥର ସବୁ ଉଦୟ ଗୌଡ଼ଙ୍କ ଘର ବାରି ସମ୍ମୁଖ ଦୁଆରକୁ ମାଡ଼ି ପଡ଼ିଛି। ତେବେ ପରିବାର ଲୋକେ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି […]

ସଂପୂର୍ଣ୍ଣ ପଢନ୍ତୁ

ନଭେମ୍ବର ୧୫ରୁ ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍ରର ମଜା ନେବେ ପର୍ଯ୍ୟଟକ

ଫୁଲବାଣୀ, ୨୭/୧୦: ଆସିଲା ପର୍ଯ୍ୟଟନ ଋତୁ । ସଜେଇ ହେଉଛି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି । ପର୍ଯ୍ୟଟକଙ୍କୁ ପଞ୍ଚ ତାରକା ହୋଟେଲର ମଜା ଦେବା ପାଇଁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ସରକାରଙ୍କ ଇକୋ ରିଟ୍ରିଟ ପ୍ରକଳ୍ପ । ଏଥିପାଇଁ ଚାଲିଛି ପ୍ରସ୍ତୁତି । ହିଲ୍‌ଭିୟୁ ଛକ ନିକଟରେ ଇକୋ ରିଟ୍ରିଟ୍‌ ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ବିଭିନ୍ନ ଫୁଲ କୁଣ୍ଡ ସଜା ସହ ତମ୍ଭୁ ଭିଡ଼ା ଆରମ୍ଭ ହୋଇଯାଇଛି । ଆସନ୍ତା ନଭେମ୍ବର ୧୫ […]

ସଂପୂର୍ଣ୍ଣ ପଢନ୍ତୁ

ଆଇଟିଆଇ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ଶୀର୍ଷ ସ୍ଥାନ ଦଖଲ କରି ଚର୍ଚ୍ଚାରେ ପ୍ରମୋଦ ଦଳପତି

ତୁମୁଡିବନ୍ଧ, ୭/୧୦: ଦୁର୍ଗମରୁ ଯାଇ ଦିଲ୍ଲୀରେ ପାଇଲେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାପତ୍ର । ଆଇଟିଆଇ ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଏକ ଦୁର୍ଗମ ପଞ୍ଚାୟତ ଲଙ୍କାଗଡ଼ର ସୁନା ପୁଅ ପ୍ରମୋଦ ଦଳପତି । ଏଭଳି ଏକ ଦୁର୍ଗମ ଗାଁରୁ ଚଳିତ ବର୍ଷ ITI ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ଶୀର୍ଷ ସ୍ଥାନ ଦଖଲ କରି ଚର୍ଚ୍ଚାରେ ପ୍ରମୋଦ ଦଳପତି। ପ୍ରମୋଦଙ୍କୁ ଦିଲ୍ଲୀରୁ ଡକରା ଆସିଥିଲା। ଗତ ଗୁରୁବାର […]

ସଂପୂର୍ଣ୍ଣ ପଢନ୍ତୁ

ହାତୀ ଉପଦ୍ରବ: ଘର ଭାଙ୍ଗିବା ସହ ବ୍ୟାପକ ଧନ ସମ୍ପତ୍ତି ନଷ୍ଟ

ଘୁ.ଉଦୟଗିରି: ସ୍ଥାନୀୟ ବ୍ଳକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ମାଲାନସୁଗା ଛକରେ ରବିବାର ରାତିରେ ହାତୀ ଉପଦ୍ରବରେ ପୁଣି ଭୟର ବାତାବରଣ ସୃଷ୍ଟି ହୋଇଛି। କିଛିଦିନ ଶାନ୍ତ ଥିବା ଅଞ୍ଚଳରେ ହଠାତ୍ ଦୁଇଟି ଦନ୍ତାହାତୀ ଆସି ଦୁଇଟି ଘର ନଷ୍ଟ କରିବା ସହ ଅନେକ ଧନ ସମ୍ପତ୍ତି କ୍ଷତି କରିଛନ୍ତି। ହାତୀ ଆକ୍ରମଣରେ ଭୀମସେନ ମଲ୍ଲିକଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ସୁମନ୍ତ ପ୍ରଧାନଙ୍କ ଘର ଆଂଶିକ ଭାବରେ ନଷ୍ଟ ହୋଇଛି। ଭୀମସେନ ଓ ତାଙ୍କ ସ୍ତ୍ରୀ ପନିପରିବା ଚାଷ […]

ସଂପୂର୍ଣ୍ଣ ପଢନ୍ତୁ

ନାବାଳିକା ଦୁଷ୍କର୍ମ ମାମଲା ରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଫୁଲବାଣୀ, ୨୪/୯: ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଫୁଲବାଣୀ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଏଥି ସହିତ ଦୋଷୀଙ୍କୁ ୫୫ ହଜାର ଟଙ୍କାର ଜରିମାନା କରାଯାଇଛି । ଜରିମାନା ଅନାଦେୟ ଅଧିକା ୯ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ନିଜ ରାୟରେ ପ୍ରକାଶ କରିଛନ୍ତି। ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଆଇନ ସେବା ପ୍ରାଧିକରଣକୁ […]

ସଂପୂର୍ଣ୍ଣ ପଢନ୍ତୁ

ଆୟ ବହିର୍ଭୁତ ଅଭିଯୋଗରେ ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲିଗୁଡା, ୧୯/୯: ଭିଜିଲାନ୍ସ ଜାଲରେ ଧରାପଡିଛି ପୁଣି ବଡ ମାଛ । ଆୟଠୁ ଅଧୂକ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ବନଖଣ୍ଡ ଅଧୂନସ୍ଥ କାଶିପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ପଶିଛି ଭିଜିଲାନ୍ସ । ରେଞ୍ଜର ଅନୁର୍ଯ୍ୟାମୀ ସାହୁ ଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟର ୯ ଗୋଟି ସ୍ଥାନରେ ରେଡ୍ ଚାଲିଛି । ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଜୟପୁର କୋରାପୁଟ ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ କାଶୀପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ କାଶିପୁର କାର୍ଯ୍ୟାଳୟ, […]

ସଂପୂର୍ଣ୍ଣ ପଢନ୍ତୁ

ଲାଲ ବାହିନୀ ପକ୍ଷରୁ ଡାବୁଡ଼କା ଘାଟିରେ ଲାଗିଛି ଲାଲ ବେନର

ବାଲିଗୁଡା ଥାନା ସୁଡ୍ରା ପଂଚାୟତ ର ଡାବୁଡ଼କା ଘାଟି ରେ ଲାଗିଛି ଲାଲ ବେନର l ନାଡାପାଟଙ୍ଗ ରୁ 41 ନମ୍ବର ରାଜ୍ୟ ରାଜପଥ ରେ ଲଣ୍ଡାଗାଁ ମୁଖ୍ୟ ରାସ୍ତାରେ ଲାଲ ବାହିନୀ ପକ୍ଷରୁ ଏହି ବେନର ଲଗାଯାଇଛି l କେକେବିଏନ ଡିଭିଜନାଲ କମିଟି ପକ୍ଷରୁ ବେନର ଲଗାଯାଇଥିବା ନେଇ ସ୍ପଷ୍ଟ କରିଛି ଲାଲ ବାହିନୀ l ମାଓବାଦୀ ସଙ୍ଘଠନ କୁ ଶେଷ କରିବାକୁ ଶତ୍ରୁ ଦ୍ୱାରା ଚଲା ଯାଉଥିବା ଅପେରସନ ସିନ୍ଦୁର କୁ ହରେଇବା ପାଇଁ […]

ସଂପୂର୍ଣ୍ଣ ପଢନ୍ତୁ